ଡରିଗଲା କି ଛତିଶଗଡ ? ୧୭ ପରେ କଲମା ବ୍ୟାରେଜର ଆଉ ୨୦ଟି ଗେଟ୍ ଖୋଲିଲା

Published By : Prameya-News7 Bureau | April 26, 2023 IST

ଭୁବନେଶ୍ବର ୨୬।୪: ମଙ୍ଗଳବାର ଛତିଶଗଡ଼ କଲମା ବ୍ୟାରେଜର ୧୭ଟି ଗେଟ୍ ଖୋଲିଥିବା ବେଳେ ବୁଧବାର ୨୦ଟି ଗେଟ୍ ଖୋଲିଛି । ଟ୍ରିବ୍ୟୁନାଲ ଟିମ୍ ଓଡିଶା ଆସୁଥିବାରୁ ଛତିଶଗଡ଼ କଲମାର ଗେଟ୍ ଖୋଲି ଥାଇ ପାରେ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି  ।

ସେ ଆହୁରି କହିଛନ୍ତି, ଯାହା ଆମ ପାଖରେ ସୂଚନା ଅଛି ୧୦ ତାରିଖରେ ଟ୍ରିବ୍ୟୁନାଲ ଟିମ୍ ଓଡିଶା ଆସୁଛନ୍ତି । ପ୍ରଥମେ ଡେଲଟା ଏରିଆ ପରିଦର୍ଶନ କରିବେ । କିନ୍ତୁ ଛତିଶଗଡ଼ ଗେଟ୍ ଖୋଲୁଥିଲେ ବି ହୀରାକୁଦରେ ଇନ-ଫ୍ଲୋ ବଢୁନି । ଆମେ ବିଭିନ୍ନ ପର୍ଯ୍ୟାୟରେ ଛତିଶଗଡ଼କୁ ଚିଠି ଲେଖିଥିଲୁ ଗେଟ୍ ଖୋଲିବା ପାଇଁ । ମନ୍ତ୍ରୀ, ସଚିବ ଏବଂ ମୁଁ ବି ଚିଠି ଲେଖିଥିଲି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.