ଭଲ ଖବର, ସୁସ୍ଥ ହେଲେ ଆଉ ୧୬୪୧ କରୋନା ଆକ୍ରାନ୍ତ

Published By : Prameya-News7 Bureau | August 20, 2020 IST

ଭୁବନେଶ୍ୱର, ୨୦|୦୮:  ରାଜ୍ୟରେ ଗୁରୁବାର ୧୬୪୧ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ଆରୋଗ୍ୟଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୭୬ରେ ପହଁଚିଛି ।

wp:html /wp:html

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୩୬୫, ଖୋର୍ଧାରୁ ୩୫୭, ସୁନ୍ଦରଗଡରୁ ୯୧, ଯାଜପୁରରୁ ୮୬, ଗଜପତିରୁ ୬୫, କଟକରୁ ୬୩, କୋରାପୁଟରୁ ୬୩, ମୟୂରଭଞ୍ଜରୁ ୬୦, କନ୍ଧମାଳରୁ ୫୦ ଓ ରାୟଗଡାରୁ ୪୨ଜଣ ରହିଛନ୍ତି ।

wp:html /wp:html

ସେହିପରି ନୟାଗଡରୁ ୪୧, ମାଲକାନଗିରିରୁ ୩୯, ବଲାଙ୍ଗୀରରୁ ୩୫, ଢେଙ୍କାନାଳରୁ ୩୩, ଜଗତସିଂପୁରରୁ ୩୩, ବାଲେଶ୍ୱରରୁ ୩୧, କେଉଁଝରରୁ ୨୯, ବରଗଡରୁ ୨୫,  ଭଦ୍ରକରୁ ୨୪, ଝାରସୁଗୁଡାରୁ ୨୧, ପୁରୀରୁ ୨୧, ସମ୍ବଲପୁରରୁ ୨୦, କଳାହାଣ୍ଡିରୁ ୧୬, କେନ୍ଦ୍ରାପଡାରୁ ୧୬ ଓ ନବରଙ୍ଗପୁରରୁ ୧୧ ଜଣ ଆରୋଗ୍ୟ ହୋଇଛନ୍ତି ।

ଏତତ୍ ବ୍ୟତୀତ ଦେବଗଡରୁ ୨ଜଣ ଓ ଅନୁଗୋଳ ଓ ବୌଦ୍ଧରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.