ପୁଣି ସାଇକୃପା ଆବାସିକ ବିଦ୍ୟାଳୟରୁ ବାହାରିଲେ ୧୬ ପଜିଟିଭ୍‌, ମୋଟ ୫୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

Published By : Prameya-News7 Bureau | December 02, 2021 IST

ଢେଙ୍କାନାଳ,୦୨।୧୨: ଢେଙ୍କାନାଳ ସହରରେ ଗତକାଲି ଗୋଟିଏ ଦିନରେ ଏକ ଘରୋଇ ଆବାସିକ ମହାବିଦ୍ୟାଳୟରୁ ୩୩ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ୧୬ ଜଣ କୋଭିଡ୍‌ ସଂକ୍ରିମିତ ଥିବା ଜଣାପଡ଼ିଛି  । ଯାହାକୁ ନେଇ ସାରା ସହରାଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ସହରର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ କଲେଜରେ ପଢ଼ୁଥିବା ମୋଟ ୫୩ ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ଜଣାପଡ଼ିଛି ।

ଗତ ଦୁଇଦିନ ତଳେ କଲେଜର ୪ଜଣ ଛାତ୍ରଛାତ୍ରୀ କରୋନାରେ ପୀଡିତ ହୋଇଥିଲେ । ଏହାକୁ ନେଇ ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା । ଗତକାଲିର ରିପୋର୍ଟ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ଆଜି ପୁଣି ୧୬ ଜଣ ପଜିଟିଭ୍‌ ଚିହ୍ନଟ ହେବା ସଂକ୍ରମଣକୁ ଆହୁରି ବଢ଼ାଇପାରେ ବୋଲି ଅନୁମାନ କରାଯାଉଛି । ଆସନ୍ତା ଡିସେମ୍ବର ୧୦ ରାତି ପର୍ଯ୍ୟନ୍ତ ସମସ୍ତ କୁଞ୍ଜକାନ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.