ଥଣ୍ଡା ବଢ଼ାଉଛି ହାର୍ଟ ଓ ବ୍ରେନଷ୍ଟ୍ରୋକର ବିପଦ, କାନପୁରରେ ଆଉ ୧୪ ଜଣଙ୍କ ମୃତ୍ୟୁ, ୭ ଦିନରେ ଗଲାଣି ୯୮ ଲୋକଙ୍କ ଜୀବନ

Published By : Prameya-News7 Bureau | January 08, 2023 IST

କାନପୁର ୮।୧: ଉତ୍ତରପ୍ରଦେଶ କାନପୁରରୁ ଏକ ଚମକାଇ ଦେବା ଭଳି ଖବର ଆସୁଛି। ଏଠାରେ ଭୀଷଣ ଥଣ୍ଡା ଯୋଗୁ ହୃଦଘାତରେ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଏହି ତଥ୍ୟ ଗତ ୨୪ ଘଣ୍ଟାର। ଗତ ୩-୪ ଦିନ ହେଲା ସହରରେ ହାର୍ଟ ଓ ବ୍ରେନ ଷ୍ଟ୍ରୋକ୍‌ରେ ପୀଡିତ ୯୮ ଜଣ ଲୋକଙ୍କ ମୃତ୍ୟୁ ହେଲାଣି। ଏହି ତଥ୍ୟ  ଏଲପିଏସ୍ ହୃଦ ରୋଗ ସଂସ୍ଥାନ ଜାରି କରିଛନ୍ତି। ସଂସ୍ଥାନର ସୂଚନା ଅନୁସାରେ ଭୀଷଣ ଥଣ୍ଡାରେ ଶନିବାର ହୃଦଘାତ ହେବା ଯୋଗୁ ଲୋକଙ୍କ ମୃତ୍ୟୁ ହୋଇଛି।

ହୃଦୟ ରୋଗ ସଂସ୍ଥାନରେ ଚିକିତ୍ସାଧୀନ ଅବସ୍ଥାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଦିନ ହସ୍ପିଟାଲକୁ ମୃତ ଅବସ୍ଥାରେ ୮ ଜଣଙ୍କୁ ଅଣାଯାଇଥିଲା। ଶନିବାର ହୃଦଘାତରେ ପୀଡ଼ିତ ୫୪ ରୋଗୀଙ୍କୁ କାର୍ଡିୟୋଲଜି ଏମାର୍ଜେନ୍ସୀରେ ଭର୍ତ୍ତି କରାଯାଇଥିଲା। ଏହି ହସ୍ପିଟାଲରେ ମୋଟ ୬୦୪ ଜଣ ହୃଦରୋଗୀଙ୍କ ଚିକିତ୍ସା ଜାରି ରହିଛି। ମାନଙ୍କ ମଧ୍ୟରେ ୫୪ ନୂଆ ଓ ୨୭ ପୁରୁଣା ରୋଗୀ ଚିକିତ୍ସିତ ହେଉଛନ୍ତି।

{"id":730659,"sizeSlug":"full","linkDestination":"none"}

ତେବେ ଗତ ୧ ସପ୍ତାହରେ ହୃଦଘାତ ଓ ବ୍ରେନ ଷ୍ଟ୍ରୋକ୍‌ ଯୋଗୁ ୯୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଏଥିରୁ ୪୪ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ୫୪ ଜଣ ହସ୍ପିଟାଲକୁ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ କାନପୁରର ଏହି ହୃଦରୋଗ ହସ୍ପିଟାଲ ଆଖପାଖ ଜିଲ୍ଲାର ସବୁଠୁ ବଡ଼ ହୃଦରୋଗ ହସ୍ପିଟାଲ। ଲୋକେ ଏଠାରେ ଅନେକ ଦିନରୁ ସେମାନଙ୍କ ଚିକିତ୍ସା କରାଇ ଆସୁଛନ୍ତି।

ତେବେ ଉତ୍ତରଭାରତରେ ଥଣ୍ଡାର ପ୍ରକୋପ ବଢିବା ସହିତ କାର୍ଡିୟୋଲଜିରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କାର୍ଡିୟୋଲଜି ନିର୍ଦ୍ଦେଶକ ବିନୟ କୃଷ୍ଣଙ୍କ ଅନୁସାରେ ଥଣ୍ଡା ଯୋଗୁ ଅଚାନକ ବ୍ଲଡ ପ୍ରେସ ବଢିବା କାରଣରୁ ନର୍ଭସ୍‌ରେ ରକ୍ତ ଜମାଟ ହୋଇ ଯାଉଛି। ଏଣୁ ହୃଦ ଓ ବ୍ରେନଷ୍ଟ୍ରୋକ୍‌ ହେଉଛି। ଏଠାରେ ଏବେ ଥଣ୍ଡା ହୃଦୟ ଓ ମସ୍କିଷ୍କ ଉପରେ ଗୁରୁତର ପ୍ରଭାବ ପକାଉଛି।

ଏଣୁ ଶୀତ ଲହରରେ ଲୋକଙ୍କୁ ସତର୍କ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ନିତ୍ୟାନ୍ତ ଆବଶ୍ୟକତା ନଥିଲେ ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଛି। ଯଦି ବାହାରକୁ ବାହାରିବାର ଆବଶ୍ୟକତା ପଡୁଥାଏ ତେବେ ନାକ, କାନ ଓ ମୁଣ୍ଡକୁ ଢାଙ୍ଗି  ବାହାରକୁ ବାହାରନ୍ତୁ ବୋଲି କୁହାଯାଇଛି। ଏଥିରୁ ୬୦ରୁ ଅଧିକ ବୟସ୍କଙ୍କୁ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.