ମୋର୍ବି ଝୁଲା ପୋଲ ଟ୍ରାଜେଡି, ଓରେଭା ପ୍ରମୋଟରଙ୍କ ନାଁରେ ଗିରଫ ପରଓ୍ବାନା, ଘୁଞ୍ଚିଲା ଅଗ୍ରୀମ ଜାମିନ୍ ଆବେଦନ ଶୁଣାଣି
23/01/2023 at 1:40 PM

ଗାନ୍ଧିନଗର: ଗୁଜରାଟ ମୋର୍ବି ଝୁଲା ପୋଲ ଦୁର୍ଘଟଣାରେ ଆରେଷ୍ଟ ଓ୍ବାରେଣ୍ଟ ଜାରି ହୋଇଛି । ଓରେଭା ପ୍ରମୋଟରଙ୍କୁ ବାନ୍ଧିବାକୁ ଗିରଫ ପରଓ୍ବାନା ଜାରି କରିଛନ୍ତି କୋର୍ଟ । ଝୁଲାପୋଲ ଟ୍ରାଜେଡି ମୋଟ୍ ୧୩୫ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଶନିବାର ଓରେଭା ସମୂହର ଏମଡିଙ୍କ ଦ୍ବାରା ଦାୟର ହୋଇଥିବା ଅଗ୍ରୀମ ଜାମିନକୁ କୋର୍ଟ ଟାଳି ଦେଇଛନ୍ତି ।
ଅକ୍ଟୋବର ୩୦ ତାରିଖରେ ଗୁଜରାଟର ମଚ୍ଛୁ ନଦୀରେ ଥିବା ଝୁଲା ପୋଲ ଛିଡି ଯିବାରୁ ୧୩୬ଜଣ ପ୍ରାଣ ହରାଇଛନ୍ତି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ବ୍ରିଜ୍ ନିର୍ମାଣ ଓ ପରିଚାଳନା ଦାୟିତ୍ବ ଓରେଭା ସମୂହ ହାତରେ ନ୍ୟସ୍ତ ଥିବାରୁ ଏହି ଭୟଙ୍କର ଦୁର୍ଘଟଣା ପାଇଁ କମ୍ପାନୀକୁ ଦାୟି କରିଛନ୍ତି କୋର୍ଟ। ଏହାସହିତ ଓରେଭା ପ୍ରମୋଟରଙ୍କୁ ଗିରଫ କରିବା ପାଇଁ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି । ଅନ୍ୟପଟେ ଓରେଭା ଏମଡିଙ୍କ ଦ୍ବାରା ଆଗୁଆ ଜାମିନ୍ ଆବେଦନ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ଜିଲ୍ଲା କୋର୍ଟ । ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଏହାର ଶୁଣାଣି ହେବ । ସରକାରୀ ଓକିଲ ଅନୁପସ୍ଥିତି ରହିଥିବାରୁ ଶୁଣାଣିରେ ବିଳମ୍ବ ହୋଇଛି।
ଅନ୍ୟପଟେ ରାଜ୍ୟ ସରକାର ଦୁର୍ଘଟଣାକୁ ନେଇ ସ୍ଥାନୀୟ ନଗରନିଗମକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସେହିପରି ରାଜ୍ୟ ସହାରୀ ବିକାଶ ବିଭାଗ ମଧ୍ୟ ନୋଟିସ୍ ଜାରି କରି ମୋରବି ନଗରନିଗମକୁ ୨୫ ଜାନୁଆରୀ ସୁଦ୍ଧା ସ୍ପଷ୍ଟୀକରଣ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।