ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମୋରବି ପୋଲ ଦୁର୍ଘଟଣାର ସରିଲା ସର୍ଚ୍ଚ ଅପରେସନ, ଜିଲ୍ଲାପାଳ କହିଲେ କେହି ନାହାନ୍ତି ନିଖୋଜ

3/11/2022 at 6:36 PM

ମୋରବି ୩।୧୧: ଝୁଲାପୋଲ ଦୁର୍ଘଟଣାରେ ସର୍ଚ୍ଚ ଅପରେସନ ଶେଷ ହୋଇଛି। ଜିଲ୍ଲା କଲେକ୍ଟର ଜି.ଟି.ପାଣ୍ଡ୍ୟା ଗୁରୁବାର ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ମୋଟ ୧୩୫ ଜଣଙ୍କର ମୃତ୍ୟୁ ହୋଇଥିବା ସେ ପୁଷ୍ଟି କରିଥିବା ବେଳେ ଆଉ କେହି ନିଖୋଜ ନଥିବା କହିଛନ୍ତି। ସର୍ଚ୍ଚ ଅପରେସନ ଶେଷ ହୋଇଛି, ତେବେ ଆମ ନିୟନ୍ତ୍ରଣ କକ୍ଷ ଏବେବି ଚାଲୁ ରହିଛି। ଏଣୁ ଲୋକେ ସମ୍ପର୍କିତ ସବୁ ସୂଚନା ଦେଇପାରିବେ ବୋଲି ପାଣ୍ଡ୍ୟା କହିଛନ୍ତି।

ଜିଲ୍ଲାପାଳ ପାଣ୍ଡ୍ୟା କହିଛନ୍ତି ଯେ ଏବେବି ଜଣେ ଲୋକ ନିଖୋଜ ଥିବାର ଯାହା କୁହାଯାଉଛି ଏହା ବାସ୍ତବରେ ଭୂଲ ସୂଚନା। ମୋର ପୁରା ବିଶ୍ୱାସ ନଦୀରେ ଆଉ କାହାର ଶବ ନାହିଁ । ସେ କହିଛନ୍ତି ଯେ ପୋଲିସ ରିପୋର୍ଟରେ ଫୋନ କଲରେ ଜଣେ ବ୍ୟକ୍ତି ନିଖୋଜ ଥିବା ନେଇ ସୂଚନା ଦିଆଯାଇଥିଲା। ତେବେ ଫୋନ କଲ ଯାଞ୍ଚ କାଳରେ ତାହା ନକଲୀ ବୋଲି ଜଣାପଡିଛି। ଆମେ ଏହି ନମ୍ବରରେ ସମ୍ପର୍କ କରିଥିଲୁ ଏପରିକି ପରିବାର ଲୋକଙ୍କୁ ମଧ୍ୟ ଭେଟିଥିଲୁ । ତେବେ ଏହି ନାମରେ କେହି ନଥିବା ସ୍ପଷ୍ଟ ହୋଇଯାଇଥିବା ଜିଲ୍ଲାପାଳ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ରବିବାର ସନ୍ଧ୍ୟାରେ ଗୁଜରାଟ ମୋରବିର ମଚ୍ଛୁ ନଦୀ ଉପରେ ଥିବା ଝୁଲା ପୋଲଟି ନଦୀକୁ ଖସିପଡିଥିଲା। ଫଳରେ ୧୩୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଏନଡିଆରଏଫ ଓ ସେନା ଦ୍ୱାରା ଚଳାଯାଇଥିବା ଉଦ୍ଧାର ଅଭିଯାନରେ ୧୭୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣା ଏପରି ସମୟରେ ହୋଇଥିଲା ଯେତେବେଳେ ପୋଲ ଉପରେ ୪୦୦ ଲୋକେ ଥିଲେ।  

   Related Posts