ରାମ-ଲକ୍ଷ୍ମଣ ଝୁଲା ପୋଲ ପରି, ଗୁଜରାଟର ପର୍ଯ୍ୟଟନସ୍ଥଳୀ; ଜାଣନ୍ତୁ ମୋରବି ପୋଲର ଇତିହାସ

Published By : Prameya-News7 Bureau | October 30, 2022 IST

ନୂଆଦିଲ୍ଲୀ: ଗୁଜରାଟର ମୋରବିରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି । ମଚ୍ଛୁ ନଦୀ ଉପରେ ନିର୍ମିତ ଝୁଲା ପୋଲ ଭୁଶୁଡିବା ଫଳରେ ୭୦ ଜଣଙ୍କ ମୃତ୍ୟୁ ହୋଇଛି । ମଚ୍ଛୁ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ପୋଲର ଇତିହାସ ବହୁ ପୁରୁଣା । ଉତ୍ତରଖଣ୍ଡରେ ଗଙ୍ଗା ନଦୀ ଉପରେ ନିର୍ମାଣ ହୋଇଥିବା ରାମ ଏବଂ ଲକ୍ଷ୍ମଣ ଝୁଲା ପୋଲ ପରି ଏହି ପୋଲ ଥିଲା । ଏହି ଦୁଇ ସସ୍ପେଶନ ପୋଲ ଥିଲା, ଏହି କାରଣରୁ ଏହା ଉପରେ ଚାଲିବା ସମୟରେ ଏହା ଉପର-ତଳ ହୋଇ ହଲିଥାଏ । ମୋରବି ପୋଲ ମଧ୍ୟ ଠିକ ଏହିପରି ଥିଲା, ଏହି କାରଣରୁ ବଡ଼ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲିବା ପାଇଁ ଆସିଥାନ୍ତି । ରବିବାର ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଲା, ସେହି ସମୟରେ ପୋଲ ଉପରେ ପ୍ରାୟ ୪୦୦ରୁ ୫୦୦ ଜଣ ଉପସ୍ଥିତ ଥିଲେ । ଏତେ ଅଧିକ ଲୋକଙ୍କ ଓଜନ ସମ୍ଭାଳି ନପାରି ମଝିରୁ ଭାଙ୍ଗି ପୋଲ ନଦୀରେ ପଡିଥିଲା ।

ଗୁଜରାଟର ପର୍ଯ୍ୟଟନସ୍ଥଳୀ ମଧ୍ୟରେ ସାମିଲ ଏହି ପୋଲର ଇତିହାସ ବହୁ ପୁରୁଣା । ୧୮୮୭ ମସିହା ପାଖାପାଖି ଏହି ପୋଲର ନିର୍ମାଣ ହୋଇଥିଲା । ଆବଶ୍ୟକୀୟ ସମୟରେ ପୋଲର ମରାମତି କରାଯାଉଥିଲା । କିଛି ଦିନ ପୂର୍ବରେ ଏହି ପୋଲର ମରାମତି ପାଇଁ ଏହାକୁ ବନ୍ଦ ରଖାଯାଇଥିଲା । ପାଞ୍ଚ ଦିନ ପୂର୍ବେ ହିଁ ଏହାକୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲା । ଛୁଟି ଯୋଗୁଁ ପୋଲକୁ ଦେଖିବା ପାଇଁ ପର୍ଯ୍ୟଟଙ୍କ ଭିଡ ଜମିଥିଲା । ୧.୨୫ ମିଟର ଓସାରିଆ ଏବଂ ୨୩୦ ମିଟର ଲମ୍ୱା ଏହି ପୋଲ ଦରବାରଗଡ ପ୍ୟାଲେସ ଏବଂ ଲଖଧୀରଜି ଇଞ୍ଜିନିୟରିଂ କଲେକକୁ ଯୋଡେ । ଏହା ବ୍ରିଟିଶ ଶାସନକାଳର ଏକ ଉନ୍ନତ ଇଞ୍ଜିନିୟରିଂର ଉଦହାରଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.