ମୋରବି ପୋଲ ଦୁର୍ଘଟଣା: ବାର ଆସୋସିଏସନଙ୍କ ନିଷ୍ପତ୍ତି, ଅଭିଯୁକ୍ତଙ୍କ ମୋକଦ୍ଦମା ଲଢିବେନି ଓକିଲ

Published By : Prameya-News7 Bureau | November 02, 2022 IST

ମୋରବି ୨।୧୧: ମୋରବି ପୋଲ ଦୁର୍ଘଟଣାର ଅଭିଯୁକ୍ତଙ୍କ ମୋକଦ୍ଦମା ନ ଲଢିବାକୁ ମୋରବି ବାର ଆସୋସିଏସନ ନିଷ୍ପତ୍ତି ନେଇଛି। ଏଥିଲାଗି ଆସୋସିଏସନର ସଦସ୍ୟମାନେ ବୁଧବାର ବିରୋଧ ଶୋଭାଯାତ୍ରା କରିଛନ୍ତି। ତେବେ କୋର୍ଟରେ ଅଭିଯୁକ୍ତଙ୍କ ମାମଲା ପରିଚାଳନା ନ କରିବା ଲାଗି ମଙ୍ଗଳବାର ଆସୋସିଏସନ ପ୍ରସ୍ତାବ ଗୃହୀତ କରିଥିଲା। ବରିଷ୍ଠ ଓକିଲ ଏ.ସି. ପ୍ରଜାପତି  ମୋରବି ବାର ଆସୋସିଏସନ ଓ ରାଜକୋଟ ବାର ଆସୋସିଏସନ ସେମାନଙ୍କ ମୋକଦ୍ଦମା ନ ଲଢିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

{"id":703726,"width":839,"height":805,"sizeSlug":"full","linkDestination":"none"}

ଅନ୍ୟ ଜଣେ ଓକିଲ ଆସୋସିଏସନର ସବୁ ସଦସ୍ୟ ଦୁର୍ଘଟଣା ଯୋଗୁ ଉପୁଜିଥିବା ପରିସ୍ଥିତିରେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି। ଏଣୁ ନୈତିକତା ଆଧାରରେ ଅଭିଯୁକ୍ତମାନଙ୍କର କେସ୍ ବାର ଆସୋସିଏସନ ଲଢିବ ନାହିଁ ବୋଲି ନିଷ୍ପତ୍ତି କରିଥିବା କହିଛି। ମୋରବି ପୋଲ ଦୁର୍ଘଟଣାରେ ୧୩୫ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ରବିବାର ସନ୍ଧ୍ୟା ୬ଟା ବେଳେ ହୋଇଥିଲା, ତେବେ ମଙ୍ଗଳବାର ପର୍ଯ୍ୟନ୍ତ ନଦୀରୁ ଶବ ମିଳିବା ଜାରିଥିଲା।

{"id":703728,"sizeSlug":"full","linkDestination":"none"}

ମୃତକଙ୍କ ମଧ୍ୟରୁ ୫୪ ଜଣ ନାବାଳକ ଥିଲେ, ଏମାନଙ୍କ ମଧ୍ୟରେ ୩୩ ଏପରି ଥିଲେ ଯେଉଁମାନଙ୍କ ବୟସ ୧୦ ବର୍ଷରୁ କମ୍ । ମୃତକଙ୍କ ମଧ୍ୟରେ ୩୮ ପୁଅ ଓ ୧୬ ଜଣ ଝିଅ ଅଛନ୍ତି। ଏହି ଦୁର୍ଘଟଣାରେ ଏକ ୨ ବର୍ଷର ପିଲା ମଧ୍ୟ ପ୍ରାଣ ହରାଇଛି। ମାମଲାର ଯାଞ୍ଚ କରୁଥିବା ସରକାରୀ ଅଧିକାରୀ କମ୍ପାନୀର ତ୍ରୁଟିକୁ କୋର୍ଟଙ୍କ ସାମ୍ନାରେ ରଖିଛନ୍ତି। ତେବେ ପୋଲିସ ପ୍ରାରମ୍ଭିକ ଯାଞ୍ଚରେ ପୋଲର ବୈଷୟିକ ଓ ସଂରଚନାତ୍ମକ ତ୍ରୁଟି ଥିବାର ଆଶଙ୍କା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.