oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ଶବ୍ଦ ପ୍ରଦୂଷଣରେ ବିଶ୍ଵର ଦ୍ୱିତୀୟ ସ୍ଥାନରେ ଏହି ସହର : UNEP ରିପୋର୍ଟ

27/03/2022 at 12:40 PM

ନୂଆଦିଲ୍ଳୀ ୨୭।୦୩ : ଉତ୍ତରପ୍ରଦେଶର ମୁରାଦାବାଦ ଦୁନିଆରେ ସର୍ବାଧିକ ତଥା ପୃଥିବୀର ଦ୍ୱିତୀୟ ଶବ୍ଦ ପ୍ରଦୂଶଣ ସହର ଭାବରେ ପରିଗଣିତ ହୋଇଛି। (ୟୁଏନପି)ର ରିପୋର୍ଟରେ ବାହାରିଥିବା ଏହି ତାଲିକାରେ ପୃଥିବୀର ସମସ୍ତ ସହରର ନାମ ରହିଛି । ଯେଉଁଠାରେ ଶବ୍ଦ ପ୍ରଦୂଷଣ ସର୍ବାଧିକ ହୋଇଛି। ଏହି ତାଲିକାରେ ଉତ୍ତରପ୍ରଦେଶର ସହର ମୁରାଦାବାଦର ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଯାହାକି ବିଶ୍ୱରେ ସର୍ବାଧିକ ଶବ୍ଦ ପ୍ରଦୂଷଣ ସହ ସହର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ରେକର୍ଡ ହୋଇଥିବା ମୁରାଦାବାଦ ସର୍ବାଧିକ ଶବ୍ଦ ପ୍ରଦୂଷଣ ୧୧୪ ଡେସିବଲ୍ ରହିଛି ।

ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନପି) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ଏଥିରେ ସମୁଦାୟ ୬୧ଟି ସହର ନାମ ଉଲ୍ଲେଖ କରାଯାଇଛି । ଶବ୍ଦ ପ୍ରଦୂଷଣ ତାଲିକାରେ ବାଂଲାଦେଶର ରାଜଧାନୀ ଢାକାର ନାମ ପ୍ରଥମ ସ୍ଥାନରେ ଅଛି, ଯାହା୧୧୯ ଡେସିବଲ ରହିଛି । ଢାକା ଏବଂ ମୁରାଦାବାଦ ପରେ ତୃତୀୟ ସ୍ଥାନରେ ଇସଲାମାବାଦ ରହିଛି । ଏହାର ଡେସିବଲ୍‌ ୧୦୫ ରହିଛି । ଏହି ତାଲିକାରେ ଦକ୍ଷିଣ ଏସିଆର ମୋଟ ୧୩ଟି ସହର ନାମ ସାମିଲ୍‌ କରାଯାଇଛି । ସେଥିମଧ୍ୟରୁ ଭାରତର ପାଞ୍ଚଟି ସହର ମଧ୍ୟ ଅଛି । ମୁରାଦାବାଦ ବ୍ୟତୀତ କୋଲକାତା (୮୯) ଡେସିବଲ, ପଶ୍ଚିମବଙ୍ଗର ଆସନସୋଲ (୮୯) ଡେସିବଲ, ଜୟପୁର(୮୪) ଡେସିବଲ ଏବଂ ରାଜଧାନୀ ଦିଲ୍ଲୀ (୮୩)ଡେସିବଲ ।

UNEPର ଏଜିକ୍ୟୁଟିଭ୍‌ ଡାଇରେକ୍ଟର କହିଛନ୍ତି କି ଉଚ୍ଚମାନର ନିଦ ଉପରେ ଖରାପ ପ୍ରଭାବ ପକାଇ ଏହା ଆମ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇଥାଏ। କେବଳ ଏତିକି ନୁହେଁ, ଏହା ଅନେକ ପଶୁ ପ୍ରଜାତିର ଶ୍ରବଣ କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏକ ସରକାରୀ ପୋଲିସର ରିପୋର୍ଟ ଅନୁଯାୟୀ, ୟୁପି ପୋଲିସର ଜରୁରୀକାଳୀନ ସେବା ୨୦୨୧ ମସିହାରେ ୧୪,୦୦୦ରୁ ଅଧିକ ଶବ୍ଦ ପ୍ରଦୂଷଣ ମାମଲା ପଞ୍ଜିକୃତ କରିଛି।

   Related Posts