ଆର୍ଥିକ ମୋର୍ଚ୍ଚାରେ ପୁଣି ଝଟକା ଦେଲା ମୁଡିଜ୍, କମାଇଲା ଜିଡିପି ଅନୁମାନ

Published By : Prameya-News7 Bureau | November 11, 2022 IST

ନୂଆଦିଲ୍ଲୀ: ଦେଶର ଆର୍ଥିକ ବିକାଶରେ ମନ୍ଥର ଆସିବା ଆଶଂକା ରହିଛି । ମୁଡିଜ ଇନଭେଷ୍ଟର୍ସ ସର୍ଭିସ ଦେଶର ଜିଡିପିକୁ ନେଇ ଏକ ନୂଆ ଅନୁମାନ ଜାରି କରିଛି । ୨୦୨୨ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ହାର ଅନୁମାନକୁ ୦.୭ ପ୍ରତିଶତ କମ କରି ୭ ପ୍ରତିଶତ କରିଛି । ପୂର୍ବରୁ ଏହି ଅନୁମାନ ୭.୭ ପ୍ରତିଶତ ଥିଲା ।

ଦ୍ୱିତୀୟ ଥର ପାଇଁ ମୁଡିଜ୍ ଭାରତର ଅଭିବୃଦ୍ଧିକୁ ହାର ଅନୁମାନକୁ କମାଇଛି । ଏହା ପୂର୍ବରୁ ୨୦୨୨ ମେରେ ଭାରତର ଅଭିବୃଦ୍ଧି ହାର ୮.୮ ପ୍ରତିଶତ ରହିବା ନେଇ ମୁଡିଜ୍ ଅନୁମାନ କରିଥିଲା । ପରେ ସେପ୍ଟେମ୍ୱରରେ ଏହି ଅନୁମାନକୁ ହ୍ରାସ କରି ୭.୭ ପ୍ରତିଶତ କରିଛି ।

ମୁଡିଜ୍ ଅନୁସାରେ, ଘରୋଇ ସ୍ତରରେ ଉଚ୍ଚ ସୁଧ ହାର ଏବଂ ବିଶ୍ୱର ଅଭିବୃଦ୍ଧି ଧିମେଇବା ଭାରତର ଆର୍ଥିକ ବିକାଶକୁ ପ୍ରଭାବିତ କରିବ । ମୁଡିଜ୍ କହିଛି, ଦରବୃଦ୍ଧି, ଉଚ୍ଚ ସୁଧ ହାର ଏବଂ ବିଶ୍ୱର ବିକାଶରେ ମନ୍ଥର ଆସିବା ପ୍ରଭାବ ଆମ ପୂର୍ବ ଆକଳନ ଠାରୁ ଅଧିକ ରହିବ । ରେଟିଂ ଏଜେନ୍ସି ମୁଡିଜ କହିଛି, ବିକାଶ ହାର ୨୦୨୩ରେ ହ୍ରାସ ହୋଇ ୪.୮ ପ୍ରତିଶତ ରହିବ, ପରେ ଏହା ୨୦୨୪ରେ ବଢି ପ୍ରାୟ ୬.୪ ପ୍ରତିଶତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.