୮୨୦୦୦ ଅଙ୍କ ପାର୍ କରିବ ସେନସେକ୍ସ ? ଭାରତୀୟ ଅର୍ଥନୀତି ଏବଂ ବଜାର ଉପରେ ମୁଡିଜ୍‌ର ଅନୁମାନ

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ: ସେୟାର ବଜାର ପ୍ରତିଦିନ ନୂଆ ରକେର୍ଡ କରୁଛି । ସେନସେକ୍ସ ୭୭,୦୦୦ ଅଙ୍କ ସ୍ତରରେ କାରବାର କରୁଥିବା ବେଳେ ନିଫ୍ଟି ୨୩,୫୦୦ ଅଙ୍କ ପାଖାପାଖି ଟ୍ରେଡ୍ କରୁଛି । ଏହାରି ଭିତରେ ଅନ୍ତରାଷ୍ଟ୍ରୀୟ ରେଟିଂ ଏଜେନ୍ସି ମୁଡିଜ୍ ଅନୁମାନ କରିଛି ଯେ ସେନ୍‌ସେକ୍ସ ଆଗାମୀ ୧୨ ମାସରେ ୧୪ ପ୍ରତିଶତ ବଢିପାରେ । ମୁଡିଜ୍ ରିପୋର୍ଟରେ କୁହାଯାଇଛି ଯେ କ୍ଷମତାକୁ ଏନଡିଏ ଫେରିବା ପରେ ବଜାର ଗତି ଧରିବାର ଅନୁମାନ ପୂର୍ବରୁ ଥିଲା । ସରକାର ବୃହତ ସ୍ଥିରତା ଅର୍ଥାତ୍ ମୁଦ୍ରାସ୍ଫୀତି ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଜାରି ରଖିବେ । ରିପୋର୍ଟରେ କୁହାଯାଇଛି ଯେ ବଜାର ଆଗାମୀ ଦିନରେ ଅଧିକ ମୌଳିକ ସୁଧାରର ଆଶା ରଖିଛି ।

ରିପୋର୍ଟରେ କୁହାଯାଇଛି ଯେ କମ୍ପାନିଗୁଡ଼ିକ ୨୦୨୫-୨୬ ଯାଏ ଆୟ ବୃଦ୍ଧିର ପୂର୍ବାନୁମାନ ସହ ଭଲ ପ୍ରଦର୍ଶନ କରିବ । ଯାହା ସମସ୍ତଙ୍କ ସହମତିରେ ୫୦୦ ଅଙ୍କରୁ ଅଧିକ ଅଟେ । 'ଆମର ୧୨ ମାସର ବିଏସଇ ସେନସେକ୍ସ ଲକ୍ଷ୍ୟ ୮୨,୦୦୦ ରହିଛି, ଯାହା ୧୪ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି ।' 

ରିପୋର୍ଟରେ କୁହାଯାଇଛି ଯେ ଏବେ ସରକାରଙ୍କ ନିରନ୍ତରତା ସହ ଆମର ବିଶ୍ୱାସ ଯେ ଯଦି ବଜାର ଆଗକୁ ମୌଳିକ ସୁଧାର ଆଶା ରଖିପାରିବ । ମୁଡିଜ୍ କହିଛି ଯେ ଭାରତର ସେୟାର ବଜାର ନୂଆ ଶିଖର ଛୁଇଁବାରେ ଲାଗିଛି ଏବଂ ଏବେ ଯୁକ୍ତି ଏହା ଉପରେ ଯେ ବଜାରକୁ ଭୌତିକ ରୂପେ ଉପରକୁ କିପରି ନିଆଯାଇ ପାରିବ । ରିପୋର୍ଟ ଅନୁସାରେ ମୋଦୀ ୩.୦ କ୍ଷମତାକୁ ଆସିବା ପରେ ୫ ବର୍ଷରେ ସକାରାତ୍ମକ ପରିବର୍ତ୍ତନ ସହ ଅନେକ କିଛି ଆସିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.