ଗ୍ଲୋବାଲ ମାକ୍ରୋ​ ଆଉଟଲୁକ୍‌ ରିପୋର୍ଟ ଜାରି କଲା ମୁଡିଜ୍​‌, ଚଳିତ ଆର୍ଥକ ବର୍ଷ ପାଇଁ ୬.୬%ରେ ବଜାୟ ରହିଲା ଅଭିବୃଦ୍ଧି ହାର

Published By : Prameya-News7 Bureau | November 09, 2023 IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ୨୦୨୩ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିବାର ଅନୁମାନ ରହିଛି। ୨୦୨୪ରେ ମଧ୍ୟ ଅଭିବୃଦ୍ଧି ହର ୬.୧ ପ୍ରତିଶତ ରହିପାରେ। ରେଟିଂ ଏଜେନ୍ସୀ ମୁଡିଜ୍‌ ଭାରତ ପାଇଁ ଏହାର ଆର୍ଥିକ ଅଭିବୃଦ୍ଧିର ଅନୁମାନ ଘୋଷଣା କରି ଏହା କହିଛି।

ମୁଡିଜ୍‌ ଏହାର ଗ୍ଲୋବାଲ ମାକ୍ରୋ ଆଉଟଲୁକ୍‌ ୨୦୨୪ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ଅନୁଯାୟୀ ଜିଏସଟି ସଂଗ୍ରହ ଉତ୍ସାହଜନକ ରହିବା, ଅଟୋ ସେଲ୍ସରେ ବୃଦ୍ଧି, ଉପଭୋକ୍ତାଙ୍କ ସକ୍ରିୟ ଭାଗୀଦାରୀ, ଋଣ ବୃଦ୍ଧି ହିଁ ଆର୍ଥିକ ଅଭିବୃଦ୍ଧି ଭଲ ରହିବା ନେଇ ସଙ୍କେତ ଦେଉଛି।

ଆହୁରି ପଢ଼ନ୍ତୁ: ଗ୍ରାମୀଣ ବଜାରରେ ଆସୁଛି ସୁଧାର, କଞ୍ଜ୍ୟୁମର ଗୁଡ୍ସ ସେକ୍ଟରରେ ଅଭିବୃଦ୍ଧି ୯% : ରିପୋର୍ଟ

ମୁଡିଜ୍‌ ଏହା ସ୍ପଷ୍ଟ କରିଛି ଯେ, ପାର୍ବଣ ଋତୁ ଶେଷ ହେବା ପରେ ଦରବୃଦ୍ଧି ଦିଗ କ’ଣ ରହିବ ତାହା ଉପରେ ନିର୍ଭର କରିବ ଘରୋଇ ଚାହିଦା। ମୁଡିଜ୍‌ର କହିବା ଅନୁଯାୟୀ ବୈଶ୍ବିକ ସଙ୍କଟ ମଧ୍ୟରେ ରପ୍ତାନୀ ଦୁର୍ବଳ ରହିପାରେ । ଏମିତିରେ ମଜଭୁତ ଘରୋଇ ଚାହିଦାକୁ ଗତି ମିଳିବ।

ରିପୋର୍ଟ ଅନୁଯାୟୀ, ଗ୍ରାମୀଣ ଅଞ୍ଚଳରେ ଦାବି ଏବଂ ବ୍ୟବହାରରେ କିଛି ସୁଧାର ଦେଖିବାକୁ ମିଳିଛି। କିନ୍ତୁ ଅସ୍ବାଭାବିକ ମୌସୁମୀ ଫଳରେ ଚାଷୀଙ୍କ ଉପରେ ପଡ଼ୁଥିବା ପ୍ରଭାବ ଫଳରେ ଗ୍ରାମୀଣ ଅଞ୍ଚଳରେ ଚାହିଦା ପ୍ରଭାବିତ ହୋଇପାରେ।

ଆହୁରି ପଢ଼ନ୍ତୁ: ଭାରତରେ ୨୦୨୬ ସୁଦ୍ଧା ଆରମ୍ଭ ହୋଇପାରେ E-Air Taxis ସର୍ଭିସ୍,୯୦ କି.ମି ଯାତ୍ରାକୁ ଲାଗିବ ୭ ମିନିଟ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.