scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅକ୍ଟୋବର ମାସରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଏହି ପାଞ୍ଚୋଟି ରାଶି ହେବେ ଲାଭବାନ୍‌…

1/10/2023 at 10:00 AM

ସରିଲା ସେପ୍ଟେମ୍ବର, ଆରମ୍ଭ ହେଲା ଅକ୍ଟୋବର । ଚଳିତ ବର୍ଷ ୧୦ ମାସର ଆରମ୍ଭ ହୋଇଛି । ଅକ୍ଟୋବରର ମାସରେ ଆରମ୍ଭରୁ ପିତୃପକ୍ଷ, ସୂର୍ଯ୍ୟଗ୍ରହଣ, ଚନ୍ଦ୍ର ଗ୍ରହଣ, ନବରାତ୍ର ପରି ଅନେକ ପର୍ବପର୍ବାଣୀ ରହିଛି । ଯାହାଲାଗି ଏହି ମାସଟି ବହୁତ୍‌ ଖାସ୍‌ ରହିଛି । ଏହାସହିତ ଏହି ମାସରେ ଅନେକ ବଡ଼ ବଡ଼ ଗ୍ରହ ନିଜର ରାଶି ପରିବର୍ତ୍ତନ କରିବେ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ବୃଷ, ସିଂହ, ତୁଳା, ଧନୁ, କୁମ୍ଭ ରାଶିର ଜାତକ ବିଶିଷ୍ଟ ଲୋକଙ୍କ ପାଇଁ ଏହି ମାସଟି ବହୁତ ଶୁଭଫଳ ଦେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଅକ୍ଟୋବରରେ କେଉଁ ରାଶି  ପାଇଁ କିପରି ରହିବ ମାସ…

ମେଷ- ମେଷ ରାଶିର ଲୋକଙ୍କ ପାଇଁ ଅକ୍ଟୋବର ମାସଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ମାସରେ କ୍ୟାରିୟରରେ ଆଗକୁ ବଢିବାକୁ ସୁଯୋଗ ମିଳିବ । ପରିବାର ସହିତ ସମନ୍ୱୟ ରକ୍ଷାକରିବେ । ଟଙ୍କା ଆସିବାର ସୁଯୋଗ ରହିଛି । ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରଂଶସାର ପାତ୍ର ହେବେ । ଆପଣଙ୍କର ସୌଭାବ ଅନ୍ୟକୁ ପ୍ରେରିତ କରିପାରେ । ସ୍ୱାସ୍ଥ୍ୟ ପ୍ରତି ଟିକିଏ ଧ୍ୟାନ ଦେବାକୁ ପଡିପାରେ ।

ବୃଷ- ବୃଷ ରାଶିର ଲୋକ ଏହି ମାସରେ ପରିବାର ସହିତ ସମୟ ବିତାଇବାକୁ ପଡିପାରେ ।  ଖୁସିର ଖବର ମିଳିପାରେ । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସାଥ୍‌ ଦେଇପାରେ । କାହା ପ୍ରରୋଚନାରେ ଆସି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । କର୍ମକ୍ଷେତ୍ରରେ କିଛିଟା ସମସ୍ୟା ଦେଖାଦେଇପାରେ । କିନ୍ତୁ ସମୟ ଅନୁସାରେ ତାହା ଠିକ୍‌ ହୋଇଯିବ ।

ମିଥୁନ- ମିଥୁନ ରାଶିର ଲୋକଙ୍କ ପାଇଁ ମାସଟି ମଧ୍ୟମ ଧରଣର ରହିବ । ଚାକିରି କରୁଥିବା ଲୋକଙ୍କ କ୍ଷେତ୍ରରେ ଟିକିଏ ଚିନ୍ତିତ ରହିବେ । କାମର ଚାପ ରହିବ । ବିଗିଡିଥିବା ସଂପର୍କ ପୁଣି ଥରେ ଯୋଡିହେବ । କୌଣସି ଖୁସିର ଖବର ମିଳିପାରେ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢିବ । ଭୂମି କିଣା କିମ୍ବା ବିକ୍ରିରେ ଯୋଗ ରହିଛି । ପ୍ରେମ ସଂପର୍କରେ ସକାରତ୍ମକ ପରିବର୍ତ୍ତନ ଦେଖାଦେଇପାରେ ।

କର୍କଟ- କର୍କଟ ରାଶିର ଲୋକଙ୍କ ପାଇଁ ମାସଟି ଶୁଭ ଅଟେ । ଆଖପାଖରେ ଥିବା ଲୋକ ହିଁ ଆପଣଙ୍କ କଠିନ ସମୟରେ ଛିଡା ହେବେ । ଜୀବନସାଥୀଙ୍କ କୌଣସି ଇଚ୍ଛାକୁ ଆପଣ ପୁରା କରିପାରନ୍ତି ।  ନିଜ ନିଷ୍ପତ୍ତ ଉପରେ ଭରସା ରଖନ୍ତୁ । ଦେଖିବେ ବିଜୟ ଆପଣଙ୍କର ହେବ ।

ସିଂହ- ସିଂହ ରାଶିର ଲୋକଙ୍କ ପାଇଁ ଭାଗ୍ୟର ଦ୍ୱାର ଖୋଲିବ ଏହି ମାସ । ଚାକିରି ଏବଂ ବ୍ୟବସାୟୀ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ  କିଛି ନୂଆ କରିବାର ସୁଯୋଗ ରହିଛି । ସଫଳତା ନିଶ୍ଚିୟ ମିଳିବ । ପୂର୍ବରୁ ଚାଲୁରହିଥିବା ଚିନ୍ତାରୁ ମୁକ୍ତି ମିଳିବ । ପଦୋନ୍ନତିର ଯୋଗ ରହିଛି ।

କନ୍ୟା- କନ୍ୟା ରାଶିର ବ୍ୟକ୍ତିବିଶେଷ ପାଇଁ ଏହି ମାସଟି ଉତ୍‌ଥାନ ଏବଂ ପତନ ଭରା ରହିବ । କୌଣସି ବ୍ୟକ୍ତି ଆଗୁଆ ଆସି ଆପଣଙ୍କୁ ସହାୟତାରେ ହାତ ବଢାଇବେ ।  ଯିଏ ଯେତେ ଚେଷ୍ଟା କଲେ ବି ଆପଣଙ୍କୁ ବିପଦରେ ପକାଇ ପାରିବେନାହିଁ । ନିଜ ପାଇଁ ସମୟ ବାହାର କରିବେ ।

ତୁଳା- ତୁଳା ରାଶିରେ ବ୍ୟକ୍ତିବିଶେଷ ପାଇଁ ଏହି ମାସଟି ବହୁତ ଲାଭଦାୟକ ରହିବ । ମାସ ଆରମ୍ଭରୁ ଆପଣଙ୍କୁ କୌଣସି ଶୁଭ ଖବର ମିଳିପାରେ । ସାମୂହିକ କାର୍ଯ୍ୟରେ ସଫଳତା ମିଳିପାରେ । ସନ୍ତାନ ଓ ପରିବାର ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ । ଅଟକିଥିବା ପୁରୁଣା ଟଙ୍କା ମିଳିପାରେ ।

ବିଛା- ଏହି ମାସରେ ବିଛା ରାଶିର ଲୋକଙ୍କ ଭାଗ୍ୟ ବେଶ୍‌ ପ୍ରଭାବଶାଳୀ ରହିବ । ଜୀବନରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କର ଲାଗି ରହିଥିବା ଆଶଙ୍କା ଦୂର ହେବ । ସନ୍ତାନର ଉନ୍ନତିରେ ଖୁସି ହେବେ । ବ୍ୟବସାୟୀ ପାଇଁ ନୂଆ ଯୋଜନା କରିପାରନ୍ତି ।

ଧନୁ- ଏହି ମାସରେ ଧନୁ ରାଶିର ଲୋକଙ୍କୁ ଖୁସିର ଖବର ମିଳିପାରେ ।  ଅଫିସରେ ସତର୍କତା ସହ କାମ କରନ୍ତୁ । ଘରରେ ପରିବେଶ ଭଲ ରଖିବାକୁ ଚେଷ୍ଟା କରନ୍ତୁ । ସାଙ୍ଗ ସାଥୀଙ୍କ  ସହିତ ସଂପର୍କ ଭଲ ହୋଇପାରେ । କୌଣସି ଜଣେ ଭଲ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ ।

ମକର- ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ମାସରେ କିଛିଟା ନୂଆ ଯୋଜନା କରିପାରନ୍ତି । ଆପଣଙ୍କ ସାମ୍ନାକୁ କିଛି ନୂଆ ଯୋଜନା ଆସିପାରେ । ଭାବୁଥିବା କାମଟି ପୁରା ହୋଇପାରେ । ଏହି ମାସଟି ଆପଣଙ୍କ ପାଇଁ ଠିକ୍‌ ଠାକ୍‌ ରହିପାରେ ।

କୁମ୍ଭ- କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ମାସଟି ଅଶ୍ୱସ୍ତିକର ରହିବ । ଯଦି କିଛି ନୂଆ କରିବାକୁ ଭାବୁଥିବେ, ତେବେ ନିଶ୍ଚିତ ଭାବେ କରନ୍ତୁ । ଚିନ୍ତାରୁ ମୁକ୍ତି ମିଳିପାରେ ।  ପୁରୁଣା ସଂପର୍କ ପୁଣି ଥରେ ଗଢିଉଠିବ । ଆପଣଙ୍କ ଠାରୁ ଦୂରେଇ ଯାଇଥିବା ଲୋକେ ଆପଣଙ୍କ ପାଖକୁ ଫେରିବେ । ନିଜ ମନର ମଣିଷଙ୍କୁ ପାଖରେ ପାଇ ଖୁସି ହେବେ । କିଛି ଜରୁରୀ କାମ କରିବାକୁ ଇଛା କରିବେ ।

ମୀନ- ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ମାସଟି ବେଶ୍‌ ଭଲ ରହିବ । ଧର୍ଯ୍ୟର ସହିତ କାମ କରିବାର ଆବଶ୍ୟକତା ରହିଛି । ନିଜ ଉପରେ ଭରସା ରଖନ୍ତୁ । କିଛି ଭଲ କାମ କରିବାକୁ ଚାହୁଁଥିଲେ, ଏହି ସମୟଟି ବେଶ୍‌ ଉପଯୋଗୀ ରହିଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। PrameyaNews7 ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରି ନିଶ୍ଚିତ ହୁଅନ୍ତୁ।)

   Related Posts