ରାହୁଲ ଅଧ୍ୟାଦେଶ ଚିରି ଦେବା ପରେ ବ୍ୟଥିତ ଥିଲେ ମନମୋହନ, ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଚାହିଁଥିଲେ

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭।୦୨: ୨୦୧୩ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହଁଥିଲେ ମନମୋହନ ସିଂହ । ମଣ୍ଟେକ ସିଂହ ଆଲୁଓ୍ବାଲିଆଙ୍କ ପରାମର୍ଶରେ ଇସ୍ତଫା ଠାରୁ ଦୂରେଇ ରହିଥିଲେ । ରାହୁଲ ଗାନ୍ଧୀ ଏକ ଅଧ୍ୟାଦେଶ ଫାଡି ଦେବାକୁ କହିବାରୁ ମନମୋହନ ସିଂହ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରୁଥିଲେ ବୋଲି ଆଲୁଓ୍ବାଲିଆ ନିଜ ପୁସ୍ତକରେ ଲେଖିଛନ୍ତି ।

{"id":225469,"sizeSlug":"large"}

ଯୋଜନା ଆୟୋଗ (ବର୍ତ୍ତମାନ ନୀତି ଆୟୋଗ)ର ପୂର୍ବତନ ଉପଧ୍ୟାକ୍ଷ ମଣ୍ଟେକ ସିଂହ ଆଲୁଓ୍ବାଲିଆ ମନମୋହନ ସିଂହଙ୍କ ଇସ୍ତାଫା ଦେବା ନେଇ କିଛି ନୂଆ କଥା ସାମ୍ନାକୁ ଆଣିଛନ୍ତି ।  ୨୦୧୩ ମସିହାରେ ରାହୁଲ ଗାନ୍ଧୀ ଏକ ଅଧ୍ୟାଦେଶକୁ ଫାଡି ଦେଇଥିଲେ। ଏହାପରେ ଆମେରିକା ଗସ୍ତରେ ଥିବା  ମନମୋହନ ସିଂହ ନିଜ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ମଣ୍ଟେକ ସିଂହ ତାଙ୍କୁ ଇସ୍ତଫା ନଦେବା ପାଇଁ ପରାମର୍ଶ ଦେଇଥିଲେ ।

{"id":225470,"sizeSlug":"large"}

ଆଲୁଓ୍ବାଲିଆ ନିଜ ପୁସ୍ତକ “BLACKSTAGE” : THE STORY OF BEHIND INDIA HIGH GROWTHରେ ଇସ୍ତଫା ବିଷୟରେ ଲେଖିଛନ୍ତି । ୨୦୧୩ରେ କଂଗ୍ରେସ (ୟୁପିଏ) ସରକାର ଏକ ଅଧ୍ୟାଦେଶ ଆଣିଥିଲା । ଯାହାକୁ ରାହୁଲ ଗାନ୍ଧୀ ପ୍ରବଳ ବିରୋଧ କରୁଥିଲେ । ବିରୋଧର ପରିଭାଷା ଏପରି ଥିଲେ ଯେ, ରାହୁଲ ଗାନ୍ଧୀ ନିଜେ ପ୍ରେସମିଟ୍‌ କରି ଅଧ୍ୟାଦେଶକୁ ‘complete nonsence’ କହି ଚିରି ଫାଡିଦେଇଥିଲେ ।  ଏହାପରେ ଏହି ଅଧ୍ୟାଦେଶ ସରକାର ଫେରସ୍ତ ନେଇଯାଇଥିଲେ । କିନ୍ତୁ ୨୦୧୩ରେ ପ୍ରଧାନମନ୍ତ୍ରୀ ପଦବୀରେ ଥିବା ମନମୋହନ ସିଂହ ନିଜ ପ୍ରତିନିଧିମଣ୍ଡଳ ସହିତ ଆମେରିକା ଗସ୍ତରେ ଥିଲେ  । ଏବଂ ତାଙ୍କ ସହିତ ସେତେବେଳେର ଯୋଜନା ବୋର୍ଡ ଅଧ୍ୟକ୍ଷ ମଣ୍ଟେକ ସିଂହ ଆଲୁଓ୍ବାଲିଆ ଥିଲେ । ଯେତେବେଳେ ଅଧ୍ୟାଦେଶ ଚିରି ଫାଡିବା କଥା ମନମୋହନ ସିଂହ ଜାଣିଥିଲେ । ସେ ତୁରନ୍ତ ଆଲୁଓ୍ବାଲିଆଙ୍କୁ ଯାଇ କହିଥିଲେ ଯେ, ମୁଁ ଇସ୍ତଫା ଦେବାକୁ ଚାହୁଛି । କିନ୍ତୁ ଆଲୁଓ୍ବାଲିଆ ତାଙ୍କୁ ଇସ୍ତଫା ନଦେବାକୁ ପରାମର୍ଶ ଦେଇଥିଲେ । ଏବଂ କହିଥିଲେ ଯେ, ଇସ୍ତଫା ଦେବାର ଏହା ଉପଯୁକ୍ତ ସମୟ ନୁହେଁ ।

{"id":225471,"width":569,"height":320,"sizeSlug":"large"}

କଣ ଥିଲା ସେ ଅଧ୍ୟାଦେଶ -ସୁପ୍ରିମକୋର୍ଟ ଦାଗୀ ସାଂସଦ ଓ ନେତାମାନଙ୍କୁ ନିର୍ବାଚନ ଲଢିବା ବିପକ୍ଷରେ ରାୟ ଶୁଣାଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନିଷପ୍ରଭାବୀ କରିବା ପାଇଁ ସେତେବେଳେର ୟୁପିଏ ସରକାର ଏକ ଅଧ୍ୟାଦେଶ ଆଣିଥିଲେ । କିନ୍ତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ବିରୋଧ କରିଥିଲେ । ଏବଂ ପ୍ରେସ୍‌ମିଟ୍‌ କରି ଏହାକୁ ଚିରି ଫାଡି ଦେବାକୁ ପରାମର୍ଶ ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.