Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲଘୁଚାପ ପ୍ରଭାବରେ ଆସିବ ମୌସୁମୀ : ସ୍କାଏମେଟ କହୁଛି ଆସିବାକୁ ଲାଗିବ ଆହୁରି ୭୨ ଘଣ୍ଟା

16/06/2019 at 8:25 AM

ଭୁବନେଶ୍ବର ୧୬/୬: ଗରମରେ ଅସ୍ତବ୍ୟସ୍ତ ହୋଇପଡିଥିବା ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ । ଏପରି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ମୌସୁମୀ ଆସିବା ପରେ ରାଜ୍ୟରେ ବର୍ଷା ପରିମାଣ ବଢିବ । କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ସ୍କାଏମେଟ କହିଛି । ଓଡ଼ିଶାରେ ଗତ ଦୁଇ ଦିନ ଧରେ କେତେକ ସ୍ଥାନରେ ବର୍ଷା ହୋଇଥିବାର ସୂଚନା ମିଳଳିଛି । ଆକାଶ ମଧ୍ୟ ମେଘାଚ୍ଛନ୍ନ ରହିଛି ।

ଭାରତର ଦକ୍ଷିଣ-ପଶ୍ଚିମ ଦିଗରୁ ଆସୁଥିବା ମୌସୁମୀ ବାୟୁ ଆସନ୍ତା ୨୪ରି ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର ଦକ୍ଷିଣ-ଉପକୂଳ ଅଞ୍ଚଳକୁ ଛୁଇଁବ ଓ ଧୀରେ ଧୀରେ ସମଗ୍ର ଓଡ଼ିଶାକୁ ଛୁଇଁବ । ଏହାଛଡା ଓଡ଼ିଶା ଉପରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଥିବାରୁ ତାହାଯୋଗୁଁ ମଧ୍ୟ ବର୍ଷା ପରିମାଣ ବଢିବ । ମୌସୁମୀ ଆସିବା ପରେ ପରବର୍ତ୍ତି ୨-୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ, କିନ୍ତୁ ପରେ ବର୍ଷା ପରିମାଣ ସାମାନ୍ୟ କମିବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ କହିଛି ।

   Related Posts