ଭୁବନେଶ୍ବର୨୨|୬: ଦୀର୍ଘ ପ୍ରତିକ୍ଷା ପରେ ଶେଷରେ ସାରା ରାଜ୍ୟକୁ ଛୁଇଁଛି ମୌସୁମୀ । ଶୀତଳ ହୋଇଛି ଜୀବଜଗତ ଶାନ୍ତ ହୋଇଛନ୍ତି ଭୂମାତା । ଚାଷୀକୁଳ ମନରେ ଆଶା ସଞ୍ଚାର ହୋଇଛି । ଉତ୍ତର ପଶ୍ଚିମ ବଙ୍ଗେ।ପସାଗରେ ସୃଷ୍ଠ ଲଘୁଛାପ ମୌସୁମୀ ପାଇଁ ଅଧିକ ଅନୁକୁଳ ହୋଇଛି । ମୌସୁମୀ ବର୍ଷାରେ କାଲି ଉପକୁଳ ଜିଲ୍ଲାର ଭିଜିଥିବା ବେଳେ ଆଜି ସାରା ରାଜ୍ୟକୁ ମୌସୁମୀ ବର୍ଷା ଛୁଇଁଛି । ଆଉ ପହିଲି ବର୍ଷାର ଟୁପୁରୁଟାପର ଶବ୍ଦ କବି ଓ ଭାବୁକଙ୍କୁ ମଧ୍ୟ ଆନମନା କରିଛି ……
{"id":125956}ସାରା ରାଜ୍ୟରେ ମୌସୁମୀ ସକ୍ରୀୟ । କାଲି ଅଧା ଓଡିଶା ଛୁଇଁଥିବା ମୌସୁମୀ ଆଜି ପୁରା ରାଜ୍ୟକୁ ଭିଜାଇଛି । ତାସାଙ୍ଗକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମୌସୁମୀକୁ ଅଧିକ ସକ୍ରୀୟ କରିଛି । କାଲି ଉପକୂଳ ଓଡ଼ିଶା ମୌସୁମୀ ବର୍ଷାରେ ଭିଜିଥିବା ବେଳେ ଆଜି ସାରା ଓଡିଶା ଭିଜିଛି । ଆଗାମୀ ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ଅନୁମାନ କରିଛି ପାଣିପାଗ ବିଭାଗ । ତେବେ ମୌସୁମୀ ନିର୍ଦ୍ଧାରିତ ସମୟଠାରୁ ୧୦ଦିନ ବିଳମ୍ବରେ ଆସିଥିବାରୁ ଚାଷକାର୍ଯ୍ୟ ବିଳମ୍ବ ହୋଇଛି । ତେଣୁ ସଅଳ ଚାଷକାମ ସହ ଧାନବୁଣା ପାଇଁ ଚାଷୀ କୁଳ ଲାଗି ଛପଡିଛନ୍ତି ।
{"id":125957}ସେପଟେ ମୌସୁମୀର ପହିଲି ବର୍ଷା ଅନେକଙ୍କୁ ଆନମନା କରିଛି । କବିର ଲେଖନୀକୁ ଚଳଚଞ୍ଚଳ କରିଛି । ପ୍ରଚଣ୍ଡ ରୌଦ୍ରକୋପରେ ବିବର୍ଣ୍ଣ ହୋଇପଡିଥିବା କେ।ରାପୁଟ ସୌନ୍ଦର୍ଯ୍ୟରେ ଏବେ ସବୁଜିମା ଭରିଛି । କେବଳ କବି ଭାବୁକ ନୁହଁନ୍ତି ଚାଷୀ ମନରେ ମୌସୁମୀ ଭରିଛି ସ୍ବପ୍ନ ଆଉ ଧରଣୀ ବୁକୁ ଚିରି ସୁନାର ଫସଲ ଅମଳ ପାଇଁ ଚାଷୀ ଏବେ ଅଣ୍ଟା ଭିଡିଛି
{"id":125958,"width":587,"height":309}କେବଳ କବି,ଭାବୁକ ଚାଷୀ କୁଳ ନୁହନ୍ତି ରୌଦ୍ରର ତାଡନାରେ ଯନ୍ତ୍ରଣାଗସ୍ତ ଜିବଜନ୍ତୁ, କିଟ ପତଙ୍ଗ ସହ ସାରା ଜୀବଜଗତ ପାଇଁ ନିଆରା ଆନନ୍ଦ ଆଣିଛି ମୌସୁମୀ ।