Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୪ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ ; ଜୁନ୍ ତୃତୀୟ ସପ୍ତାହ ପୂର୍ବରୁ ଛୁଇଁବନି ଓଡିଶା, ପୁଣି ଫେରିବ ତାତି

8/06/2019 at 9:56 AM

ଭୁବନେଶ୍ବର ୮|୬: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଜି କେରଳ ଛୁଇଁବ ମୌସୁମୀ । ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପ୍ରଥମ ସପ୍ତାହରେ କେରଳ ଛୁଉଁଥିବା ବେଳେ ଚଳିତ ବର୍ଷ ୮ ଦିନ ବିଳମ୍ବରେ ଭାରତରେ ପ୍ରବେଶ କରିଛି । ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କେରଳ ଓ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏହି ସମୟ ମଧ୍ୟରେ ଉତ୍ତର ପୂର୍ବାଂଚଳ ରାଜ୍ୟଗୁଡିକରେ ବି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ।

ତେବେ ଓଡିଶାରେ ମୌସୁମୀ ବାୟୁ ପ୍ରବେଶ ନେଇ ଅନିୟମିତତା ଲାଗି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଓଡିଶାର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । କିନ୍ତୁ ଦୁଇ ଦିନ ପରେ ପରିସ୍ଥିତି ପୂର୍ବାବସ୍ଥା ଫେରିପାଇବ ।

ପଶ୍ଚିମ ଓଡିଶାରେ ତାପମାତ୍ରା ୪୫ ଡିଗ୍ରୀ ଡେଇଁବା ସହ ଉପକୂଳ ଓଡିଶାରେ ପାରଦ ୪୦ ଡିଗ୍ରୀ ଉପରେ ରହିବ । ସେପଟେ ରଜ ପୂର୍ବରୁ ମୌସୁମୀ ଆସିବା ନେଇ ଯେଉଁ ପୂର୍ବାନୁମାନ ହେଇଥିଲା, ତାହା ଏବେ ଫସର ଫାଟିବାକୁ ଯାଉଛି । ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ମୌସୁମୀ ଓଡିଶାରେ ପହଂଚିବା ସମ୍ଭାବନା ଦେଖାଯାଉନାହିଁ ।

   Related Posts