ନୂଆଦିଲ୍ଲୀ ୧୨/୭ : ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ସେ କହିଛନ୍ତି ଯେ ଜୁଲାଇ ୧୯ରୁ ଅଗଷ୍ଟ ୧୩ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ୧୯ଟି କାର୍ଯ୍ୟଦିବସ ରହିବ । ଲୋକସଭା ବାଚସ୍ପତି କହିଛନ୍ତି ଯେ କୋଭିଡ ନିୟମ ଅନୁଯାୟୀ ସମସ୍ତ ସଦସ୍ୟ ଏବଂ ଗଣମାଧ୍ୟମକୁ ଅନୁମତି ଦିଆଯିବ । RTPCR ପରୀକ୍ଷା ବାଧ୍ୟତାମୂଳକ ନୁହେଁ ।
wp:html/wp:htmlThe Monsoon Session of Parliament will take place from July 19 to August 13. Will have 19 business days: Lok Sabha Speaker Om Birla pic.twitter.com/fA5fCvSrEe
— ANI (@ANI) July 12, 2021
ଯେଉଁମାନେ ଟିକାକରଣ କରିନାହାଁନ୍ତି ସେମାନଙ୍କୁ ଟିକା ନେବାକୁ ଆମେ ଅନୁରୋଧ କରିବୁ । ଏଥର ମୌସୁମୀ ଅଧିବେଶନରେ ବିରୋଧୀମାନେ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରି ରହିବାକୁ ଚେଷ୍ଟା କରିବେ । ଉତ୍ତରପ୍ରଦେଶରେ ସମ୍ପତ୍ତି ବ୍ଲକ୍ ମୁଖ୍ୟ ନିର୍ବାଚନରେ ହିଂସା, ଟିକାକରଣର ମନ୍ଥର ଗତି ହେଉ କିମ୍ବା ତୃତୀୟ ଲହର ପାଇଁ ପ୍ରସ୍ତୁତି । ଏହି ସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ବିରୋଧୀ ।
ଏହାସହ କୃଷି ଆଇନ ରଦ୍ଦ ପାଇଁ ଦାବି ସଂସଦରେ ପୁଣି ଥରେ ସ୍ୱର ଉଠିପାରେ । ଅନ୍ୟପକ୍ଷରେ, ସଂସଦର ସର୍ବାଧିକ କାର୍ଯ୍ୟକାରିତା କୌଣସି ବିଘ୍ନ ବିନା କାର୍ଯ୍ୟକାରୀ ହେବ ବୋଲି ସରକାରଙ୍କ ଉଦ୍ୟମ ହେବ । ଏହା ସହ ସରକାର ଅଧିକରୁ ଅଧିକ ବିଲ୍ ପାସ୍ କରିବାକୁ ଯୋଜନା ରଖିଛନ୍ତି ।