ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ, ଅଗଷ୍ଟ ୧୩ ଯାଏଁ ଚାଲିବ
30/06/2022 at 10:24 PM

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଲୋକସଭା ସଚିବାଳୟ ପକ୍ଷରୁ ଗୁରୁବାର ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ବିଜ୍ଞପ୍ତି ଅନୁସାରେ ସଂସଦର ଉଭୟ ଗୃହ ବୈଠକ ଜୁଲାଇ ୧୮ରୁ ଆରମ୍ଭ ହେବାର ସମ୍ଭାବନା ଅଛି ଏବଂ ଅଗଷ୍ଟ ୧୩ରେ ଶେଷ ହେବ। ମୌସୁମୀ ଅଧିବେଶନ ସାଧାରଣତଃ ଜୁଲାଇର ତୃତୀୟ ସପ୍ତାହରେ ଆରମ୍ଭ ହୋଇଥାଏ ଏବଂ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୋଇଥାଏ।
ଗତ ବର୍ଷ ମୌସୁମୀ ଅଧିବେଶନ ବେଶ ହଙ୍ଗାମା ସହ ଶେଷ ହୋଇଥିଲା। ବିରୋଧୀ ଦଳ ଗୁଡିକ ପେଗାସସ ଗୁଇନ୍ଦାଗିରି ମାମଲା, କୃଷି ଆନ୍ଦୋଳନ ଏବଂ ତୈଳ ମୂଲ୍ୟ ବୃଦ୍ଧି ଉପରେ ଚର୍ଚ୍ଚା ପାଇଁ ସରକାରଙ୍କୁ ଅନୁମତି ମାଗିଥିଲେ, ତେବେ ଅନୁମତି ନମିଳିବାରୁ ବିରୋଧୀ ଉଭୟ ଗୃହରେ ଜୋରଦାର ହଙ୍ଗାମା କରିଥିଲେ।
୨୦୨୧ରେ ମୌସୁମୀ ଅଧିବେଶନ ଗତ ଦୁଇ ଦଶନ୍ଧିରେ ତୃତୀୟ ସବୁଠୁ କମ ପ୍ରଭାବୀ ଲୋକସଭା ଅଧିବେଶନ ଥିଲା, ଏଥିରେ କେବଳ ୨୧ ପ୍ରତିଶତ କାମ ହୋଇଥିଲା। ରାଜ୍ୟସଭାରେ ୨୮ ପ୍ରତିଶତ କାମ ହୋଇଥିଲା। ୧୯୯୯ ପରେ ଏହା ଅଷ୍ଟମ ସବୁଠୁ କମ ଉତ୍ପାଦକ ଅଧିବେଶନ ଥିଲା।