scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋମବାର ସଂସଦର ମୌସୁମୀ ଅଧିବେଶନ, ଉପସ୍ଥାପିତ ହେବ ୨୩ ନୂଆ ବିଧେୟକ

11/09/2020 at 6:36 PM

ନୂଆଦିଲ୍ଲୀ ୧୧।୯: ସରକାର ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପନ ଲାଗି ୨୩ଟି ନୂଆ ବିଧେୟକକୁ ସୂଚୀବଦ୍ଧ କରିଛନ୍ତି। ଏଥିରୁ ୧୧ଟି ସମ୍ବଦ୍ଧିତ ଅଧ୍ୟାଦେଶର ସ୍ଥାନ ନେବ।  ଏଥିରୁ ଗୋଟିଏ ସାଂସଦଙ୍କ ବେତନ କାଟ୍ ସମ୍ପର୍କିତ ହୋଇଥିବା ବେଳେ ଆଉ ଗୋଟିଏ କୋଭିଡ-୧୯ ଚିକିତ୍ସା ଲାଗି କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ସମ୍ପର୍କିତ ବୋଲି ଜଣାପଡିଛି।

ଏପ୍ରିଲ ୨୦୨୦ରେ ସରକାର ସାଂସଦମାନଙ୍କ ୩୦ ପ୍ରତିଶତ ବେତନ କାଟ୍ ଲାଗି ଅଧ୍ୟାଦେଶ ଜାରି କରିଥିଲେ। ଏଥିଲାଗି ଏକ ବିଧେୟକ ସଂସଦର ଚଳିତ ଅଧିବେଶନରେ ଉପସ୍ଥାପନ ହେବାକୁ ଥିବା ବେଳେ ଏଥିରୁ ପ୍ରାପ୍ତ ରାଶି ଦେଶରେ କରୋନା ଭାଇରସ ବିରୋଧରେ ଜାରି ସଂଗ୍ରାମ ନିମନ୍ତେ ଖର୍ଚ୍ଚ ଲାଗି ବ୍ୟବସ୍ଥା ରହିଛି। ସେହିପରି କୃଷକ ଉତ୍ପାଦ କାରବାର ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଧେୟକ ୨୦୨୦କୁ ଏଥିଲାଗି ଜାରି ଏକ ଅଧ୍ୟାଦେଶ ସ୍ଥାନରେ ଅଣାଯିବ।

ବିଧେୟକରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନକୁ ବିକ୍ରୟ ଲାଗି ସ୍ୱାଚ୍ଛନ୍ଦ୍ୟ ମିଳିବାର ବ୍ୟବସ୍ଥା ରହିଛି।  ସେହିପରି ସଂସଦର ଏହି ଅଧିବେଶନରେ ଜମ୍ମୁ-କାଶ୍ମୀର ଅଧିକାରୀକ ଭାଷା ବିଧେୟକକୁ ମଧ୍ୟ ଉପସ୍ଥାପନ କରାଯିବ। ଏହି ନୂଆ କେନ୍ଦ୍ର ଶାସିତ ପ୍ରଦେଶରେ ଏବେ ଉର୍ଦ୍ଦୁ ଓ ଇଂରାଜୀର ଉପଯୋଗ ହେଉଛି। ତେବେ ନୂଆ ବିଧେୟକରେ କାଶ୍ମୀରୀ, ଡୋଗ୍ରୀ ଓ ହିନ୍ଦୀ ମଧ୍ୟ ପ୍ରସ୍ତାବ ରହିଛି। ସେହିପରି ଦେଶରେ ମଇଳା ବୋହିବା ସମ୍ପର୍କିତ କାର୍ଯ୍ୟକୁ ନିଷିଦ୍ଧ କରିବା ଓ ଏପରି କାର୍ଯ୍ୟରେ ନିୟୋଜିତ ଲୋକଙ୍କ ପୁନର୍ବାସ ଲାଗି ମଧ୍ୟ ଏକ ବିଧେୟକ ଉପସ୍ଥାପନ ହେବ।

ନିମ୍ନ ସଦନରେ ୨୦୨୦-୨୧ ବର୍ଷ ଲାଗି ସପ୍ଲିମିଣ୍ଟାରୀ ଡିମାଣ୍ଡ ଫର ଗ୍ରାଣ୍ଟ ମଧ୍ୟ ଅଧିବେଶନକାଳରେ ଉପସ୍ଥାପିତ ହେବ। ସେହିପରି ୨୦୧୬-୧୭ ବର୍ଷ ଲାଗି ସର୍ପ୍ଲସ୍ ଗ୍ରାଣ୍ଟ ଉପସ୍ଥାପନ ସହ ଏହା ଉପରେ ଚର୍ଚ୍ଚା ଓ ଭୋଟିଂ ମଧ୍ୟ ହେବ। ଏହା ଛଡା ଅଧିବେଶନ କାଳରେ ଫ୍ୟାକ୍ଟର ରେଗୁଲେସନ ବିଲ୍ ଓ ରାଜ୍ୟମାନଙ୍କର କୋ-ଅପରେଟିଭ ସୋସାଇଟି ସଂଶୋଧନ ବିଧେୟକ ୨୦୨୦ ମଧ୍ୟ ଉପସ୍ଥାପନ ହେବ। ସଂସଦର ଏହି ଅଧିବେଶନ ମାତ୍ର ୧୮ ଦିନର। ତେବେ ସରକାର ଏହି ଅବଧି ମଧ୍ୟରେ ସମସ୍ତ ବିଧେୟକ ଗୃହୀତ କରାଇବା ଲାଗି ଉଦ୍ୟମ କରିବେ ବୋଲି ଜଣାପଡିଛି।

   Related Posts