କେରଳ ଛୁଇଁଲା ମୌସୁମୀ, ୧୫ ସୁଦ୍ଧା ଓଡିଶା ଛୁଇଁପାରେ

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୦୩।୦୬:  ଅସହ୍ୟ ଗ୍ରୀଷ୍ମତାତିରୁ ଏବେ ମୁକ୍ତି ମିଳିଛି। କେରଳ ଛୁଇଁଲା ମୌସୁମୀ ବାୟୁ । ୨ ଦିନ ବିଳମ୍ବରେ କେରଳ ଛୁଇଁଛି ମୌସୁମୀ । ଆସନ୍ତା ୧୫ ସୁଦ୍ଧା ଓଡିଶାକୁ ମୌସୁମୀ ବାୟୁ ଛୁଇଁପାରେ ବୋଲି ଆଇଏମ୍‌ଡି ଆକଳନ କରିଛି ।

wp:html /wp:html

କେରଳ ଛୁଇଁଲା ମୌସୁମୀ । ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ କେରଳରେ ପାଗ ଅନୁକୂଳ ରହିଥିବା ବେଳେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଛି । ମୌସୁମୀ ଆଜି କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ତେବେ ଏହା ପୂର୍ବରୁ ମଧ୍ୟ କେରଳରେ ପ୍ରାକ ମୌସୁମୀ ବର୍ଷା ହୋଇଥିଲା । ଉପଗ୍ରହ ଚିତ୍ରରୁ ଜଣାପଡିଛି, କେରଳ ଉପକୂଳ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗର ଅଂଚଳ ଆକାଶରେ ମେଘ ଘନୀଭୂତ ହୋଇଛି ।

ଏପଟେ ଜୁନ୍ ୧୩ରୁ ୧୭ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଆସିପାରେ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ରଜ ଆଡକୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ । ଆସନ୍ତା ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ତେବେ ଓଡ଼ିଆରେ ଏକ ଲଘୁଚାପ ଆସୁଛି । ଆସନ୍ତା ୧୧ ତାରିଖ ଭିତରେ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ବର୍ଷା ହେବ । ଚଳିତ ଜୁନ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣପାଗ ବିଭାଗ - ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.