ଉତ୍ତର ଭାରତରେ ଗ୍ରୀଷ୍ମ ପ୍ରକୋପ ଜାରି, ଅନେକ ସ୍ଥାନକୁ ପହଞ୍ଚିନି ମୌସୁମୀ, ଦିଲ୍ଲୀରେ ପାରଦ ଛୁଇଁଲା ୪୨ଡିଗ୍ରି ସେଲସିୟସ୍‌

Published By : Prameya-News7 Bureau | July 01, 2021 IST

ନୂଆଦିଲ୍ଲୀ ୧।୭: ଗତ ଜୁନ ପହିଲାରୁ ଭାରତୀୟ ମୁଖ୍ୟ ଭୂ-ଭାଗକୁ ମୌସୁମୀ ପହଞ୍ଚିସାରିଛି। ତେବେ ଉତ୍ତର-ପଶ୍ଚିମ ଭାରତର ଅନେକ ସ୍ଥାନକୁ ଏପର୍ଯ୍ୟନ୍ତ ମୌସୁମୀ ପହଞ୍ଚିନଥିବା ବେଳେ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଗୁରୁବାର ଜାରି କରିଥିବା ସତର୍କତାରେ ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ  ଗ୍ରୀଷ୍ମ ଲହର ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ପାକିସ୍ତାନରୁ ଉତ୍ତର-ପଶ୍ଚିମ ଭାରତକୁ ବହୁଥିବା ଶୁଷ୍କ ପବନ ଯୋଗୁ ଉତ୍ତାପ ବୃଦ୍ଧି ପାଉଥିବା ଆଇଏମଡି ସୂଚିତ କରିଛନ୍ତି।

{"id":474120,"sizeSlug":"large","linkDestination":"none"}

ଗତ କିଛି ଦିନ ହେଲା ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ରହୁଥିବାରୁ ଦିନରେ ‘ଲୁ’ ବହୁଛି। ଜମ୍ମୁ-କାଶ୍ମୀରର କେତେକ ସ୍ଥାନରେ ବୁଧବାର ଭୀଷଣ ଲୁ ପରିସ୍ଥିତି ଉପୁଜିଥିଲା। ଉତ୍ତରଭାରତରେ ମଧ୍ୟ ଏବ ଲୁ ପରିସ୍ଥିତି ଜାରି ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ସାରା ଦେଶରେ ସକ୍ରିୟ ହୋଇ ସାରିଛି। ହେଲେ ପାଗ ଅନୁକୂଳ ହେଉ ନଥିବାରୁ ଉତ୍ତରପ୍ରଦେଶ, ଉତ୍ତର ରାଜସ୍ଥାନ, ଦିଲ୍ଲୀ, ପଞ୍ଜାବ ଓ ହରିୟାଣାକୁ ମୌସୁମୀ ଅଗ୍ରସର ହେଉ ନାହିଁ। ଏଣୁ ଗ୍ରୀଷ୍ମ ବେଳକୁ ବେଳ ଉତ୍କଟ ହେବାରେ ଲାଗିଛି।

{"id":474121,"width":836,"height":450,"sizeSlug":"large","linkDestination":"none"}

ଗୁରୁବାର ସକାଳେ ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୧.୭ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ଯାହା ସାଧାରଣ ତାପମାତ୍ରାରୁ ୪ ଡିଗ୍ରି ଅଧିକ ଥିଲା। ମଧ୍ୟାହ୍ନ ବେଳକୁ ସର୍ବାଧିକ ତାପମାତ୍ରା ୪୨ଡିଗ୍ରି ସେଲସିୟସକୁ ପହଞ୍ଚିବା ଜନଜୀବନ ଗୁରୁତର ପ୍ରଭାବିତ କରିଛି। ଗତ ସୋମବାର ଦିଲ୍ଲୀରେ ଚଳିତ ଋତୁର ପ୍ରଥମ ଲୁ ଅନୁଭୂତ ହୋଇଥିଲା। ଗରମ ପବନ ଯୋଗୁ ଦିନର ତାପମାତ୍ରା ୪୩ ଡିଗ୍ରି ସେଲସିୟସ୍‌ରେ ପହଞ୍ଚିବା ପରଠାରୁ ଗ୍ରୀଷ୍ମ ଅବ୍ୟହତ ରହିଛି। ଏଥିରୁ ଦିଲ୍ଲୀକୁ ମୌସୁମୀ ଏବେ ପହଞ୍ଚିପାରୁନଥିବା ଆଶଙ୍କା ବଳବତ୍ତର ହୋଇଥିବା ବେଳେ ଆଉ କିଛିକାଳ ଗ୍ରୀଷ୍ମ ପ୍ରକୋପ ଜାରି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.