ଆସନ୍ତା ୨୦ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ, ୧୫ରୁ ହୋଇପାରେ ପ୍ରାକ୍ ମୌସୁମୀ ବର୍ଷା

Published By : Prameya-News7 Bureau | June 11, 2023 IST

ଭୁବନେଶ୍ବର ୧୧।୬: ରଜ ପରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଥିବା ବେଳେ ୧୭ରୁ ୨୦ ତାରିଖ ମଧ୍ୟରେ ଓଡିଶା ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଭଳି ଆକଳନ କରିଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ । ସେ ଆହୁରି ଆକଳନ କରିଛନ୍ତି ଯେ, ୧୪ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଗରମ ଓ ଗୁଳୁଗୁଳି । ୧୪ ତାରିଖ ସନ୍ଧ୍ୟାରୁ ପାଗରେ ପରିବର୍ତ୍ତନ ହେବ ।

ସେପଟେ ୧୫ ତାରିଖରୁ ରାଜ୍ୟରେ ହୋଇପାରେ ପ୍ରାକ୍ ମୌସୁମୀ ବର୍ଷା । ଚଳିତବର୍ଷ ସକ୍ରିୟ ରହିଛି ଏଲନିନୋର ପ୍ରଭାବ । ଏହା ପ୍ରଭାବରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସିଇସି ନିର୍ଦ୍ଦେଶକ କହିଛନ୍ତି । ପନିପରିବା ଫସଲ ଓ ଧାନ ଚାଷ ବ୍ୟାପକ କ୍ଷୟକ୍ଷତି ହୋଇପାରେ ବୋଲି ସେ ଆକଳନ କରିଛନ୍ତି ।

ସେପଟେ ଆଗାମୀ ୩ ରୁ ୪ ଦିନ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମପ୍ରବାହରୁ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗିରହିବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ତାପମାତ୍ରା ସାମାନ୍ୟ ତଳକୁ ଖସିବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ ଅଧିକାଂଶ ସହରରେ ସ୍ୱାଭାବିକଠାରୁ ୭ରୁ ୮ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଯେମିତିକି ଫୁଲବାଣୀରେ ସ୍ୱାଭାବିକଠାରୁ ୮.୮ ଡିଗ୍ରୀ ଅଧିକ, ହୀରାକୁଦରେ ୭.୨ ଡିଗ୍ରୀ, କେନ୍ଦୁଝରରେ ୭.୧ ଡିଗ୍ରୀ, ବଲାଙ୍ଗୀରରେ ୬.୯ ଡିଗ୍ରୀ, ଝାରସୁଗୁଡାରେ ୬.୬ ଡିଗ୍ରୀ, ସମ୍ବଲପୁରରେ ୬.୫ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ରବିବାର ଦିନ ୧୧ଟା ୩୦ମିନିଟ୍ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୮.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଝାରସୁଗୁଡାରେ ସର୍ବାଧିକ ୪୧.୮ ଡ଼ିଗ୍ରୀ, କେନ୍ଦୁଝରରେ ୩୯.୨ ଡ଼ିଗ୍ରୀ, ସମ୍ବଲପୁରରେ ୩୭.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭ ଡ଼ିଗ୍ରୀ, ହୀରାକୁଦରେ ୩୬.୪ ଡ଼ିଗ୍ରୀ, ପୁରୀରେ ୩୬ ଡ଼ିଗ୍ରୀ, ଗୋପାଳପୁରରେ ୩୫.୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/severe-heat-wave-warning-issued-for-next-3-to-4-days/","type":"wp-embed","providerNameSlug":"prameya-news-7"}
https://www.prameyanews7.com/severe-heat-wave-warning-issued-for-next-3-to-4-days/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.