ବର୍ଷା ଋତୁରେ ହୁଏ କେଶ ସମସ୍ୟା : କେଶ ଝଡ଼ିବାରୁ ମୁକ୍ତି ପାଇବାକୁ ଲଗାନ୍ତୁ ଏହି ୩ଟି ତେଲ
5/07/2022 at 11:20 PM

ଭୁବନେଶ୍ୱର ୦୫/୦୭ : ଏବେ ମୌସୁମି ପ୍ରଭାବେରେ ବର୍ଷା ହେଉଛି। ଏହି ଋତୁରେ ଲୋକମାଙ୍କର ଅଧିକ ଚୁଟି ଝଡ଼ିବା ସସସ୍ୟା ଦେଖାଯାଏ। ପ୍ରକୃତରେ ଏହି ପାଗରେ ପରିବେଶରେ ଆର୍ଦ୍ରତା ବଢୁଥିବାରୁ ଚୁଟିର ଲୋମକୂପ ବନ୍ଦ ହୋଇଯାଏ। ଏହି କାରଣରୁ ଚୁଟି ଫାଟିବା, ଶୁସ୍କ ହେବା, ଚୁଟି କୁଣ୍ଢାଇ ହେବା ଓ ସ୍କାଲ୍ପ ଇନଫେକସନ (ଚୁଟିରେ ହେଉଥିବା ଏକ ସଂକ୍ରମଣ) ସାମାନ୍ୟ ବଢିଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମୌସୁମି ସମୟରେ ଏହି ୩ଟି ତେଲକୁ ବ୍ୟବହାର କରିପାରିବେ। ଯାହାକି ଆପଣଙ୍କ କେଶ ସମସ୍ୟା ଦୂର କରିବ।
ନଡ଼ିଆ ତେଲ:~ ନଡ଼ିଆ ତେଲରେ ଏପରି କିଛି ଫେଟି ଏସିଡ ଓ ପ୍ରୋଟିନ୍ ଥାଏ ଯାହାକି ଚୁଟିକୁ ମଜବୁତ କରିଥାଏ। ଏହା ଚୁଟି ଝଡ଼ିବାକୁ ମଧ୍ୟ ବନ୍ଦ କରେ।
ଟି ଟ୍ରି ତେଲ:~ ମୌସୁମି ସମୟରେ ଆପଣ ଟି ଟ୍ରି ତେଲ ମଧ୍ୟ ବ୍ୟବହାର କରିପାରିବେ। ଟି ଟ୍ରି ତେଲରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନଫ୍ଲାମେଟୋରି ଗୁଣ ଚୁଟି ଝଡ଼ିବାକୁ ବନ୍ଦ କରିବାରେ ସହାୟକ ହୋଇଥାଏ। ଏହା ଦ୍ୱାରା ଶୁସ୍କ ଚୁଟି ସମସ୍ୟା (ହେୟାର ଡ୍ରାଏନେସ) ମଧ୍ୟ ଦୂର ହୋଇଥାଏ। ମନେ ରଖନ୍ତୁ ଏହି ତେଲକୁ ସିଧା ସଳଖ ମୁଣ୍ଡରେ ଲଗାନ୍ତୁ ନାହିଁ ଅନ୍ୟ କୌଣସି ତେଲ ସହ ମିଶାଇ ଏହି ତେଲକୁ ମୁଣ୍ତରେ ଲଗାନ୍ତୁ।
ବାଦାମ ତେଲ:~ ମୌସୁମି ସମୟରେ ଚୁଟିରେ ବାଦାମ ତେଲ ଲଗାଇବା ମଧ୍ୟ ବହୁତ ଉପକାରୀ ହୋଇଥାଏ। ବାଦାମ ତେଲରେ ଭିଟାମିନ୍-ଇ ଥାଏ। ଶୁସ୍କ ଚୁଟି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏହି ତେଲକୁ ବ୍ୟବହାର କରିବା ପାରିବେ।