Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାତ୍ୟା ବିଗାଡିପାରେ ପାଣିପାଗ ପ୍ରବାହ, ଜୁନ ତୃତୀୟ ସପ୍ତାହରେ ଓଡିଶା ଛୁଇଁପାରେ ମୌସୁମୀ

11/05/2023 at 12:03 PM

ଭୁବନେଶ୍ୱର ୧୧/୦୫: ବାତ୍ୟା ବିଗାଡିପାରେ ମୌସୁମୀ ପ୍ରବାହ । ଏମିତି ଆଶଙ୍କା ଦେଖାଦେଇଛି । ସମ୍ଭାବ୍ୟ ବାତ୍ୟା ମୁହଁରୁ ଭାରତ ଉପକୂଳ ବର୍ତ୍ତି ଯାଇପାରେ । କିନ୍ତୁ ବାତ୍ୟା ପରବର୍ତ୍ତୀ ପ୍ରଭାବ ଚିନ୍ତାଜନକ । କେରଳକୁ ମୌସୁମୀ ଆଗମନ ତାରିଖ ସପ୍ତାହେ କି ଦୁଇ ସପ୍ତାହ ଘୁଞ୍ଚି ଯାଇପାରେ ।

ଓଡିଶା ତାରିଖ ମଧ୍ୟ ଆନୁପାତିକ ଭାବରେ ବିଳମ୍ବିତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା କଲେଣି । ଜୁନ ୧୦ ବଦଳରେ ଜୁନ ତୃତୀୟ ସପ୍ତାହରେ ଓଡିଶା ଛୁଇଁପାରେ ମୌସୁମୀ । କେବଳ ସେତିକି ନୁହେଁ ଗ୍ରୀଷ୍ମ ପ୍ରବାହର ଅବଧି ଏବଂ କୋପ ବଢିିପାରେ । ଆସନ୍ତା ତିନି ଚାରି ଦିନ ଭିତରେ ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ଛୁଇଁପାରେ ।

   Related Posts