'ମନ ମୋ ନେଇ ଗଲୁରେ' ଶୁଭ ମହୁରତ, ସୁମା ରିଅଲ ମିଡିଆର ଦ୍ଵିତୀୟ ଅବଦାନ ଏକ ସଫଳ ପ୍ରୟାସ ବୋଲି କହିଲେ ଅତିଥି

Published By : Prameya-News7 Bureau | December 25, 2020 IST

ଭୁବନେଶ୍ଵର ୨୫।୧୨: ଓଡ଼ିଆ ଚଳଚ୍ଚିତ୍ର 'ମନ ମୋ ନେଇ ଗଲୁରେ'ର ଶୁଭ ମହୁରତ ଶୁକ୍ରବାର ଆଇଟିଆରରେ ଆୟୋଜିତ ହେଇଯାଇଛି । ସୁମା ରିଅଲ ମିଡିଆ ନିବେଦିତ,ମନୋଜ ରଂଜନ ନାୟକଙ୍କ ମନ ମୋ ନେଇ ଗଲୁରେ ହେଉଛି ଦ୍ଵିତୀୟ ଅବଦାନ । ଫିଲ୍ମରେ ଟାଇଟଲକୁ ଦେଖିଲେ ଲାଗୁଛି ଏହା ପ୍ରେମ କାହାଣୀ ନେଇ ଗତିଶୀଳ । ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଅଭିନୟ କରିଛନ୍ତି । ପ୍ରମେୟ ନ୍ୟୁଜ୍-୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କ୍ଲାପ୍ ଦେଇ ଆନୁଷ୍ଠାନିକ ଭାବେ ଫିଲ୍ମର ଶୁଭ ମହୁରତ ସୂଚନା ଦେଇଥିଲେ।  

{"id":382655,"sizeSlug":"large","linkDestination":"none"}

କଲେଜ ସମୟକୁ ନେଇ କାହାଣୀ ରହି ଥିବାବେଳେ, ଏକ ସଙ୍ଗେ ପାଠପଢା ଏବଂ ପ୍ରେମ କ୍ୟାରିୟର ଉପରେ କି ପ୍ରଭାବ ପଢୁଛି ତାହାହିଁ ହେଉଛି ଫିଲ୍ମର ବିଷୟ ବସ୍ତୁ।  ଫିଲ୍ମରେ ୪ ଗୀତ ରହିଥିବାବେଳେ ୩ଟି ରୋମାଣ୍ଟିକ ଓ ଗୋଟିଏ ସ୍ୟାଡ଼ ସଙ୍ଗ ରହିଛି । ଗୀତ ଗୁଡିକ ରାୟଗଡା ଓ ରାମୋଜି ଫିଲ୍ମ ସିଟିରେ ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ସୁମା ରିଅଲ ମିଡିଆର ପ୍ରଥମ ଅବଦାନ ଫେରିଆ ୮ଟି ପୁରସ୍କାର ପାଇଥିବାବେଳେ  ତାହା ଜନସଚେତନା ଓ ସାମାଜିକ ସଚେତନତା ନେଇ  ବେଶ ପ୍ରଭାବ ପକାଇଥିଲା। କରୋନା ପ୍ରଭାବ ସିଧାସଳଖ କଳା ଜଗତ ଉପରେ ପଢିଥିବାବେଳେ ସୁମା ରିଅଲ ମିଡ଼ିଆର ଏହି ପ୍ରୟାସ ଭଲ ପଦକ୍ଷେପ ବୋଲି କହିଛନ୍ତି ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ଓ କୁନା ତ୍ରିପାଠୀ। ସେପଟେ ଫିଲ୍ମଟି ସବୁ ବର୍ଗକୁ  ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ ।

{"id":382657,"sizeSlug":"large","linkDestination":"none"}

ଚଳଚ୍ଚିତ୍ର କାହାଣୀ ଗୀତଗୁଡିକ ଦର୍ଶନଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି କଳା ଓ କର୍ମଚାରୀ। ଫିଲ୍ମର କାହାଣୀ ଲେଖିଛନ୍ତି ଦିଲୀପ  କୁମାର ଦାସ। ପ୍ରଯୋଜନା କରୁଛନ୍ତି ସୁନିଲ କୁମାର ଦାସ। ବୈଦନାଥ ଦାସ ସଙ୍ଗୀତ ରଚନା କରିଥିବା ବେଳେ ସ୍ଵର ସଂଯୋଜନା କରିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡା ଓ ସଞ୍ଜୟ ନାୟକ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଜ୍ୟୋତିର୍ମୟୀ, ଅନ୍ତରା ଚକ୍ରବର୍ତ୍ତୀ ଓ ପ୍ରଜ୍ଞା ହୋତା। ଫିଲ୍ମ ଭୁବନେଶ୍ଵର, କଟକ, ରାୟଗଡା ଓ ରାମୋଜୀ  ଫିଲ୍ମ ସିଟିରେ ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି।

{"id":382658,"sizeSlug":"large","linkDestination":"none"}

ଶୁଭ ମହୁରତ ଉତ୍ସବରେ 'ମନ ମୋ ନେଇ ଗଲୁରେ'ର ପ୍ରଯୋଜକ ସୁନିଲ ଦାସ, କାହାଣୀ ଲେଖକ ଦିଲୀପ କୁମାର ଦାସ, ନ୍ୟୁଜ-୭ର କାର୍ଯ୍ୟକାରୀ ସଂପାଦକ ଦେବନାରାୟଣ ସେଠୀ, ସିନେମାର ବହୁ କଳାକାର ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.