ଭଗବାନଙ୍କ ପ୍ରେମରେ ମାଙ୍କଡ଼, ପୁରୀରୁ ନେମାଳ ପୀଠକୁ ଆସୁଛି ପ୍ରତିବର୍ଷ

Published By : Prameya-News7 Bureau | October 25, 2022 IST

ସାଲେପୁର, ୨୫/୧୦: ମନୁଷ୍ୟ ଯେ ଖାଲି ଭଗବାନଙ୍କୁ ଦର୍ଶନ କରିଥାଏ ପୁଣ୍ୟ ଅର୍ଜନ ପାଇଁ ତାହା ନୁହେଁ ଜୀବଜନ୍ତୁ ମଧ୍ୟ ମନୁଷ୍ୟଙ୍କ ଭଳି ଭଗବାନଙ୍କ ଦର୍ଶନ କରିଥାନ୍ତି । ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ନେମାଳ ପୀଠରେ। ଏକ ବୁଢା ପାତିମାଙ୍କଡ଼ ଶ୍ରୀକ୍ଷେତ୍ରପୁରୀରୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳକୁ ଗତ କିଛିବର୍ଷ ହେବ ଆସୁଥିବାର ଲୋକମାନେ ଦେଖି ପରିପ୍ରକାଶ କରିଛନ୍ତି।

ଶ୍ରୀକ୍ଷେତ୍ର ପୁରୀରୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳକୁ ବିଭିନ୍ନ ସମୟରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦର୍ଶନ ନିମନ୍ତେ ଆସିଥାନ୍ତି । ହେଲେ ଏଠାରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । କୁହାଯାଉଛି, ଏକ ବୁଢ଼ା ପାତି ମାଙ୍କଡ ଏହି କାର୍ତ୍ତିକ ପୁଣ୍ୟ ମାସରେ ପୁରୀ ଜଗନ୍ନାଥ ଧାମରୁ ସୁଦୂର କଟକ ଜିଲ୍ଲା ସାଲେପୁର ଦେଇ ଚିତ୍ରୋତ୍ପଳା ନଦୀ ବନ୍ଧରେ ଯାଇ ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠକୁ ବିଗତ କିଛି ବର୍ଷ ହେବ ଆସୁଛି । ଚିତ୍ରୋତ୍ପଳା ନଦୀବନ୍ଧରେ ଆସିବା ବାଟରେ ମାଙ୍କଡକୁ ଲୋକମାନେ ପୁଣ୍ୟ ଅର୍ଜନ ଉଦ୍ଦେଶ୍ୟରେ ଖାଇବାକୁ ବିଭିନ୍ନ ଫଳ ଦେଉଥିବା ଦେଖିବାକୁ ମିଳିଛି । ଠିକ ଏହି ସମୟରେ ମାଙ୍କଡ ଟିର ଆଗମନଯୋଗୁଁ ସାଧାରଣ ଲୋକେ, ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ମନରେ ଈଶ୍ୱରୀୟ ଭାବନା ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.