ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦେବଗଡ ସହରରେ ବଢୁଛି ମାଙ୍କଡ଼ ଆତଙ୍କ, ଲୋକେ ଭୟଭୀତ, ଡିଏଫଓ କହିଲେ- ସରକାରଙ୍କୁ ପ୍ରସ୍ତାବ ଦିଆଯିବ

17/10/2022 at 8:02 PM

ଦେବଗଡ: ଦେବଗଡ ସହରରେ ଦିନକୁ ଦିନ ମାଙ୍କଡ଼ ମାନଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲ ପାହାଡ ଘେରା ଦେବଗଡ ସହରରେ ମାଙ୍କଡ଼ ମାନେ ଜଙ୍ଗଲ ଛାଡି ସହରକୁ ଚାଲିଆସୁଛନ୍ତି। ଆଉ ପ୍ରତ୍ୟେକ ଦିନ କେହି ନା କେହି ମାଙ୍କଡ଼ ମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ ଜନସାଧାରଣ ରାସ୍ତାରେ ଏକୁଟିଆ  ଯାତାୟାତ କରିବାକୁ ଡରୁଛନ୍ତି ।

ଜଙ୍ଗଲ ପାହାଡ ଘେରା ଦେବଗଡ ସହରରେ ଏବେ ମାଙ୍କଡ଼ ମାନଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲରେ ମାଙ୍କଡ଼ମାନେ ନ ରହି ସହରାଭିମୁଖୀ ହୋଇଛନ୍ତି । ଆଉ ପ୍ରତିଦିନ ଜନସାଧାରଣ ମାଙ୍କଡ଼ ମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି । ମାଙ୍କଡ଼ ମାନେ ଖପର ଓ ଆଜବେଷ୍ଟସ ଘରକୁ ଭାଙ୍ଗି ବ୍ୟାପକ ଭାବରେ ଜିନିଷ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ସେହିପରି ଫଳ, ପନିପରିବା ଏପରିକି ଫୁଲ ଗଛ ମଧ୍ୟ ଭାଙ୍ଗି ନଷ୍ଟ କରିଦେଉଛନ୍ତି। ପୂର୍ବରୁ ଏପ୍ରକାର ଅସୁବିଧା ନଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ ଏପ୍ରକାର ମାଙ୍କଡ଼ ଉପଦ୍ରବ ବୃଦ୍ଧି ପାଇଛି। ମାଙ୍କଡ଼ ମାନଙ୍କ ଆକ୍ରମଣ ଯୋଗୁଁ ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟ ଜଳପ୍ରପାତରେ ମଧ୍ୟ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇଛି।

ପରିସ୍ଥିତି ଏଭଳି ହୋଇଛି ଯେ ପ୍ରତ୍ୟେକ ଦିନ ଚାରିରୁ ପାଞ୍ଚ ଜଣ ମାଙ୍କଡ଼ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ଦେବଗଡ ଜିଲ୍ଲାର ପ୍ରଥମ ମହିଳା ଡାକ୍ତର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡାକ୍ତର ବିଳାସିନୀ ଦ୍ବିବେଦୀ । ମାଙ୍କଡ଼ ମାନଙ୍କ ଆକ୍ରମଣର ଶିକାର ହୋଇ ସେ ଏଭଳି ରକ୍ତାକ୍ତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର ଦ୍ବିବେଦୀ ଙ୍କ ଭଳି ଅନେକ ପୁରୁଷ ଓ ମହିଳା, ଛାତ୍ରଛାତ୍ରୀ ପ୍ରତିଦିନ ମାଙ୍କଡ଼ ଆକ୍ରମଣର ଶିକାର ହେଉଛନ୍ତି । ଅନେକ ଘଟଣା ଘଟିବା ପରେ ମାଙ୍କଡ଼ ମାନଙ୍କୁ ସହରରୁ ଜଙ୍ଗଲ ଆଡକୁ ତଡିବା ପାଇଁ କିଛି ଲୋକଙ୍କୁ ନିଯୁକ୍ତି ଦିଆଯାଇଛି । ମାତ୍ର ଏହି ପଦକ୍ଷେପ ସଫଳ ହୋଇ ପାରିନାହିଁ ।

ଦେବଗଡ ବନଖଣ୍ଡ ଡିଏଫଓଙ୍କ କହିବା କଥା ଏନେଇ ସରକାରଙ୍କ ନିକଟରେ ଏକ ସ୍ବତନ୍ତ୍ର ପ୍ରସ୍ତାବ ଦାଖଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ସରକାରଙ୍କ  ମଞ୍ଜୁରୀ ମିଳିବା ପରେ ମାଙ୍କଡ଼ ମାନଙ୍କୁ ସହର ମଧ୍ୟରୁ ଜଙ୍ଗଲକୁ ତଡିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ । ଦେବଗଡ ସହରରେ ମାଙ୍କଡ଼ ଉପଦ୍ରବ ଯୋଗୁଁ ଜନସାଧାରଣ ରାସ୍ତାରେ ଏକୁଟିଆ ଯାତାୟାତ କରିବାକୁ ଡରୁଛନ୍ତି । ମାଙ୍କଡ଼ ମାନେ ଖାସକରି ମହିଳା, ବୃଦ୍ଧ ବୃଦ୍ଧା , ଛୋଟ ଛୋଟ ଛୁଆ ଓ ଏକୁଟିଆ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଏଣୁ ଏହି ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

   Related Posts