ବାଇକରେ ଆସି ଶିଶୁକୁ ଅପହରଣ କରିବାକୁ ଚେଷ୍ଟା କରିଥିଲା ମାଙ୍କଡ : ଭିଡିଓ ଭାଇରାଲ୍

Published By : Prameya-News7 Bureau | May 06, 2020 IST

ଜାକର୍ତ୍ତା ୦୬/୦୫ : ଇଣ୍ଡୋନେସିଆର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଗୋଟିଏ ମାଙ୍କଡ ଏକ ଶିଶୁକୁ ଟାଣି ନେଉଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି | ଶିଶୁଟି ଘର ପାଖରେ ଗଳିରେ ଖେଳୁଥିବା ସମୟରେ ମାଙ୍କଡ ଆସି ଶିଶୁକୁ ଟାଣି ନେଉଛି | ମାଙ୍କଡ ଏକ ବାଇକ ଚଳାଇ ଆସିଥିବା ଦେଖିବାକୁ ମିଳିଛି | କିନ୍ତୁ ମାଙ୍କଡ ଚଳାଉଥିବା ବାଇକ ଅସଲି ନୁହେଁ, ଖେଳନା ବାଇକ ଯାହା ଛୋଟ ପିଲାମାନେ ଚଳାନ୍ତି | ଘର ବାହାରେ ୩ ଜଣ ଶିଶୁ ଖେଳୁଥିଲେ | ଏତିକିବେଳେ ମାଙ୍କଡ ଆସି ଗୋଟିଏ ଶିଶୁକୁ ଟାଣି ନେବାକୁ ଚେଷ୍ଟା କରିଥାଏ | ଶିଶୁତୁ ବହୁତ ଦୂର ଯାଏଁ ରାସ୍ତାରେ ଘୋଷାଡ଼ି ହୋଇଯାଇଥାଏ |

ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଇଣ୍ଡୋନେସିଆ ଜାକର୍ତ୍ତା ସହରର ବୋଲି ଜଣାପଡିଛି | ଜାସା ସୁପାଞ୍ଜି ନାମକ ଜଣେ ବ୍ୟକ୍ତି ନିଜ ଫୋନରେ ଏହି ଦୃଶ୍ୟକୁ ରେକର୍ଡ କରିଥିଲେ | ଭିଡିଓ କିଛି ଦିନ ପୂର୍ବରୁ ରେକର୍ଡ କରାଯାଇଥିଲା | କିଛି ଦିନ ପୂର୍ବରୁ ସେ ଯେତେବେଳେ ନିଜ ଘର ବାଲକନିରେ ଛିଡା ହୋଇଥିଲେ, ସେତେବେଳେ ଏକ ମାଙ୍କଡ ଆସି ପାଖରେ ଖେଳୁଥିବା ଏକ ଶିଶୁକୁ ଘୋଷାଡ଼ି ନେବାକୁ ଉଦ୍ୟମ କରିଥିଲା | ଜାସା କହିଛନ୍ତି ଘଟଣା ଏକ ଅପହରଣ ସିନ ଭଳି ଥିଲା | ଯେମିତି କେହିଜଣେ ଡୁବୁର୍ତ୍ତ ହଠାତ ବାଇକରେ ଆସି କାହାକୁ ଅପହରଣ କରିନେଉଛି | 

{"id":265522,"sizeSlug":"large"}

ତେବେ ମାଙ୍କଡ ଶିଶୁକୁ ନେବାରେ ସଫଳ ହୋଇନଥିଲା ଏବଂ ରାସ୍ତା ଉପରେ ହିଁ ଛାଡି ଚାଲିଯାଇଥିଲା | ସେ କହିଛନ୍ତି ଯେ, ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଥିଲା ସେଠାରେ ଅଧିକାଂଶ ସମୟରେ ମାଙ୍କଡମାନଙ୍କ ଆତଙ୍କ ଦେଖିବାକୁ ମିଳେ | ସେଠାରେ କିଛି ଲୋକ ମାଙ୍କଡଙ୍କୁ ପୋଷା ମଧ୍ୟ ମାନିଥାନ୍ତି | ଶିଶୁ ଆଘାତ ହୋଇନଥିବା ସେ କହିଛନ୍ତି | ତେବେ ସେହି ଅଞ୍ଚଳରେ ଲୋକେ ମାଙ୍କଡମାନଙ୍କ ପ୍ରକୋପକୁ ନେଇ ଅତ୍ୟନ୍ତ ଚିନ୍ତିତ ବୋଲି ଜାସା କହିଛନ୍ତି |

ଇଣ୍ଡୋନେସିଆର ଏକ ସମାଚାର ୱେବସାଇଟ ଅନୁଯାୟୀ, ମାଙ୍କଡ ଖେଳ ଦେଖାଇବା ମାଇଁ ଆସିଥିଲା | କିନ୍ତୁ ସେହି ଅଞ୍ଚଳରେ ଲୋକେ ନଥିବାରୁ ସେ ଏପଟେ ସେପଟେ ବୁଲୁଥିଲା | ଭିଡିଓକୁ ଦେଖି ଲୋକେ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ଏହା ଅତ୍ୟନ୍ତ ଭୟଙ୍କର ବୋଲି ଲୋକେ କହିଛନ୍ତି | ଛୋଟ ଛୋଟ ଶିଶୁ ଏଠାରେ ସୁରକ୍ଷିତ ନୁହନ୍ତି ବୋଲି ସେ କହିଛନ୍ତି | ମାଙ୍କଡ ଦାଉରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ପ୍ରଶାସନକୁ କୌଣସି ପଦକ୍ଷେପ ନେବା ଉଚିତ ବୋଲି ଲୋକେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.