ବିଦ୍ୟୁତ ଆଘାତରେ ମରିଗଲା ମାଙ୍କଡ଼ ଛୁଆ, ଗଛରେ ଜଗିଛନ୍ତି ମାଙ୍କଡ଼ ପଲ

Published By : Prameya-News7 Bureau | January 05, 2022 IST

ଭଦ୍ରକ ୦୫।୦୧: ବିଦ୍ୟୁତ ଆଘାତରେ ମାଙ୍କଡ଼ ଛୁଆର ମୃତ୍ୟୁ ପରେ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ମୃତ ଛୁଆଟି ତଳେ ପଡିଥିବା ବେଳେ ମାଙ୍କଡ଼ ପଲ ଗଛ ଉପରେ ଜଗି ରହିଛନ୍ତି । ଲୋକଙ୍କୁ ଦେଖିଲେ ଆକ୍ରମଣ ଉଦ୍ୟମ କରୁଛନ୍ତି ।

ଖବର ଅନୁଯାୟୀ,  ଭଦ୍ରକ ସହରର ଗବସାହି ଅଞ୍ଚଳ ରେ ଏମିତି ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏକ ମାଙ୍କଡ଼ ଛୁଆ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ବରଣ କରିଛି । କିନ୍ତୁ ଏମିତି ବେଳେ ଅନ୍ୟ ମାଙ୍କଡ଼ ପଲ ମୃତ ମାଙ୍କଡ଼କୁ ଛାଡି ଯାଉ ନାହାଁନ୍ତି । କୌଣସି ଲୋକେ ମୃତ ମାଙ୍କଡ଼ ନିକଟକୁ ଯିବାକୁ ଉଦ୍ୟମ କରିବାରୁ ସେମାନଙ୍କୁ ଆକ୍ରମଣ ଉଦ୍ୟମ କରିଛନ୍ତି । ତେବେ ଲୋକେ ଭୟ ଭୀତ ହେବା ସହ କୌଣସି ଭାବେ ମୃତ ମାଙ୍କଡ଼କୁ ଅନ୍ୟତ୍ର ନେଇଯାଇଛନ୍ତି । କିନ୍ତୁ ମାଙ୍କଡ଼ ପଲ ଏବେ ପର୍ଯ୍ୟନ୍ତ ଗଛ ଉପରେ ଜଗି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.