ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଆ.. ଆ… ଡାକିଲେ ଦୌଡ଼ି ଆସୁଛନ୍ତି; ବିକ୍ରମଙ୍କ ସାଙ୍ଗେ ଏମାନଙ୍କ ଭିନ୍ନ ସମ୍ପର୍କ

24/09/2022 at 11:39 AM

ଚଣ୍ଡୀଖୋଲ ୨୪/୦୯: ପଶୁ ମଣିଷଙ୍କ ସମ୍ପର୍କ ବେଶ୍‌ ନିଆରା। ଅନେକ ଜାଗାରେ ଏମିତି ଚିତ୍ର ଦେଖିବାକୁ ମିଳେ। ମାଙ୍କଡ଼ଙ୍କ ପେଟ କଥା ବୁଝୁଛନ୍ତି ମଣିଷ। ସେମାନେ ବି ମଣିଷର ଡାକ ଶୁଣି ଦୌଡ଼ି ଆସୁଛନ୍ତି। ଆଉ ମାଆ ପାଖେ ଅଳିକଲା ଭଳି ବିକ୍ରମଙ୍କ ପାଖରୁ ଖାଦ୍ୟ ଖାଉଛନ୍ତି। ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲବ ଉଦୟଗିରି ଗାଁରେ। ଏହି ଗାଁର ଯୁବକ ବିକ୍ରମ ଦଳେଇ ଆଜିକୁ ପାଞ୍ଚ ବର୍ଷ ହେବ ମାଙ୍କଡ଼ମାନଙ୍କୁ ଏମିତି ଖାଇବାକୁ ଦେଉଛନ୍ତି।

ବିକ୍ରମ ହାତରେ ବିସ୍କୁଟ କିମ୍ୱା ବାଦାମ ଧରି ମାଙ୍କଡ ମାନଙ୍କୁ ଡାକିଲେ ଗଛ କୋରଡ଼ରୁ ଏହି ମାଙ୍କଡ଼ମାନେ ତାଙ୍କ ପାଖକୁ ଦୌଡ଼ି ଆସନ୍ତି। ତାଙ୍କ ହାତରୁ ଖାଦ୍ୟ ସାମଗ୍ରୀ ନେବା ସହ ତାଙ୍କ ପଛରେ ଗୋଡ଼ାନ୍ତି, କେବଳ ସେତିକି ନୁହେଁ ସେ ତାଙ୍କଠାରୁ ଗ୍ଲାସରେ ପାଣି ମଧ୍ୟ ପିଅନ୍ତି। ଗାଁରେ ରହୁଥିବା ବିକ୍ରମ ପନିପରିବା ଚାଷ କରିବା ସହିତ ପେଷାରେ ଜଣେ ରାଜମିସ୍ତ୍ରୀ। ମାଙ୍କଡ଼ମାନେ ରାମଦୂତ ହନୁମାନଙ୍କ ଅବତାର ବୋଲି ବିଶ୍ୱାସ କରି ସେ ମାଙ୍କଡ଼ମାନଙ୍କୁ ଖାଇବାକୁ ଦେଇ ଆତ୍ମସନ୍ତୋଷ ମିଳେ ବୋଲି ସେ କହନ୍ତି। କେବଳ ଦିନେ ଅଧେ ନୁହେଁ କିମ୍ୱା ଲୋକପ୍ରିୟତା ମଧ୍ୟ ନୁହେଁ ଗତ ପାଞ୍ଚ ବର୍ଷ ହେଲା ମାଙ୍କଡ଼ମାନଙ୍କ ସହିତ ତାଙ୍କ ଏମିତି ବନ୍ଧୁତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।  

   Related Posts