oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଚମ୍ପଟ୍ ମାରିଲା ମାଙ୍କଡ: ଗଛ ଉପରେ ଚଢି କଲା ନୋଟ୍ ବର୍ଷା, ଚିରି ଫୋପାଡ଼ି ଦେଲା ୧୨ ହଜାର ଟଙ୍କା

23/12/2020 at 5:19 PM

ସୀତାପୁର ୨୩/୧୨ : ଉତ୍ତର ପ୍ରଦେଶ ସୀତାପୁର ଜିଲ୍ଲାରେ ଏକ ଅଜବ ଘଟଣା ଘଟିଛି। ପଞ୍ଜିକରଣ ପାଇଁ ଆସିଥିବା ଜଣେ ଯୁବକଙ୍କ ବ୍ୟାଗ ଛଡେଇ ନେଇ ପଳେଇଗଲା ମାଙ୍କଡ। ବ୍ୟାଗରେ ୪ ଲକ୍ଷ ଟଙ୍କା ଥିଲା। ବ୍ୟାଗ୍ ନେଇ ମାଙ୍କଡ ଏକ ଗଛରେ ଚଢ଼ିଗଲା ଓ ଟଙ୍କା ବାହାର କରି ଫୋପାଡିବା ଆରମ୍ଭ କଲା। ଗଛରୁ ୫୦୦ ଟଙ୍କିଆ ନୋଟ ବର୍ଷା ହେଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକେ ହୋହାଲ୍ଲା କରିଥିଲେ। ଲୋକେ ଯିଏ ଯେଉଁଠି ଥିଲେ ଗଛ ତଳକୁ ଦୌଡିଲେ। ପାଖକୁ ଆସିବାକୁ ଘଟଣା ବୁଝି ପାରିଥିଲେ। ଲୋକେ ମାଙ୍କଡ ଠାରୁ ଟଙ୍କା ବ୍ୟାଗ୍ ଆଣିବାକୁ ବହୁତ ପ୍ରୟାସ କରିଥିଲେ କିନ୍ତୁ ମାଙ୍କଡ ଦେଇନଥିଲା। ସେ ବ୍ୟାଗରୁ ଏକ ନୋଟ ବିଡା ବାହାର କରି ଟଙ୍କା ଚିରି ତଳକୁ ଫୋପାଡ଼ି ଦେଇଥିଲା। ମାଙ୍କଡ ପାଖାପାଖି ୧୦-୧୨ ହଜାର ଟଙ୍କା ଚିରି ଦେଇଥିଲା। ବ୍ୟାଗରେ ପାଖାପାଖି ୪ ଲକ୍ଷ ନଗଦ ଟଙ୍କା ଥିଲା। ବହୁତ ଚେଷ୍ଟା କଲା ପରେ ମାଙ୍କଡ ବ୍ୟାଗ୍ ତଳକୁ ଫୋପାଡ଼ି ଥିଲା। ବ୍ୟାଗ୍ ପାଇବା ପରେ ଲୋକେ ଖେରାବାଦ ଥାନା ଅନ୍ତର୍ଗତ କାସିମପୁରରେ ରହୁଥିବା ଭଗବାନଦିନଙ୍କ ଟଙ୍କା ବ୍ୟାଗ୍ ଫେରାଇ ଦେଇଥିଲେ।

ଭଗବାନଦିନ ମଙ୍ଗଳବାର ଦିନ ବିକାଶ ଭବନ ସ୍ଥିତ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ନିଜର ଏକ ଜମି ବିକ୍ରି ପାଇଁ ଆସିଥିଲେ। ଜମି ବିକ୍ରି କରି ତାଙ୍କୁ ୪ ଲକ୍ଷ ଟଙ୍କା ମିଳିଥିଲା। ଟଙ୍କା ବ୍ୟାଗ୍ ଧରି ଭଗବାନଦିନ ଗୋଟିଏ ଗଛ ତଳେ ବସିଥିଲେ। ସେତେବେଳ ଗଛ ତଳକୁ ହଠାତ କିଛି ମାଙ୍କଡ ଆସିଥିଲେ। ଭଗବାନଦିନ କିଛି ବୁଝିବା ପୂର୍ବରୁ ଗୋଟିଏ ମାଙ୍କଡ ବ୍ୟାଗ ଧରି ପଳାଇଥିଲା। ବ୍ୟାଗରେ କିଛି ଖାଇବା ଜିନିଷ ଥିବ ଭାବି ସେ ବ୍ୟାଗ୍ ନେଇଯାଇଥିଲା। ଭଗବାନଦିନ ପାଟି କରିବାରୁ ଆଖପାଖ ଲୋକ ଆସି ପାଟି କରିଥିଲେ ଓ ମାଙ୍କଡ ଠାରୁ ବ୍ୟାଗ୍ ଆଣିବାକୁ ଚେଷ୍ଟା କରିଥିଲେ। ଏତିକିବେଳେ ମାଙ୍କଡ ହାତରୁ ବ୍ୟାଗ୍ ତଳକୁ ଖସି ଯାଇଥିଲା କିନ୍ତୁ ବ୍ୟାଗରୁ ଏକ ୫୦୦ ଟଙ୍କିଆ ନୋଟ୍ ବିଡା ମାଙ୍କଡ ହାତରେ ରହିଗଲା। 

ମାଙ୍କଡ ଏହି ବିଡାରୁ ଗୋଟିଏ ଗୋଟିଏ କରି ୫୦୦ ଟଙ୍କିଆ ନୋଟ୍ ବାହାର କରି ଫୋପାଡ଼ି ଦେଇଥିଲା। ପାଖରେ ଥିବ ଲୋକେ ଟଙ୍କା ଗୋଟେଇବା ଆରମ୍ଭ କରିଦେଲେ। ଭଗବାନଦିନ ତାଙ୍କ ଟଙ୍କା ଫେରାଇ ଦେବାକୁ ଲୋକଙ୍କୁ ଗୁହାରି କରିଥିଲେ। ଲୋକଙ୍କ ପାଟି ଶୁଣି ମାଙ୍କଡ ନୋଟଗୁଡିକୁ ଚିରିବା ଆରମ୍ଭ କରିଦେଲେ। ସେ ପାଖାପାଖି ୧୦-୧୨ ହଜାର ଟଙ୍କା ଚିରି ଦେଇଥିଲା। ହଠାତ ମାଙ୍କଡ ହାତରୁ ନୋଟ୍ ବିଡା ତଳେ ପଡିଗଲା ଓ ଲୋକେ ତାକୁ ଉଠାଇ ଭଗବାନଦିନଙ୍କୁ ଦେଇଦେଇଥିଲେ।

   Related Posts