ଚରମ୍ପାରେ ଉତ୍ପାତ କରୁଛି ଲାଞ୍ଜ ଖଣ୍ଡି ମାଙ୍କଡ : ଅନେକଙ୍କୁ କଲାଣି ଆହତ, ବାଡ଼ି ଧରି ଘରୁ ବାହାରୁଛନ୍ତି ଲୋକେ

Published By : Prameya-News7 Bureau | February 29, 2024 IST

ଭଦ୍ରକ ୨: ନକେଦମ କଲାଣି ଅଣ୍ଡିରା ମାଙ୍କଡ । ଗଛରେ ଲୁଚି ରହୁଛି, ସୁଯୋଗ ଦେଖି ଗୋଡ଼ାଇ ଗୋଡ଼ାଇ କାମୁଡୁଛି । ଏମିତି ସ୍ଥିତି ହେଲାଣି ଯେ ଲୋକେ ବାଡ଼ି ଧରି ବାହାରକୁ ବାହାରୁଛନ୍ତି । ବନ ବିଭାଗକୁ ମଧ୍ୟ ଚକମା ଦେଉଛି ଏହି ଖଣ୍ଡି ଅଣ୍ଡିରା ମାଙ୍କଡ । ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ଏହାର ଦୌରାତ୍ମ୍ୟ ଦେଖିବାକୁ ମିଳିଛି ।

{"id":915420,"sizeSlug":"full","linkDestination":"none"}

ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ଏବେ ଭୟର ବାତାବରଣ । ଗାଁରେ ମାତିଛି ଲାଞ୍ଜ ଖଣ୍ଡି ଅଣ୍ଡିରା ମାଙ୍କଡ । ଗାଁ ସାରା ଘୁରି ବୁଲୁଛି । ସୁବିଧା ସୁଯୋଗ ଦେଖି ଲୋକଙ୍କୁ ଆକ୍ରମଣ କରୁଛି । ଏମିତି କି ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ବାଦ ପଡୁ ନାହାନ୍ତି । ଏବେ ପର୍ଯ୍ୟନ୍ତ ପ୍ରାୟ ୧୦ ରୁ ଅଧିକ ଲୋକେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ଏବେ ଲୋକେ ବାଡ଼ି ଧରି ପିଲାଙ୍କୁ ସ୍କୁଲରେ ଛାଡୁଛନ୍ତି ଓ ବାହାରକୁ ବାହାରୁଛନ୍ତି ।

{"id":915421,"sizeSlug":"full","linkDestination":"none"}

ଏହି ସମସ୍ୟା ଏହି ଅଞ୍ଚଳ ପାଇଁ ନୂଆ ନୁହେଁ । ପୂର୍ବରୁ ମଧ୍ୟ ସମାନ ସ୍ଥିତି ଦେଖିବା ପାଇଁ ମିଳିଥିଲା । କିନ୍ତୁ ସେତେବେଳେ ସେହି ମାଙ୍କଡକୁ ବନ ବିଭାଗ କାବୁ କରିପାରି ନଥିଲା କିନ୍ତୁ ବାଣ ଫୁଟାଇ ଘଉଡ଼ାଇ ଦେଇଥିଲା । ଏଥର କିନ୍ତୁ ବନ ବିଭାଗ ତରଫରୁ ମାଙ୍କଡକୁ ଚିହ୍ନଟ ପାଇଁ ପାଟ୍ରୋଲିଂ ଚାଲିଛି । କିନ୍ତୁ ଗାଁରେ ଥିବା ମାଙ୍କଡ ଗୋଠରେ ଏହି ମାଙ୍କଡଙ୍କ ମଧ୍ୟରେ ଲାଞ୍ଜ ଖଣ୍ଡି ଅଣ୍ଡିରା ମାଙ୍କଡ ମିଳୁନାହିଁ । କିନ୍ତୁ ବନ କର୍ମଚାରୀଙ୍କ କହିବା କଥା ଅଣ୍ଡିରା ମାଙ୍କଡ ହୋଇଥିବାରୁ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଚାହୁଁଛି, ସେଥିପାଇଁ ଅନ୍ୟ ମାଙ୍କଡଙ୍କ ସହ ମିଶି ରହୁନଥିବାରୁ ଠାବ କରିବା କଷ୍ଟ ହେଉଛି । କିନ୍ତୁ ଖୁବ ଶୀଘ୍ର ଟ୍ରାଙ୍କୁଲାଇଜ କରାଯିବ ।

You Can Read :

wp:embed {"url":"https://www.prameyanews7.com/odisha-govt-monthly-remuneration-of-anganwadi-workers-increased/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-govt-monthly-remuneration-of-anganwadi-workers-increased/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.