ମାଙ୍କଡ କାମୁଡାରେ ୨୫ ଆହତ, ଜଣେ ଗୁରୁତର
16/05/2018 at 5:49 AM

କଟକ ସାଲେପୁର ବାରବୋଡିଆ ଗାଁରେ ଗତ କିଛି ଦିନ ହେବ ଏକ ମାଙ୍କଡ ଲୋକଙ୍କୁ ଦେଖିଲା ମାତ୍ରେ କାମୁଡି ଗୋଡାଉଛି । ମାଙ୍କଡ କାମୁଡାରେ ୨୫ ଜଣ ଆହତ ହେଲେଣି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହେବାରୁ ତାଙ୍କୁ SCB ସ୍ଥାନାନ୍ତର କରାଯାଇଛି । ଏ ନେଇ ଗ୍ରାମବାସୀ ସାଲେପୁର ତହସିଲଦାର ଓ କଟକ ଜିଲ୍ଲାପାଙ୍କୁ ଜଣାଇଥିବାବେଳେ କିଛିବି କାର୍ଯ୍ୟାନୁଷ୍ଠାନ ହୋଇନି । ମାଙ୍କଡ ଉପଦ୍ରବରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଲେ ଲୋକେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି।