ଆରବ ସାଗର ଉପରେ ୫ ହଜାର କି:ମି: ଉଡି ମଧ୍ୟପ୍ରଦେଶରେ ପହଁଚିଲା ମଙ୍ଗୋଲିୟନ କୋଇଲି 'ଓନୋନ'

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ ୦୬/୦୫ : ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା କିଛି ଖବର ବେଳେବେଳେ ଅନେକ ସୂଚନା ଦେଇଥାଏ | ଭାଇରାଲ ହେଉଥିବା ସମସ୍ତ ଖବର ମିଥ୍ୟା ହୋଇନଥାଏ | ଆଇଏଫଏସ ଅଧିକାରୀ ପରବୀନ କାଶବାନ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ମଧ୍ୟ ପ୍ରଦେଶରେ ଏକ ପକ୍ଷୀ ଦେଖିବାକୁ ମିଳିଛି | ସେହି ପକ୍ଷୀ ଏପ୍ରିଲ ୨୯ ତାରିଖରେ କେନ୍ୟାରେ ଥିଲା | ଏହା ମଙ୍ଗୋଲିଆର ଓନୋନ,  ଅର୍ଥାତ କୋଇଲି ପ୍ରଜାତିର ଏକ ପକ୍ଷୀ | ପକ୍ଷୀ ପାଖାପାଖି ୫ ହଜାର କିମି ଉଡିଉଡି ମଧ୍ୟ ପ୍ରଦେଶରେ ପହଞ୍ଚିଛି | ପକ୍ଷୀଟି ଗୋଟିଏ ସପ୍ତାହ ଉଡିବା ପରେ ସୋମବାର ଦିନ ମଧ୍ୟପ୍ରଦେଶ ସୀମାରେ ପହଞ୍ଚିଥିଲା |

{"id":265512,"sizeSlug":"large"}

ପରବୀନ କାଶବାନ ନିଜ ଟ୍ୱିଟରରେ ଲେଖିଛନ୍ତି, ଏହା ନିଶ୍ଚୟ ଏକ ଅଦ୍ଭୁତ ଘଟଣା | କୌଣସି ମେସିନ ପ୍ରକୃତିକୁ କେବେ ହରାଇ ପାରିବ ନାହିଁ ବୋଲି କହିଛନ୍ତି କାଶବାନ | ଆରବ ସାଗର ଉପରେ ହଜାର ହଜାର କିମି ଦୂର ନନଷ୍ଟପ ଉଡି ଉଡି ପକ୍ଷୀ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଆସିବା ଦୃଶ୍ୟ କଳ୍ପନା କରନ୍ତୁ | ଆସିବା ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଥର ରିଟ୍ୱିଟ କରାଯାଇଛି |

ଏକ ପ୍ରସାରିତ ଖବର ଅନୁଯାୟୀ, ଜଣାପଡିଛି ଯେ, ଓନୋନର ପସନ୍ଦର ଜାଗା କେଉଁଟି | ସେ କେଉଁଠାରେ ରହିବାକୁ ପସନ୍ଦ କରେ | ସୋମବାର ଦିନ ଅଢେଇଟାରେ ଓନୋନ ଗୁଜରାଟ ଦ୍ୱାରିକାରୁ ବରାଡିୟା ଗାଁ ଦେଇ ମଧ୍ୟପ୍ରଦେଶକୁ ଆସିଛି | ଓନୋନର ଲୋକେସନ ରତଲାମ ପୂର୍ବରୁ କୁନ୍ଦନପୁର ନିକଟରେ ଥିବା ବ୍ରତ ମାତାଙ୍କ ମନ୍ଦିର ଏବଂ ଜୈନ ତୀର୍ଥ ବିବଡୋଦ ପାଖରେ ଦେଖିବାକୁ ମିଳିଥିଲା | ଓନୋନ ସମ୍ପୂର୍ଣ ଆରବ ସାଗର ପାରି କରି ୫ ହଜାର କିମି ଦୂର ଯାତ୍ରା କରିଥିବା ନିଶ୍ଚୟ ଆଶ୍ଚର୍ଯ୍ୟର କଥା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.