oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଥର ଚାମ୍ପିଅନ ଦଳ ଉପରେ ହେବ ଧନବର୍ଷା, ଜାଣନ୍ତୁ ରନର୍ସଅପଠୁ ନେଇ ଅରେଞ୍ଜ-ପର୍ପଲ କ୍ୟାପ୍‌ଧାରୀଙ୍କୁ କେତେ ମିଳିବ ଟଙ୍କା  

26/03/2022 at 8:56 PM

ମୁମ୍ବାଇ ୨୬।୦୩: ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗ୍‌ ଆଇପିଏଲ ୨୦୨୨ ସିଜିନ ଆରମ୍ଭ ହୋଇ ଯାଇଛି। ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଗତ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ଚାମ୍ପିଅନ ହୋଇଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ଉପ ବିଜେତା ରହିଥିଲା।

ଚେନ୍ନାଇ ଏଥର ନୂତନ ଅଧିନାୟକ ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ଵରେ ଟାଇଟଲ୍ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ କେକେଆର ତୃତୀୟ ଟାଇଟଲ୍ ସନ୍ଧାନରେ ରହିଛି। ଗତ ଥର ଚାମ୍ପିଅନ ଚେନ୍ନାଇକୁ ପୁରସ୍କାର ଭାବେ ୨୦ କୋଟି ଟଙ୍କା ମିଳିଥିଲା। ଏବେ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ, ଏଥର ଚାମ୍ପିଅନ ଦଳକୁ କେତେ ଟଙ୍କା ମିଳିବ ?

ଏଥର ମଧ୍ୟ ଆଇପିଏଲ  ବିଜେତାଙ୍କୁ ୨୦ କୋଟି ଟଙ୍କା ମିଳିବ। ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଉପ ବିଜେତା ଦଳକୁ ୧୩ କୋଟି ଟଙ୍କା ମିଳୁଥିବା ବେଳେ ତୃତୀତ ନମ୍ବରରେ ରହୁଥିବା ଦଳ ଅର୍ଥାତ କ୍ଵାଲିଫାୟର-୨ରେ ହାରୁଥିବା ଦଳକୁ ୭ କୋଟି  ଏବଂ ଚତୁର୍ଥ ସ୍ଥାନରେ ରହୁଥିବା ଦଳକୁ ୬.୫ କୋଟି ଟଙ୍କା ମିଳିବ।

ପ୍ଲେ ଅଫ୍‌ର କେଉଁ ଦଳକୁ ମିଳିବ କେତେ ଟଙ୍କା

ବିଜେତା- ୨୦ କୋଟି ଟଙ୍କା

ଉପ ବିଜେତା- ୧୩ କୋଟି

କ୍ଵାଲିଫାୟର-୨ରେ ହାରୁଥିବା ଦଳ- ୭ କୋଟି

କ୍ଵାଲିଫାୟର-୧ରେ ହାରୁଥିବା ଦଳ- ୬.୫ କୋଟି

ଆଓ୍ଵାର୍ଡ

ଅରେଞ୍ଜ କ୍ୟାପ୍ ବିଜେତା- ୧୫ ଲକ୍ଷ ଟଙ୍କା

ପର୍ପଲ କ୍ୟାପ୍ ବିଜେତା- ୧୫ ଲକ୍ଷ

ସୁପର ଷ୍ଟ୍ରାଇକ୍ ଅଫ ଦ ସିଜିନ- ୧୫ ଲକ୍ଷ

କ୍ରେକର ଇଟ୍ ସିକ୍ସେସ ଅଫ ଦ ସିଜିନ- ୧୨ ଲକ୍ଷ ଟଙ୍କା

ପାଓ୍ଵାର  ପ୍ଲେୟାର ଅଫ ଦ ସିଜିନ-  ୧୨ ଲକ୍ଷ

ମୋଟ୍ ଭେଲ୍ୟୁଏବଲ ପ୍ଲେୟାର- ୧୨ ଲକ୍ଷ

ଗେମ ଚେଞ୍ଜର ଅଫ ଦ ସିଜିନ- ୧୨ ଲକ୍ଷ

ଏମର୍ଜିଂ ପ୍ଲେୟାର- ୨୦ ଲକ୍ଷ

ଏ ପର୍ଯ୍ୟନ୍ତ କେଉଁ ସିଜିନରେ ବିଜେତା ଦଳକୁ ମିଳିଛି କେତେ ପୁରସ୍କାର ରାଶି

୨୦୦୮- ୪.୮ କୋଟି

୨୦୦୯- ୬ କୋଟି

୨୦୧୦- ୮ କୋଟି

୨୦୧୧- ୧୦ କୋଟି

୨୦୧୨- ୧୦ କୋଟି

୨୦୧୩- ୧୦ କୋଟି

୨୦୧୪- ୧୫ କୋଟି

୨୦୧୬- ୨୦ କୋଟି

୨୦୧୭- ୧୫ କୋଟି

୨୦୧୮- ୨୦ କୋଟି

୨୦୧୯- ୨୦ କୋଟି

୨୦୨୦- ୧୦ କୋଟି

୨୦୨୧- ୨୦ କୋଟି

   Related Posts