ନୂଆଦିଲ୍ଲୀ ୨୪/୧୦: ଆଜି ଦୀପାବଳି, ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସମସ୍ତଙ୍କ ମନରେ ଭରି ରହିଥାଏ ଉତ୍ସାହ। କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପାଳନ ହୋଇଥାଏ ଦୀପାବଳି। କୁହାଯାଏ ଭଗବାନ ରାମ ଯେତେବେଳେ ରାବଣକୁ ବଦ୍ଧ କରି ସୀତା ଏବଂ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ଫେରିଥିଲେ। ସେତେବେଳେ ତାଙ୍କୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ଜଣାଇ ଅଯୋଧ୍ୟାବାସୀ ପାଳନ କରିଥିଲେ ଦୀପାବଳି।
ତେବେ ଆଜି ଆମେ ଜାଣିବା ଧାର୍ମିକ ମାନ୍ୟତା ଅନୁଯାୟୀ ଦୀପାବଳି ଦିନ କରାଯାଇଥିବା କିଛି ଜ୍ୟୋତିଷ ଉପାୟ ଯାହାଦ୍ବାରା ଆପଣଙ୍କୁ ଶୁଭ ଏବଂ ଶୀଘ୍ର ଫଳ ମିଳିଥାଏ। ଏହାକୁ ଆପଣାଇ କେହି ବ୍ୟକ୍ତି ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିପାରେ। କିଛି ଏଭଳି ପ୍ରାଚୀନ ଉପାୟ ରହିଛି ଯାହାକୁ ଆପଣାଇ ଆପଣ ଆର୍ଥିକ ସଙ୍କଟକୁ ଦୂର କରିପାରିବେ।
୧. ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳି ପୂଜା ପାଠ କରିବା ପରେ ଶଙ୍ଖ ବଜାଇବା ଦରକାର। ଏଭଳି କରିବା ଦ୍ବାରା ଘରେ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏବଂ ଦରିଦ୍ରତା ଦୂର ହୋଇଥାଏ।
୨. ଦୀପାବଳି ଦିନ ଶ୍ରୀ ଯନ୍ତ୍ର, ଗଣେଶ-ଲକ୍ଷ୍ମୀ ଯନ୍ତ୍ର, କନକଧାରା ଯନ୍ତ୍ର ଏବଂ କୁବେର ଯନ୍ତ୍ରର ବିଧି ବିଧାନ ପୂର୍ବକ ପୂଜା ଅର୍ଚ୍ଚନା କରିବା ଦରକାର। ଏଭଳି କରିବା ଦ୍ବାରା ବ୍ୟକ୍ତିଙ୍କୁ ଅପାର ଧନ-ସମ୍ପତ୍ତି ପ୍ରାପ୍ତ ହୋଇଥାଏ। ସେମାନଙ୍କ ଜୀବନରେ କେବେବି ଟଙ୍କାର ଅଭାବ ରହିବ ନାହିଁ।
୩. ଯଦି ଆପଣ ଧାର କରଜରେ ଅଛନ୍ତି ଏବଂ ଆପଣ ଏଥିରୁ ମୁକ୍ତି ପାଇବାକୁ ଚାହୁଛନ୍ତି ତେବେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କୁ ଧଳା ମିଠାର ଭୋଗ ଲଗାନ୍ତୁ। ଏହା ପରେ ଏହି ମିଠାକୁ ଗରିବଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ। ଏହି ଉପାୟ ଦ୍ବାରା ଆପଣଙ୍କୁ ଖୁବଶୀଘ୍ର ପୁରୁଣା କରଜରୁ ମୁକ୍ତି ମିଳିବ।