ଏହି ରାଶିଙ୍କ ଠାରୁ ଦୁରେଇ ଯିବେ ମା ଲକ୍ଷ୍ମୀ; ପ୍ରତିକାର ପାଇଁ କରନ୍ତୁ ଏହି ସବୁ ଉପାୟ

Published By : Prameya-News7 Bureau | January 23, 2019 IST

ଭୁବନେଶ୍ୱର ୨୩/୧ : ସୁଖ ଦୁଃଖ ଯେମିତି ମଣିଷ ଜୀବନରେ ଯିବା ଆସିବା କରିଥାଏ ଠିକ ସେମିତି ଧନ ମଧ୍ୟ ମଣିଷ ଜୀବନରେ ଆସିଥାଏ ଓ ଯାଇଥାଏ | ଧନସମ୍ପତ୍ତି ଆଜି ଅଛି ତ କାଲିକି ନଥିବ | ଦୁଃଖ ଆଜି ଅଛି ତ କାଲିକି ନଥିବ | ଏମିତି ଭାବେ ଚାଲିଥାଏ ଜୀବନ | ଏମିତି ଦୁଃଖ ସୁଖ ଦେଇ ସଂଘର୍ଷ କରିଚାଲିଥାଏ ମଣିଷ | କିନ୍ତୁ ଯେତେବେଳେ ଘରେ ରଖାଯାଇଥିବା ଧନସମ୍ପତ୍ତି କିମ୍ବା କୌଣସି ମୂଲ୍ୟବାନ ଜିନିଷ ହଠାତ ଉଭେଇ ଯାଏ ସେତେବେଳେ ମଣିଷକୁ ବହୁତ କଷ୍ଟ ହୋଇଥାଏ | ବେଶୀ କଷ୍ଟ ଆଉ ଦୁଃଖ ସେତେବେଳେ ଲାଗେ ଯେତେବେଳେ ଆମ ପରିଶ୍ରମର ସମ୍ପତ୍ତି ଆମ ହାତରୁ ଚାଲି ଯାଇଥାଏ |

{"id":77233}

ଏମିତି କିଛି ସ୍ଥିତି ଆସନ୍ତା ଦିନରେ କିଛି ରାଶିର ବ୍ୟକ୍ତିଙ୍କ ସହ ଘଟିବାକୁ ଯାଉଛି | ଏହି ରାଶି ସହ ଜଡିତ ଗ୍ରହ ନକ୍ଷତ୍ର ନିକଟରେ ଅସୁବିଧାର ସମ୍ମୁଖୀନ ହେବେ | ଯାହାଫଳରେ ଏହି ସବୁ ରାଶି ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିବ | ଏହି ରାଶିର ବ୍ୟକ୍ତିଙ୍କର ଭାଗ୍ୟରେଖା ବଦଳିଯିବ | ଏମାନେ ବହୁତ ଦୁଃଖର ସମ୍ମୁଖୀନ ହେବେ | ଏମାନଙ୍କ ଆର୍ଥିକ ଅବସ୍ଥା ଦୋହଲିଯିବ | ଏମାନେ ନିଜ ଧନସମ୍ପତ୍ତି ଯତ୍ନର ସହ ରଖିବା ଉଚିତ |

{"id":77229}

ଆସନ୍ତୁ ଜାଣିବା ସେ କେଉଁ କେଉଁ ରାଶି ଯେଉଁମାନେ ଆସନ୍ତା ସମୟରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ :  

ବୃଷ - ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଖରେ ଯେତିକି ଜମା ଧନ ଅଛି ସେ ଗାୟବ ହୋଇଯିବାର ଆଶଂକା ରହିଛି | ଏମାନଙ୍କୁ ତାଙ୍କ କେହି ଘନିଷ୍ଠ ବନ୍ଧୁ ହିଁ  ଵିଶ୍ଵାସଘାତ କରିବେ | ବିଶ୍ୱାସଘାତକତା ପାଇଁ ଆପଣଙ୍କୁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ | ସେଥିପାଇଁ କାହା ଉପରେ ମଧ୍ୟ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ | ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଶୁକ୍ରବାର ମା ଲକ୍ଷ୍ମୀଙ୍କ ପାଖରେ ଘିଅ ଦୀପ ଜଳାନ୍ତୁ | ଯଦି ସମ୍ଭବ, ମାଙ୍କ ନାଁରେ ବ୍ରତ ମଧ୍ୟ ପାଳନ କରନ୍ତୁ | ଏଥିରୁ ଆପଣଙ୍କୁ ସୁଫଳ ମିଳିବ |

{"id":77228}

ସିଂହ - ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଠାରୁ ଅତି ଶୀଘ୍ର ଲକ୍ଷ୍ମୀ ଚାଲିଯିବାର ଯୋଗ ଦେଖାଦେଉଛି | କାରଣ ଆପଣଙ୍କ ଘର ଉପରେ କିଛି ଲୋକଙ୍କ ଖରାପ ନଜର ପଡିଛି | ଯେଉଁଥିପାଇଁ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିବ | ଆପଣଙ୍କ ଅନେକ ଶତ୍ରୁ ଆପଣଙ୍କ ମନ୍ଦ ଚିନ୍ତା ମଧ୍ୟ କରୁଛନ୍ତି | ସେଥିପାଇଁ ଆପଣଙ୍କୁ ନିଜର ଧନ ସମ୍ପତ୍ତି ଲୋକଙ୍କ ନଜରରୁ ଦୁରେଇ ରଖିବାକୁ ପଡିବ | ଶତ୍ରୁ ଠାରୁ ରକ୍ଷା ପାଇବା ପାଇଁ ମା ଲକ୍ଷ୍ମୀ ପାଖରେ ଏକ ମୁଦ୍ରା ରଖି ତ'ଉପରେ ପୂଜା ଗୁଆ ରଖିବେ | ଏହାପରେ ଲକ୍ଷ୍ମୀଙ୍କ ଆଳତି କରିବେ | ଏହାପରେ ସେହି ମୁଦ୍ରା ଏବଂ ଗୁଆକୁ ଘରର ଟ୍ରେଜେରିରେ ରଖିଦେବେ | ଏହା କରିବ ସ୍ୱର ଆପଣଙ୍କ ସମ୍ପତ୍ତି ସୁରକ୍ଷିତ ରହିବ ଏବଂ ଶତ୍ରୁର ଖରାପ ଦୃଷ୍ଟିର ଆପଣଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ |

{"id":77227}

ତୁଳା - ଏହି ରାଶିର ବ୍ୟକ୍ତି ବିଶେଷ ନିଜର କୌଣସି ବହୁମୂଲ୍ୟ ଜିନିଷ ହରେଇ ପାରନ୍ତି | ନିଜର ବହୁମୂଲ୍ୟ ଜିନିଷର ସୁରକ୍ଷା କରନ୍ତୁ | ଏହାଛଡା ଆପଣଙ୍କ ଘରେ ଚୋରି, ଡକାୟତି ହେବାର ସମ୍ଭାବନା ମଧ୍ୟ ରହିଛି | ଆଗକୁ ଆସୁଥିବା ବିପଦ ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ପଡିବ | ଏହି ସମସ୍ୟାରୁ ବଂଚିବା ପାଇଁ ଶୁକ୍ରବାର ଦିନ ଗୁଡ ରୁଟି ଗାଈଙ୍କୁ ଖାଇବାକୁ ଦେବେ | ଏହାସହ ମନ୍ଦିରରେ ଦାନ କଲେ ମଧ୍ୟ ବିପଦ ଅନେକ ମାତ୍ରାରେ ଟଳିଯିବ |  

{"id":77226}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.