ପୁଅର ସାଙ୍ଗ କହି ଡାକିଲା, ୫୦୦ ଟଙ୍କିଆ ନୋଟ୍ ଆଣିବାକୁ କହି ଗାଏବ କରିଦେଲା ମାଉସୀର ଟଙ୍କା... ଖୋଜୁଛି ପୋଲିସ

Published By : Prameya-News7 Bureau | August 23, 2021 IST

ଭଦ୍ରକ, ୨୩/୦୮ :   ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆସିଥିଲେ ମହିଳା । ବ୍ୟାଙ୍କରୁ ବାହାରିବା ମାତ୍ରେ ଜଣେ ଯୁବକ ଆସି ମୁଣ୍ଡିଆ ମାରିଲେ । ପୁଅର ସାଙ୍ଗ ବୋଲି କହିଲେ । ନୋଟ୍ ବଦଳାଇବେ ବୋଲି କହି ଲୁଟି ନେଇ ଚାଲିଗଲେ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବରପଦା ଅଞ୍ଚଳରେ ।

ସୂଚନା ଅନୁସାରେ, ନଇପାରିଗଡିଆ  ଅଞ୍ଚଳର କୁନ୍ତଳା ସ୍ଵାଇଁ ନାମକ ଜଣେ ମହିଳା ପିଏନବି ବ୍ୟାଙ୍କର ବରପଦା ଶାଖାକୁ ଟଙ୍କା ଉଠାଇବା ପାଇଁ ଆସିଥିଲେ । ଟଙ୍କା ଉଠାଇ ବ୍ୟାଙ୍କ ବାହାରକୁ ଆସିବା ବେଳେ ମହିଳାଙ୍କୁ ଜଣେ ଯୁବକ ଆସି ମୁଣ୍ଡିଆ ମାରିଥିଲେ । ପୁଅର ସାଙ୍ଗ ଓ ବହୁଥର ତାଙ୍କ ଘରକୁ ଯାଇଛନ୍ତି ବୋଲି କହିଥିଲେ । ତେବେ ୫୦୦ ଟଙ୍କିଆ ନୋଟ ନ ଆଣି ୧୦୦ ଟଙ୍କିଆ ନୋଟ କାହିଁକି ବ୍ୟାଙ୍କରୁ ଆଣିଲେ ବୋଲି ବୁଝାଇଥିଲେ ।  ପରେ ଟଙ୍କା ବ୍ୟାଗ ନେଇ ଧରି ନୋଟ୍ ବଦଳାଇବେ ବୋଲି କହି ବ୍ୟାଗ୍ ନେଇ କିଛି ସମୟ ପରେ ଫେରାଇ ସେଠାରୁ ପଳାଇ ଯାଇଥିଲେ ।   

ମହିଳା ଜଣଙ୍କ ବ୍ୟାଗ୍ ଯାଞ୍ଚ୍ କରିବାରୁ ସେଥିରେ ଟଙ୍କା ନଥିଲା । ସେ ବ୍ୟାଙ୍କ ନିକଟକୁ ଆସି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କ ଖୋଜ୍ ଖବର  ମିଳି ନଥିଲା । ଶେଷରେ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.