କରିମ ମୋରନିଙ୍କୁ ଇଡିର ସମନ୍‌: ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଫସିଲେ ଫିଲ୍ମ ନିର୍ମାତା

Published By : Prameya-News7 Bureau | February 24, 2023 IST

ମୁମ୍ଵାଇ ୨୪।୦୨:୨୦୦ କୋଟି ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଇଡି ଚଳଚ୍ଚିତ୍ର ନିର୍ମାତା କରିମ ମୋରାନିଙ୍କୁ ସମନ ପଠାଇଛନ୍ତି। କହିବାକୁ ଗଲେ ସୁକେଶ ମାଧ୍ୟମରେ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଘର ଉପହାର ଦେବା ପ୍ରସଙ୍ଗରେ କରିମ ମୋରାନିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ କରିମ ମୋରାନିଙ୍କୁ ଆଗାମୀ ଏକରୁ ଦୁଇ ଦିନ ମଧ୍ୟରେ ଇଡି ସମ୍ମୁଖରେ ହାଜର ହେବାକୁ ପଡ଼ିବ ।

କରିମ ମୋରାନି କିଏ?

କରିମ ମୋରାନି ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଯିଏ ଚେନ୍ନାଇ ଏକ୍ସପ୍ରେସ ଏବଂ ଶାହରୁଖ ଖାନଙ୍କ ଅଭିନୀତ ରାୱନ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ମୋରାନି ଏବଂ ତାଙ୍କ ଭାଇ ଏଲି ମୋରାନି ମଧ୍ୟ ଏକ ଚଳଚ୍ଚିତ୍ର ପ୍ରଡ୍ୟୁସର ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର କୋ-ଓନର ଅଟନ୍ତି। ମୋରାନି ତାଙ୍କ କ୍ୟାରିୟରରେ ଅନେକ ବିବାଦରେ ରହିଛନ୍ତି । 2G ସ୍ପେକ୍ଟ୍ରମ୍ ମାମଲାରେ ତାଙ୍କ ନାମ ଆସିଥିଲା। ୨୦୧୭ ମସିହାରେ ଦିଲ୍ଲୀର ୨୫ବର୍ଷ ବୟସ୍କା ଷ୍ଟୁଡେଣ୍ଟଙ୍କୁ ବଳାତ୍କାର ଘଟଣାର ମାମଲା ରୁଜୁ ହୋଇଥିଲା।

 ୨୩ ସେପ୍ଟେମ୍ବର ରେ, ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ହୋଇଥିବା ବଳାତ୍କାର ମାମଲାରେ ମୋରାନୀଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ। ଯାହା ପରେ ମୋରାନୀଙ୍କୁ ହାଇଦ୍ରାବାଦ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପଡିଥିଲା। ବର୍ତ୍ତମାନ ଫିଲ୍ମ ନିର୍ମାତା ସୁକେଶ ଚାନ୍ଦଶେଖର ୨୦୦କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଇଡି ଟାର୍ଗେଟରେ ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.