ଦୁର୍ଘଟଣାରେ ଅଚଳ ହୋଇଗଲା ୨ ଗୋଡ଼; ପୁଅର ଚିକିତ୍ସା ପାଇଁ ଲୁହ ଝରାଉଛନ୍ତି ପରିବାର  

Published By : Prameya-News7 Bureau | October 02, 2022 IST

ଖୋର୍ଦ୍ଧା ୦୨/୧୦: ଦିନେ ହସ ଖୁସିରେ ଚଳୁଥିଲେ କନ୍ଦର୍ପଙ୍କ ପରିବାର। ଦେଢ ବର୍ଷ ତଳେ ଦୁର୍ଘଟଣାରେ ସେ ଦୁର୍ଘଟଣାରେ ଶୀକାର ହେବାରୁ ତାଙ୍କ ପରିବାରରୁ ଲିଭିଯାଇଛି। ଯେଉଁ ବୟସରେ ବାପା ମାଆଙ୍କ ସାହାରା ହେବା କଥା ସେହି ସମୟରେ କନ୍ଦର୍ପ ଏବେ ସଜ୍ଜାସାୟୀ। ସେପଟେ ଅର୍ଥାଭାବରୁ ପୁଅର ଚିକିତ୍ସା କରାଇପାରୁ ନାହାନ୍ତି ବୟସ୍କ ବାପା। ଦୁର୍ଘଟଣା ପରେ ତାଙ୍କର ଦୁଇ ଗୋଡ଼ ଅଚଳ ହୋଇଯାଇଛି। ଏପରି ଦୁଃଖଦ ଘଟଣା ଖୋର୍ଦ୍ଧା ଜିଲ୍ଲା ଗୋଡିପଡା ପଞ୍ଚାୟତ ମୋଟା ଗାଁରେ ଦେଖିବାକୁ ମିଳିଛି।

୨୦୨୧ ଏପ୍ରିଲ ୫ରେ କନ୍ଦର୍ପ ଦୁର୍ଘଟଣାର ଶୀକାର ହୋଇଥିଲେ। ସେ ଡ୍ରାଇଭର ଭାବେ ଜଙ୍କିଆ ଗାଁର ଏକ ସିମେଣ୍ଟ ଏବଂ ରାସନ ଗୋଦାମ ମାଲିକଙ୍କ ପାଖେ କାମ କରୁଥିଲେ। ଟାଟା ଏସି ଗାଡ଼ିରୁ ସାମଗ୍ରୀ କାଢ଼ିବା ସମୟରେ ତିଆରି ହେଉଥିବା  ଏକ ଶୌଚାଳୟ ଟାଙ୍କିରେ ପଡିଗଲେ। ତାଙ୍କର ଅଣ୍ଟାରେ ଶକ୍ତ ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ପରେ ଏମସ୍ ହସ୍ପିଟାଲକୁ ନିଆଯାଇଥିଲା।

କନ୍ଦର୍ପଙ୍କ ସୁସୁମ୍ନା କାଣ୍ଡରେ ଆଘାତ ଲାଗିଛି ବୋଲି ସେଠାରେ ଡାକ୍ତର କହିଲେ। ପରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ଏହାପରେବି କିଛି ସୁଫଳ ମିଳିନଥିଲା। ପରେ କନ୍ଦର୍ପଙ୍କ ଅଣ୍ଟାରୁ ପାଦ ପର୍ଯ୍ୟନ୍ତ ଅଚଳ ହୋଇଗଲା। ସେପଟେ କନ୍ଦର୍ପଙ୍କର ୭ ବର୍ଷର ପୁଅ ଏବଂ ୪ ବର୍ଷର ଝିଅ ମଧ୍ଯ ଅଛନ୍ତି। ଦୁର୍ଘଟଣା ପରଠାରୁ କନ୍ଦର୍ପଙ୍କ ରୋଜଗାର କରିପାରୁନାହାନ୍ତି। ଏବେ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ବୃଦ୍ଧ ବାପା କରୁଣାକର ଦିନ ମଜୁରି କରି ତାଙ୍କ ପରିବାରକୁ ଏବେ ଚଳାଉଛନ୍ତି। ତାଙ୍କ ପାଖରେ ପୁଅକୁ ଭଲ କରିବା ପାଇଁ ଅଧିକ ଟଙ୍କା ନଥିବା ସେ କହିଛନ୍ତି।

କରୁଣାକର ଏବେ ପୁଅର ଅଧିକ ଚିକିତ୍ସା କରିବାକୁ ସମ୍ପର୍ଣ୍ଣ ଅସମର୍ଥ। ଅନ୍ୟପଟେ ସୁସୁମ୍ନାକାଣ୍ଡ ରୋଗ କନ୍ଦର୍ପଙ୍କ ଶରୀରରେ କ୍ରମଶଃ ଅଧିକ  ହେଉଥିବାରୁ ତାଙ୍କ ପିଠିରେ ମଧ୍ୟ ଅସହ୍ଯ ଯନ୍ତ୍ରଣା ହେଉଛି।  କନ୍ଦର୍ପଙ୍କ ଚିକିତ୍ସା ପାଇଁ ସାହାଜ୍ୟ କରିବାକୁ ତାଙ୍କ ପରିବାର ଓ ଗ୍ରାମବାସୀ ଆକୁଳ ନିବେଦନ କରିଛନ୍ତି। ଏ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କନ୍ଦର୍ପଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.