ପାଇପରୁ ପାଣି ବଦଳରେ ବାହାରୁଛି ବିଡା ବିଡା ନୋଟ୍, PWD ଇଞ୍ଜିନିୟରଙ୍କ ଘରେ ରେଡ୍ ପରେ ତାଟକା ହୋଇଗଲେ ACB ଟିମ୍

Published By : Prameya-News7 Bureau | November 25, 2021 IST

କର୍ଣ୍ଣାଟକ ୨୫/୧୧ : ପାଇପରୁ ବାହାରୁଛି ପୁଳା ପୁଳା ଟଙ୍କା । ବାଡିରେ ବାଡେଇଦେଲେ ଝଡିପଡୁଛି ବିଡା ବିଡା ୫୦୦ ଟଙ୍କିଆ ନୋଟ୍ । ଆଉ ଏଇ ଟଙ୍କା ସବୁକୁ ଗୋଟିଏ ବାଲଟି ସାହାଯ୍ୟରେ ଅଣାଯାଉଛି । କର୍ଣ୍ଣାଟକ ଆଣ୍ଟି କରପସନ ବ୍ୟୁରୋର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

wp:html /wp:html

ଯେଉଁଥିରେ ଦେଖିବାକୁ ମିଳିଛି PWD ଇଞ୍ଜିନିୟରଙ୍କ ଘରେ ରେଡ୍ ପରେ ବିଡା ବିଡା ଟଙ୍କା ନୋଟ ବାହାରୁଥିବା ଦେଖିବାକୁ ମିଳିଥିଲା । କେବଳ ପଇସା ନୁହେଁ ଏସିବି ଅଫିସରମାନେ ପାଇପ୍‌ରୁ ଗହଣା ମଧ୍ୟ ବାଡି ସାହାଯ୍ୟରେ ବାହାର କରୁଥିବାର ଦେଖାଯାଉଛି । ସୂଚନାଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟିକରପ୍ସନ ବିଭାଗ କଳବୁର୍ଗୀର ପିଡବ୍ଲୁଡି ଜେଇ ଶାନ୍ଥଗୌଡ଼ା ବିରାଦରଙ୍କ ଘରେ ଚଢ଼ାଉ କରିଥିଲା ।

ଏସିବି ଏସ୍‌ପି.ମହେଶ୍ୱର ମେଘନ୍ନାଭରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଗତକାଲି ସକାଳେ ଏସିବି ଅଫିସରମାନେ ଶାନ୍ଥଗୌଡ଼ାଙ୍କ ଘରେ ପହଞ୍ଚିଥିଲା। ହେଲେ ସେ କବାଟ ଖୋଲିବାକୁ ୧୦ ମିନିଟ ସମୟ ନେଇଥିଲେ । ଫଳରେ ସେ ଆୟ ବହିର୍ଭୁତ ଟଙ୍କା ଲୁଚାଇଥିବା ସନ୍ଦେହ କରିଥିଲା ଆଣ୍ଟିକରପ୍ସନ ବିଭାଗ । ପରେ ପ୍ଲମ୍ୱରକୁ ଡକାଯାଇଥିଲା । ପ୍ଲମ୍ୱର ଆସି ପାଇପ ଖୋଲିବାରୁ ସେଥିରୁ ପାଣି ବଦଳରେ ମିଳିଥିଲା ପୁଳା ପୁଳା ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.