ସୋମବାରରେ ଏହି ରାଶିର ବ୍ୟକ୍ତିଙ୍କର ଧନ ଲାଭ- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | February 09, 2020 IST

ମେଷ–ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ ।ପ୍ରେମୀ ଓ ସାହସୀ ହେବେ ।ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ ।ଶୁଭରଙ୍ଗ ପିଙ୍କ୍‌ ।ଶୁଭଅଙ୍କ ୬ ।

ବୃଷ– ଆଶାବାଦୀ ହୋଇପାରନ୍ତି ।ଭାଗ୍ୟଶାଳୀ ହେବେ । ପରଦେଶବାସୀ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟା ପ୍ରେମୀଏବଂ ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି ।ବ୍ୟବସାୟ ଅଧିକ ଲାଭଜନକ ହେବ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୩ ।

ମିଥୁନ - ସ୍ୱାଧୀନ ଚେତା ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ । ଅଧିକ ରୋଜଗାରକ୍ଷମ ହୋଇପାରନ୍ତି ।ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ଯୁଦ୍ଧ ବା ମାଲିମୋକଦ୍ଦମାରେ ଜିଣିବେ ଓ ଧନ ଲାଭହେବ । ଶୁଭରଙ୍ଗଧଳା ।ଶୁଭ ଅଙ୍କ ୮ ।

କର୍କଟ–ଖର୍ଚ୍ଚାନ୍ତରେ ପଡି ସର୍ବଶାନ୍ତ ହେବେ । ଥଣ୍ଡା-କଫଜନିତ ପୀଡା ଅନୁଭବ କରିବେ । ଏକାନ୍ତ ପ୍ରିୟ ଓ ଚକ୍ଷୁ ଯନ୍ତ୍ରଣାରେ ପୀଡିତ ହେବେ । ମଧୁର କଥାରେ ଅନ୍ୟମାନଙ୍କ ସହିତ ବନ୍ଧୁତା ବାନ୍ଧି ସବୁରି ପ୍ରିୟ ପାତ୍ରହେବେ ।ଶୁଭ ରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୭ ।

ସିଂହ –ବିଭିନ୍ନସ୍ତରରୁ ଧନଲାଭ ହୋଇପାରେ । ଲୋକପ୍ରିୟତା ଅର୍ଜନ କରିବେ ।ସରକାରୀସ୍ତରରେ ସମ୍ମାନିତ ହେବା ସହିତ ଚିନ୍ତାଧାରା ଉନ୍ନତମାନର ହେବ ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୧ ।

କନ୍ୟା–ସର୍ବ ସୁଖସନ୍ତୋଷ ମିଳିବ ।କୁଳ ଉଜ୍ଜ୍ୱଳକାରୀ ଏବଂ ଦୟାଳୁ ସ୍ୱଭାବର ହେବେ । ମନ ପ୍ରସନ୍ନରହିବ । ଯଶ ଅର୍ଜନ କରି ନମ୍ର ସ୍ୱଭାବର ହେବେ । ନିଜ ପରିବାର ପ୍ରତିସ୍ନେହ ଓ ଶ୍ରଦ୍ଧା ଭାବ ରହିବ । ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୪ ।

ତୁଳା–କର୍ମତତ୍ପର ରହିବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧି ପୂର୍ଣ୍ଣଜୀବନ ଯାପନ କରିବେ ।ଭାଗ୍ୟଶାଳୀ ଓ ପ୍ରତିଯୋଗିତାରେ ବିଜୟୀହେବେ ।ଶୁଭରଙ୍ଗମେରୁନ୍‌ ।ଶୁଭ ଅଙ୍କ ୨ ।

ବିଛା– ଅର୍ଥ କ୍ଷୟହେବାର ସମ୍ଭାବନା ରହିଛି । ଇର୍ଷାପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ଓ ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ । ଯୁଗ୍ମ ବ୍ୟବସାୟ ଲାଭ ଜନକହେବ । ମିତ୍ରମାନେ ଠିକଣା ସମୟରେ କରଛଡା ଦେଇପାରନ୍ତି ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୮ ।

ଧନୁ – ପ୍ରାୟ ପ୍ରତ୍ୟେକକ୍ଷେତ୍ରରେ ଆଦର, ସମ୍ମାନ ମିଳିବ ।ବ୍ୟବସାୟ ଅତ୍ୟନ୍ତ ଲାଭଜନକହୋଇପାରେ ।ସମାଜସେବାରେ ନିଜକୁ ନିୟୋଜିତକରି ନିଜକୁଭାଗ୍ୟବାନ୍‌ମନେ କରିବେ ।ମନରେ ଅହଂଭାବ ଆସିପାରେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୧ ।

ମକର–ଶତ୍ରୁଭୟରେ ପଶ୍ଚାତ୍‌ ପଦ ହେବେ ନାହିଁ ।ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି ।ଭାଇମାନଙ୍କ ଉପରେ ସ୍ନେହଭାବରହିବ ।ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ ।ଶୁଭରଙ୍ଗ କଫି ।ଶୁଭ ଅଙ୍କ ୫ ।

କୁମ୍ଭ -କାର୍ଯ୍ୟକ୍ଷେତ୍ରରେ ବିଭିନ୍ନସ୍ତରରୁ ସହଯୋଗମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । କନ୍ୟାସନ୍ତାନ ଦ୍ୱାରା ବିଶେଷ ଉପକୃତହେବେ । ଆକସ୍ମିକ ଧନଲାଭର ସୂଚନାମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୭ ।

ମୀନ - କେତେକ କ୍ଷେତ୍ରରେ ବାଦନୁବାଦ ଉପୁଜି ପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ଏବଂ କୃଷିକର୍ମକାରୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି ।ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.