ସୋମବାରରେ ଚମକିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ -ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | January 19, 2020 IST

ମେଷ– ଆଜି ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରି ଆପଣଙ୍କ ଚେଷ୍ଟା ଓ କର୍ମାନୁସରି ଅର୍ଥପ୍ରାପ୍ତିର ମାର୍ଗ ଉନ୍ମୁକ୍ତ କରିବେ । ଆଶଙ୍କା ଥିଲେ ହେଁ ସାହାର୍ଯ୍ୟ ,ସହଯୋଗ ଲାଭ କରି କାମ ହାସଲରେ ସମର୍ଥ ହେବେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୨ ।

ବୃଷ – ଧନ ସ୍ଥାନରେ ତୃତୀୟାଧିପତି ଯୋଗୁ ବିଭିନ୍ନ ପ୍ରକାରର ମନଗଢା ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିପାରନ୍ତି । ପାରିବାରିକ ଓ କର୍ମକ୍ଷେତ୍ରରେ ଅସ୍ଥିରତା ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମିଥୁନ - ଶୁକ୍ର ଭାଗ୍ୟସ୍ଥ ଓ ରାଶିରେ ବଳବାନ୍‌ ରାହୁଙ୍କ ସ୍ଥିତି ହେତୁ କୌଶଳର ସହ ସ୍ଥଗିତ କାମଗୁଡିକୁ ସମ୍ପାଦନ କରିପାରନ୍ତି । ସଭାସମିତିରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ସାନ୍ନିଧ୍ୟ ଲାଭ କରିପାରନ୍ତି ।ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୮ ।

କର୍କଟ –ଦ୍ୱାଦଶଭାବକୁ ଗ୍ରହଙ୍କ ଦୃଷ୍ଟି ପ୍ରଭାବରେ ଆପଣ ଖର୍ଚ୍ଚାନ୍ତ ହୋଇ ବାରମ୍ବାର ସ୍ଥାନ ପରିବର୍ତ୍ତନ କରାଇପାରନ୍ତି । କର୍ମକ୍ଷେତ୍ର, ପ୍ରଶାସନିକ ସ୍ତରରେ ଉଚ୍ଚପଦବୀ, ସମାଜରେ ପ୍ରତିଷ୍ଠା ସମ୍ମାନ ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ସିଂହ – କର୍ମାଧିପ କେନ୍ଦ୍ରସ୍ଥ ଯୋଗୁ ଆପଣଙ୍କ କୌଣସି କାମ ଅସମ୍ପୂର୍ଣ୍ଣ ରହିବ ନାହିଁ । କିନ୍ତୁ ବିବାଦୀୟ ଘଟଣା ଅମୀମାଂସିତ ରହିବ ଏବଂ ଆତ୍ମୀୟମାନେ ଭିତରେ ଭିତରେ ଚେର କାଟିଲା ଭଳି କାମ କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୩ ।

କନ୍ୟା – ମିତ୍ରଗୃହୀ ଧନାଧିପତି ଯୋଗୁଁ ଅର୍ଥ ଲାଭ ସାଙ୍ଗକୁ ବନ୍ଧୁଙ୍କ ସହ ସଦ୍‌ ଭାବ ବୃଦ୍ଧି ମନରେ ନୂତନ ଉତ୍ସାହ, ଉଦ୍ଦୀପନା ସୃଷ୍ଟି ରହିବ । ପାରିବାରିକ ସମସ୍ୟା କୁ ସମାଧାନ କରି ସୁଖରେ ସଂସାର ଚଳାଇବେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୭ ।

ତୁଳା – ମଙ୍ଗଳ ସ୍ୱକ୍ଷେତ୍ରବର୍ତ୍ତା ହୋଇ ଅର୍ଥ ଓ ଭୂସମ୍ପତ୍ତି ପ୍ରାପ୍ତି, ବିବାଦରେ ବିଜୟ, ଦୂରଯାତ୍ରା, ଧୈର୍ଯ୍ୟର ସହ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଶୁଭ ରଙ୍ଗଲାଲ୍‌ । ଶୁଭ ଅଙ୍କ ୨ ।

ବିଛା – ଅଭାବ ଅସୁବିଧା ନ ଥିଲେ ମଧ୍ୟ ପାପଯୁକ୍ତ ଚନ୍ଦ୍ର ମନରେ ଅସ୍ଥିରତା ସୃଷ୍ଟି କରିବ । ବ୍ୟବସାୟ ଓ ପରିବହନରେ ଝଗଡାର ଆଶଙ୍କାକୁ ଏଡାଇ ହେବ ନାହିଁ । ଆଗାମୀ ମାଙ୍ଗଳିକ କାମରେ ବ୍ୟସ୍ତ ରହିପାରନ୍ତି । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୭ ।

ଧନୁ – ରାଶାଧିପତି ସ୍ୱେକ୍ଷତ୍ରସ୍ଥ ହୋଇ ଏକାଧିକ ଗ୍ରହ ସଙ୍ଗତ୍ୱ ଯୋଗୁ ଆନୁଷ୍ଠାନିକ କାମ , ଗଠନମୂଳକ କାର୍ଯ୍ୟ ଓ ରାଜନୈତିକ ସ୍ଥିତି ବେଶ୍‌ ଅନୁକୂଳ ରହିବ । ରତ୍ପାନି ବ୍ୟବସାୟ ଲାଭ ଜନକ ରହିବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୫ ।

ମକର –ଏକାଦଶସ୍ଥ ମଙ୍ଗଳ ଓ ଧନଭାବସ୍ଥ ଶୁକ୍ର ହେତୁ କୌଣସି ଅଭାବ, ଅସୁବିଧା ରହିବ ନାହିଁ । ପାରିବାରିକ ଜୀବନ, ସାମାଜିକ ସ୍ଥିତି, ଯାନବାହନ, ଲୋକସମ୍ପର୍କ କ୍ଷେତ୍ର ବହୁତ ଭଲ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କୁମ୍ଭ - ରାଶାଧିପତିଙ୍କ ଶୁଭଦୃଷ୍ଟିରୁ ଦୈହିକ ସ୍ୱାସ୍ଥ୍ୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବୃତ୍ତି, ବାଣିଜ୍ୟ ଓ ଲୋକ ସମ୍ପର୍କରେ ନ୍ୟୁନତା ପରିଲକ୍ଷିତ ହେବ । ସାମାଜିକ ସ୍ଥିତି ଦୁର୍ବଳରୁ ଦୁର୍ବଳତର ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମୀନ - କର୍ମକ୍ଷେତ୍ରରେ ଏକାଧିକ ଗ୍ରହ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ । ପାରିବାରିକ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.