ସୋମବାରରେ ଏପରି କଟିବ ଆପଣଙ୍କ ଦିନ-ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | February 16, 2020 IST

ମେଷ–କାର୍ଯ୍ୟ ସମାପନରେ ଶୃଙ୍ଖଳିତ ହେବେ ।ବନ୍ଧୁମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ ।କ୍ଳାନ୍ତି ଓ ବିଭକ୍ତି ଭାବ ବଢିବ । ପରିବାରରେ ଅଶାନ୍ତି ଦେଖାଦେବ ।ଗୃହ ବିବାଦର ଅପୋଷ ସମାଧାନ କରି ପାରିବେ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭଅଙ୍କ ୭ ।

ବୃଷ– ପରିବାରରେ ଝମେଲା ଓ ମନାନ୍ତର ଆସିପାରେ ।ସ୍ଥିର ବିଚାରରେ ସେସବୁର ସମାଧାନ କରିପାରନ୍ତି । ଆୟର ପରିମାଣ ବଢିଲେ ମଧ୍ୟ ବ୍ୟୟ ସଂକୋଚ କରିବାର ଆବଶ୍ୟକତା ଅନୁଭବ କରିବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୪ ।

ମିଥୁନ - ମାନସିକ ଆଳସ୍ୟ ହେତୁ କାର୍ଯ୍ୟବିଳମ୍ବ ହୋଇପାରେ । କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ପାଇବେ । ପରସ୍ପର ବିରୋଧ ଚିନ୍ତା ଧାରା ଲାଗିରହିବ । ଆହାର ଓ ବିଶ୍ରାମ ଅନିୟମିତ ହେବ ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୨ ।

କର୍କଟ–ଲୋକ ସଂପର୍କରେ ଅବନତିର ଆଶଙ୍କା ଅଛି । ପାରିବାରିକ ପରିବେଶ ଶାନ୍ତି ଦାୟକହେବ ।କର୍ମକ୍ଷେତ୍ରରେ ସ୍ଥିର ନିଷ୍ପତ୍ତି ନେବା କଷ୍ଟକର ।ବୈଷୟିକ କ୍ଷେତ୍ରରେ ଉନ୍ନତି ଓ ଦୂର ଯାତ୍ରାରେ କାର୍ଯ୍ୟ ସଫଳ ହେବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୯ ।

ସିଂହ –ଅଯଥା ମାନସିକ ଦୁଃଶ୍ଚିନ୍ତା ବଢିବ । ଦେହ ମଧ୍ୟ ସୁସ୍ଥରହିବ ନାହିଁ ।ବନ୍ଧୁମାନେ ଭୁଲ ବୁଝିବେ । ଅର୍ଥ ଦେଣନେଣରେ ସତର୍କ ରହିବେ । ଆଧ୍ୟାତ୍ମିକ ଅନୁଷ୍ଠାନରେ ସକ୍ରିୟ ଅଂଶଗ୍ରହଣ କରିବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୩ ।

କନ୍ୟା–ଭାତୃବର୍ଗେ ଅସନ୍ତୋଷ, ପାରିବାରିକ କ୍ଷେତ୍ରରେ ଅଶାନ୍ତି ଆସିବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟକରିବେ । ସନ୍ତାନ ବର୍ଗରୁ କିଛି ଆଶ୍ୱାସନା ମିଳିବ ।ସ୍ଥିର ନିଷ୍ପତ୍ତି ନେଇହେବ ନାହିଁ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୧ ।

ତୁଳା– ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ହେବ । ମନ ଭାରାକ୍ରାନ୍ତ ରହିବ ।କଲ୍ୟାଣ ଚନ୍ଦ୍ରଭୋଗ ହେତୁ କର୍ମକ୍ଷେତ୍ର ତଥା ସାମାଜିକ କ୍ଷେତ୍ରରେ ଶୁଭଫଳ ପାଇବେ ।ବହୁ ଦିଗରୁ ଆଶାବାଦୀ ହୋଇ କାର୍ଯ୍ୟ ସଂପାଦନ କରିବେ ।ଶୁଭରଙ୍ଗ ମେରୁନ୍‌ ।ଶୁଭ ଅଙ୍କ ୮ ।

ବିଛା– ଆୟ ଅପେକ୍ଷା ଅଧିକ ବ୍ୟୟ କରିବେ ।ବ୍ରତ ବିବାହ ଆଦି ମାଙ୍ଗଳିକ କର୍ମରେ ସକ୍ରିୟ ଅଂଶ ଗ୍ରହଣ କରିବେ ।ବିବାଦ ଜୟ,କର୍ମରେ ଉତ୍ସାହ, ପିତାମାତା ଗୁରୁଜନ ବର୍ଗରୁ ଆର୍ଶୀବାଦ ମିଳିବ ।ଶୁଭ ରଙ୍ଗଲାଲ୍‌ ।ଶୁଭ ଅଙ୍କ ୫ ।

ଧନୁ –ସବୁ ଦିଗରୁ ଦିନଟି ଶୁଭଫଳ ଦାୟକହେବ ।କର୍ମକ୍ଷେତ୍ରରେ ସମ୍ମାନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମିଳିବ ।ସୁଖ ଭ୍ରମଣର ସୁଯୋଗଲାଭ କରିବେ ।ଉଚ୍ଚବର୍ଗର ବ୍ୟକ୍ତିଙ୍କ ସହିତ ସୁସଂପର୍କ ରହିବ । ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୧ ।

ମକର–ସାମୟିକ ଭାବରେ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ ।କର୍ମକ୍ଷେତ୍ରରେ ସୁବିଧା ସୁଯୋଗକୁ ହସ୍ତଗତ କରିପାରିବେ । ଯାନବାହନରେ ବ୍ୟୟବରାଦ ଆସିବ ।କାର୍ଯ୍ୟରେ ସଫଳତା ପ୍ରାପ୍ତିହେବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।

କୁମ୍ଭ -କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଇପାରିବେ । ମନରେ ଆନନ୍ଦ, ବନ୍ଧୁ ପରିଜନଙ୍କ ଠାରୁ ଶୁଭେଚ୍ଛା ମିଳିବ । ଆଲୋଚନା ମାଧ୍ୟମରେ ଅନେକ ସମସ୍ୟାର ସମାଧାନ କରିପାରିବେ । ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୩ ।

ମୀନ - ଋଣ ଭାରବଢିବ ।ମନସ୍ତାପ, ଦୁଃଶ୍ଚିନ୍ତା ସ୍ୱାଭାବିକ ଭାବରେ ରହିବ । ଦୂର ସଂପର୍କୀୟ ମାନେ ସହଯୋଗ ପ୍ରଦାନ କରିବେ । ଅନେକ ପରିସ୍ଥିତିରେ ନିରବ ରହିଯିବା ସବୁଠାରୁ ଭଲ ସମାଧାନ ।ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.