ଗୋଗରା ହଟ୍ ସ୍ପ୍ରିଙ୍ଗସରୁ ସୋମବାର ସୁଦ୍ଧା ହଟିବେ ଭାରତ-ଚୀନ ସୈନିକ, ଅସ୍ଥାୟୀ ଶିବିର କରାଯିବ ଧ୍ୱଂସ

Published By : Prameya-News7 Bureau | September 09, 2022 IST

ନୂଆଦିଲ୍ଲୀ: ଲଦାଖର ଗୋଗରା-ହଟ ସ୍ପ୍ରିଙ୍ଗସରୁ ଭାରତ ଏବଂ ଚୀନ ସୈନ୍ୟ ଅପସାରଣ ଆରମ୍ଭ କରିଛନ୍ତି । ଆସନ୍ତା ସୋମବାର ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହୋଇଯିବ ବୋଲି ଭାରତଙ୍କ ପକ୍ଷରୁ କୁହାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏକ ବୟାନରେ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶିବିର ଏବଂ ଅନ୍ୟ ସମୃଦ୍ଧ ଭିତ୍ତିଭୂମିକୁ ନଷ୍ଟ କରାଯିବା ଉପରେ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଭାରତ ଏବଂ ଚୀନ ଗଲୱାନ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରୟାସ କରୁଛନ୍ତି । ୨୦୨୦ ଜୁନାରେ ଏଠାରେ ଉଭୟ ପକ୍ଷର ସୈନିକଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିଲା । ଏଥିରେ ଭାରତୀୟ ସେନାର ୨୦ ଜଣ ଯବାନ ସହିବ ହୋଇଥିଲେ । ଅନ୍ୟପଟେ ଚୀନ ପିଏଲଏର ୪୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା।

wp:html /wp:html

ଉଭୟ ପକ୍ଷ ଏହି ଅଞ୍ଚଳରେ ନିଜର ସୈନ୍ୟ ମୁତୟନରୁ ଅଧିକ ନକରିବା ଉପରେ ସହମତି ପ୍ରକାଶ ପାଇଛି। ଏହି କାରଣରୁ ଉଭୟ ପକ୍ଷ ନିଜର ସୈନିକଙ୍କୁ ଫେରାଇ ନେଉଛନ୍ତି। ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ବଳକା ପ୍ରସଙ୍ଗକୁ ସମାଧାନ କରିବା ଏବଂ ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.