suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ହାତୀ ଆକ୍ରମଣରେ ଜଣେ ମୃତ, ଧାନ ଗଦା ସଜାଡି ରଖୁଥିବାବେଳେ ଦଳିଦେଲା ଦନ୍ତା
  • ||
  • ବୌଦ୍ଧ: ବହିରା ଛକରେ ସିରିଜ୍ ଦୁର୍ଘଟଣା, ୫ ବାଇକ୍‌କୁ ପିଟି ହୋଟେଲରେ ପଶିଲା ସ୍କର୍ପିଓ
  • ||

ସୋମବାରର  ରାଶିଫଳ: ସୁଯୋଗ ହରାଇବା ସକାଶେ ବ୍ୟଥିତ ହେବେ, କାମ ବିଶୃଙ୍ଖଳିତ ହୋଇପାରେ

4/09/2022 at 8:58 PM

ମେଷ – ଆଲୋଚନା ପରିସରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ଆଜିର କର୍ମକ୍ଷେତ୍ରରେ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ପରିବାରରେ ଆକସ୍ମିକ କଳହ ଲାଗିବାର ସମ୍ଭାବନା ରହିଛି । ସନ୍ତାନଙ୍କ କୃତୀ ଓ କୃତିତ୍ୱରୁ ଖୁସି ରହିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

 ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ବୃଷ – ପାରିବାରିକ ସ୍ତରରେ କିଛି ନ କରି ବୃଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ଆତ୍ମୀୟ ଓ ମିତ୍ରମାନଙ୍କ ସାହାର୍ଯ୍ୟ ସହ-ଯୋଗ ନେଇ କାର୍ଯ୍ୟ ହାସଲ କରିବେ । ନୂତନ କର୍ମାରମ୍ଭ କ୍ଷେତ୍ରରେ ଖର୍ଚ୍ଚଭାର କ୍ରମଶଃ ବୃଦ୍ଦି ପାଇ ଋଣଗ୍ରସ୍ତ ହେବାକୁ ପଡିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

 ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

 ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- ସମ୍ମାନିତ ହେବେ ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମିଥୁନ – ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସମସ୍ୟାର କାରଣ ହୋଇପଡିବ । ବିଶ୍ରାମହୀନ କାମ ଓ ବିଶେଷ ଭ୍ରମଣ କାରଣରୁ ଆକସ୍ମିକ ସ୍ୱାସ୍ଥ୍ୟହାନିର ଆଶଙ୍କା ରହିଛି । ପରିବାରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

 ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

 କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

 ବ୍ୟବସାୟୀ- ସଫଳତା ମିଳିବ ।

 ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ – ଆତ୍ମୀୟଙ୍କ ଅସଂଯତ କାର୍ଯ୍ୟକଳାପ ପାଇଁ ସମାଲୋଚିତ ହେବେ । ପରିବାରର ବିଭିନ୍ନ ଅସୁବିଧା ବିଷୟ ଚିନ୍ତା କରି ମନରେ ଅସ୍ଥିରତା ଲାଗି ରହିବ। କେତେକ ଖଳପ୍ରକୃତିର ଲୋକମାନେ ଜାଣି ଶୁଣି ବିରୁଦ୍ଧାଚରଣ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

 ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ସିଂହ – ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟଦକ୍ଷତା ହେତୁ ପଡୋଶୀମାନେ ସହ-ଯୋଗର ହାତ ବଢାଇବେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମତଭେଦ ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

 ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

 କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 ଗୃହିଣୀ- ଧାର୍ମିକ ହେବେ ।

କନ୍ୟା – ପୂର୍ବାଷାଢା ନକ୍ଷତ୍ର ର ନିର୍ମାଣ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ବାଧା ପ୍ରାପ୍ତ ହେବ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାମ ହାସଲ କରିବାରେ ସଫଳ ହେବେ । ସାହିତ୍ୟ, ସାମ୍ବାଦିକତା , କଳା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ ।  ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

 ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

 ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ତୁଳା – ଈର୍ଷାପରାୟଣ ହୋଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ସହକର୍ମୀଙ୍କ ସହ ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିିକ ଠିକ୍ ଠିକ୍ ହୋଇଯିବ । କର୍ମକ୍ଷେତ୍ରରେ ସ୍ପଷ୍ଟବାଦିତା ଓ ସହୃଦୟତାହେତୁ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

 ଚାଷୀ- ଜଳ ସଞ୍ଚୟ କରନ୍ତୁ ।

 ରୋଗୀ- ଚକ୍ଷୁ ପୀଡା ହେବ ।

 ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

 ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

 ଗୃହିଣୀ- ପରକୁ ଆପଣାର କରିବେ ।

ବିଛା – ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧୀନ କରିପାରିଲେ ସଫଳତା ମିଳିବ । ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ,ନତୁବା ସମସ୍ୟା ଜାଲରେ ଛନ୍ଦି ହୋଇପଡିବେ । ଶୁଭ ରଙ୍ଗ  ନାରଙ୍ଗୀ । ଶୁଭ ଅଙ୍କ ୮ ।

 ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ- ସୁଖଭାରା ଦିନଟି ।

ଧନୁ – ଅଧିକାଂଶ ସମୟ ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ପୂର୍ବାଲୋଚନା ଅନୁଯାୟୀ ନୂତନ ସ୍ଥାନ ଭ୍ରମଣ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ବନ୍ଧୁଙ୍କ ପରାମର୍ଶରେ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

 ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

 ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।

 ଗୃହିଣୀ- ମିତ୍ର ସୁଖ ପାଇବେ ।

ମକର – ନିଜ ଲୋକ ମାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବରେ ପରିବର୍ତ୍ତନ ଯୋଗୁ ବିଚଳିତ ହେବେ । ବନ୍ଧୁଙ୍କ ସହାୟତାରେ ଆର୍ଥିକ ଅନଟନଜନିତ ମନସ୍ତାପ ଦୂରୀଭୂତ ହୋଇଯିବ । ଅଫିସରେ ଏକାଧିକ କାମ ହାତକୁ ନେଇ ବିବ୍ରତତା ବୃଦ୍ଧି ପାଇବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

 ଚାଷୀ- ଉତ୍ତମ ଫଳ ପାଇବେ ।

 ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ସଦିଚ୍ଛା ଭାବ ରହିବ ।

କୁମ୍ଭ  – ବନ୍ଧୁମାନଙ୍କ ପରାମର୍ଶରେ ସତ୍ ସଙ୍ଗ ସାଙ୍ଗ କୁ ଧର୍ମର୍ଚ୍ଚା ପ୍ରତି ମନବଳିପାରେ । ନୂତନ ଯୋଜନା କ୍ଷେତ୍ରରେ ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଅନ୍ୟମାନଙ୍କ କାନକୁହା କଥା ଶୁଣୀ ବ୍ୟସ୍ତ ହୁଅନ୍ତୁ ନାହିଁ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

 ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

 ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

 କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।

 ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

 ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ମୀନ – ସରକାରୀ ସ୍ତରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । ପ୍ରତିକୂଳ ସମୟ ଦେଇ ଗତି କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଘଟଣାଗୁଡିକୁ ଅସ୍ୱାଭାବିକ ମନେ କରିବେ । ଅଫିସରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ଚା        ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ଚା        ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଚା        ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

ଚା        କର୍ମଜୀବି- ଅର୍ଥ ହାନୀ ହେବ ।

ଚା        ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଚା        ଗୃହିଣୀ- ସ୍ୱାଭିମାନୀ ହେବେ ।

   Related Posts