ଶ୍ୟାମ ରଙ୍ଗିଲା ନୁହନ୍ତି ବାରଣାସୀ ଆସନରେ ୩୩ ଆଶାୟୀଙ୍କ ପ୍ରାର୍ଥୀପତ୍ର ହୋଇଛି ଖାରଜ, ଏହି ୬ ପ୍ରାର୍ଥୀଙ୍କ ସହ ମୋଦିଙ୍କ ହେବ ମୁକାବିଲା

Published By : Prameya-News7 Bureau | May 15, 2024 IST

ବାରଣାସୀ ୧୫।୫: ଉତ୍ତରପ୍ରଦେଶ ବାରଣାସୀ ଲୋକସଭା ଆସନରେ ନରେନ୍ଦ୍ର ମୋଦି ତୃତୀୟବାର ବିଜେପି ଟିକେଟରେ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରୁ ପ୍ରଶିଦ୍ଧ କମେଡିଆନ ଶ୍ୟାମ ରଙ୍ଗିଲା ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ହେଲେ ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇଯାଇଛି। ତେବେ କେବଳ ଶ୍ୟାମ ରଙ୍ଗିଲାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇନି, ତାଙ୍କ ସହ ଆହୁରି ୩୩ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। 

ବାରଣାସୀ ଲୋକସଭା ଆସନରୁ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ ୪୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏମାନଙ୍କ ମଧ୍ୟରୁ ୩୩ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। ଏବେ ମୋଦିଙ୍କ ସହ ମୈଦାନରେ ୬ଜଣ ପ୍ରାର୍ଥୀ ଥିବା ବେଳେ ଜଣକର ପ୍ରାର୍ଥୀପତ୍ର ଆବେଦନ ସ୍ତରରେ ରହିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଆସନରୁ ତୃତୀୟବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୋଦି ଏଠାରୁ ୨୦୧୪ରେ ପ୍ରଥମ ଥର ଲୋକସଭା ନିର୍ବାଚନ ଜିତିଥିଲେ। 

ପରବର୍ତ୍ତି ୨୦୧୯ ନିର୍ବାଚନରେ ମଧ୍ୟ ମୋଦି ବହୁମତ ଅନ୍ତରରେ ବିଜୟୀ ହୋଇଥିଲେ। କଂଗ୍ରେସ ମୋଦିଙ୍କ ବିପକ୍ଷରେ ଅଜୟ ରାୟଙ୍କୁ ଦ୍ୱିତୀୟବାର ପ୍ରାର୍ଥୀ କରିଛି। ସେହିପରି ବସପାରୁ ଅତହର ଜମାଲ ଲାରୀ ମୈଦାନରେ ଥିବା ବେଳେ ଦିନେଶ କୁମାର ଯାଦବ ଓ ସଞ୍ଜୟ କୁମାର ତିୱାରୀ ନିର୍ଦ୍ଦଳୀୟ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଏହା ଛଡା ଆପନା ଦଲ ଓ ରାଷ୍ଟ୍ରୀୟ ସମାଜବାଦୀ ଜନକ୍ରାନ୍ତି ପାର୍ଟି ମଧ୍ୟ ଏଠାରେ ନିଜନିଜ ପ୍ରାର୍ଥୀ ଦେଇଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.