୯ ଶିଶୁଙ୍କୁ ଜନ୍ମଦେଲେ ୨୬ ବର୍ଷୀୟା ମହିଳା, ଡେଲିଭରୀ ପୂର୍ବରୁ ପେଟର ଓଜନ ଥିଲା ୨୯ କେଜି, ଚିକିତ୍ସା କରୁଥିଲେ ୩୫ ଜଣିଆ ଟିମ୍

Published By : Prameya-News7 Bureau | July 30, 2021 IST

ମୋସ୍କୋ ୩୦/୦୭ : ବିଶ୍ବରେ ଏଭଳି କିଛି ବିଚିତ୍ର ଘଟଣା ଘଟେ ଯାହାକି ବେଳେବେଳେ ଆଶ୍ଚର୍ଯ୍ୟ କରିଥାଏ । ମୋସ୍କୋର ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ କେହି ମଧ୍ୟ ବିଶ୍ବାସ କରିପାରିବେ ନାହିଁ। ୨୬ ବର୍ଷୀୟ ଜଣେ ମହିଳା ଏକାବେଳେ ୯ ଶିଶୁଙ୍କୁ ଜନ୍ମ ଦେଇଥିଲେ । ମେ ୫ ତାରିଖରେ ତାଙ୍କର ପ୍ରସବ ହୋଇଥିଲା । ତେବେ ଜନ୍ମ ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ୪/୫ ଜଣ ଶିଶୁ ହିଁ ଜୀବିତ ରହିପାରିବେ ବୋଲି କହିଥିଲେ ଚିକିତ୍ସା କରୁଥିବା ଡାକ୍ତର କିନ୍ତୁ ବର୍ତ୍ତମାନ ସମସ୍ତ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

ଏକାସଙ୍ଗେ ଜନ୍ମ ନେଇଥିବା ୯ ଶିଶୁଙ୍କୁ ମୋନୁପ୍ଲେଟସ୍‌ କୁହାଯାଉଛି । ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ କନ୍ୟା ରହିଥିବା ବେଳେ ୪ ଶିଶୁ ପୁତ୍ର ରହିଛନ୍ତି । ୯ ଶିଶୁଙ୍କୁ ପାଇଁ ଖୁବ ଖୁସି ଅଛନ୍ତି କାଦେର ଏବଂ ତାଙ୍କ ପତ୍ନୀ ହେଲୀମା । ସେମାନେ କହିଛନ୍ତି ଅଲଟ୍ରାସାଉଣ୍ଡ ବେଳେ ଏତେ ସଂଖ୍ୟକ ପିଲା ଦେଖି ସେମାନେ ଉନ୍ନତ ଚିକିତ୍ସା ପାଇଁ ମୋରୋକ୍କୋ ଯାଇଥିଲେ ଏବଂ ସେଠାରେ ମେ ୫ ତାରିଖରେ ହେଲୀମାଙ୍କର ୯ଟି ଶିଶୁ ଜନ୍ମ ହୋଇଥି​‌ଲେ ।  

ରିପୋର୍ଟ ଅନୁଯାୟୀ, ମହିଳାଙ୍କ ଯତ୍ନ ନେବା ପାଇଁ ମେଡିକାଲ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଗର୍ଭଧାରଣର ୨୫ତମ ସପ୍ତାହରେ ଶିଶୁମାନେ ପୂର୍ଣ୍ଣ ବିକଶିତ ହେବା ପୂର୍ବରୁ ହିଁ ହେଲିମାଙ୍କ ପ୍ରସବ ହୋଇଥିଲା । ୧୦ ଜଣ ଡାକ୍ତର ଏବଂ ୨୫ ଜଣ ସ୍ବାସ୍ଥ୍ୟ କର୍ମୀ ଏହି ଜଟିଳ ଅପରେସନରେ ସାମିଲ ହୋଇଥି​‌ଲେ । ଡେଲିଭରୀ ପୂର୍ବରୁ ମହିଳାଙ୍କ ପେଟର ଓଜନ ଥିଲା ୨୯ କେଜି । ଅପରେସନ ବେଳେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଧିରେ ଧିରେ ଉନ୍ନତି ଆସୁଛି । ଜନ୍ମ ସମୟରେ ଶିଶୁମାନଙ୍କ ଓଜନ ୫ଶହ ଗ୍ରାମରୁ ୧ କିଲୋ ମଧ୍ୟରେ ଥିଲା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଆଉ ଜଣେ ଦମ୍ପତ୍ତିଙ୍କର ଏକାସଙ୍ଗେ ୯ଟି ଶିଶୁ ଜନ୍ମ ନେଇଥିଲେ କିନ୍ତୁ କିଛି ସମୟ ପରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହା ଦୁନିଆର ପ୍ରଥମ ଏଭଳି ଘଟଣା ଯେଉଁଥିରେ ସମସ୍ତ ୯ଜଣ ଶିଶୁ ସୁସ୍ଥ ଅଛନ୍ତି । ୯ଶିଶୁ ଜନ୍ମ ଗ୍ରହଣ କରିଥିବା ପ୍ରଥମ ଘଟଣା ଅ​‌େ​‌ଷ୍ଟ୍ରଲିଆରେ ୧୯୭୧ ମସିହାରେ ଘଟିଥିଲା । ଗୋଟିଏ ସପ୍ତାହ ମଧ୍ୟରେ ୯ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ଦ୍ବିତୀୟ ଘଟଣା ୧୯୯୯ ମସିହାରେ ମାଲେସିଆରେ ଘଟିଥିଲା । ଜନ୍ମ ହେବା ପୂର୍ବରୁ ହିଁ ସମସ୍ତ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ହେଲିମାଙ୍କ ପୂର୍ବରୁ ନାଦୟା ସୁଲେମାନ ନାମକ ଜଣେ ମହିଳା ୨୦୦୯ ମସିହାରେ ଏକସଙ୍ଗେ ୮ ଜଣ ଶିଶୁଙ୍କୁ ଜନ୍ମ ଦେବାର ରେକର୍ଡ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.