ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଝିଅର ସନ୍ତାନକୁ ଗର୍ଭରେ ଧାରଣ କଲେ ମାଆ, ସୃଷ୍ଟି କଲେ ଉଦାହରଣ

11/06/2022 at 5:14 PM

ନୂଆଦିଲ୍ଲୀ ୧୧/୦୬; ମାଆ ଏବଂ ଝିଅର ସମ୍ପର୍କ ଅତୁଳନୀୟ।  ନିଶ୍ବାର୍ଥପର ଏହି ସମ୍ପର୍କ। ପିଲାର ଖୁସି ପାଇଁ ଯେକୌଣସି ସମସ୍ୟା ଦେଇ ଯିବାକୁ ପ୍ରସ୍ତୁତ ଥାଏ ମାଆ। ମାଆର ମମତାର କଳନା କରିବା ମୁସ୍‌କିଲ୍‌। ସେହିପରି ଝିଅର ସମସ୍ୟା ପାଇଁ ୪୯ ବର୍ଷରେ ମାଆ ହୋଇଛନ୍ତି ଜଣେ ମହିଳା। ଝିଅର ଛୁଆକୁ ନିଜ ଗର୍ଭରେ ଧ‌ାରଣ କରି ସୃଷ୍ଟି କରିଛନ୍ତି ଉଦାହରଣ। ଘଟଣାଟି ଆମେରିକାର।
ଏଠାକାର ଜଣେ ୨୫ ବର୍ଷୀୟା ଯୁବତୀ ମାଆ ହେବାକୁ ଚାହିଁ ମଧ୍ୟ ତାଙ୍କ ଗର୍ଭାଶୟରେ ଥିବା ସମସ୍ୟା ହେତୁ ମାଆ ହୋଇ ପାରୁନଥିଲେ। ଏଥିପାଇଁ ସେ ଖୁବ୍ ଚିନ୍ତିତ ଥିଲେ। ଏସବୁ ଦେଖି ମାଆ ଚାହିଁଲେ ଝିଅକୁ ସାହାଯ୍ୟ କରିବେ। ଶେଷର ସେ ଝିଅର ଖୁସି ପାଇଁ ଝିଅର ସନ୍ତାନକୁ ନିଜ ଗର୍ଭରେ ରଖିବାର ନିଷ୍ପତ୍ତି ନେଲେ।

ମହିଳାଙ୍କର ଏହି ନିଷ୍ପତ୍ତି ଏବେ ସଫଳ ହୋଇଛି। ମହିଳା ଜଣକ ଏକ ସୁନ୍ଦର ଓ ସୁସ୍ଥ ପିଲାକୁ ଜନ୍ମ ଦେଇଛନ୍ତି। ମହିଳା ଜନ୍ମ ଦେଇଥିବା ଶିଶୁଟି ତାଙ୍କ ଝିଅ ଓ ଜ୍ବାଇଁଙ୍କର। ସେ ଖାଲି ପିଲାଟିକୁ ନିଜ ଗର୍ଭରେ ଧାରଣ କରିଥିଲେ। ସରୋଗେସି ଜରିଆରେ ପିଲା ଜନ୍ମ ହୋଇଛି। ପିଲା ଜନ୍ମ ହେଉନଥିଲା ବୋଲି ଝିଅ ବେଶ୍‌ ଦୁଃଖିତ ଥିଲେ। ଆଉ ମାଆ ହୋଇ ସେ ଝିଅର ଦୁଃଖ କେମିତି ଦେଖି ରହିପାରିଥାନ୍ତା ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ୪୯ ବର୍ଷୀୟ ଏହି ମହିଳା।

   Related Posts